ମନୋରଞ୍ଜନ

ମିନିଟରେ ବନାନ୍ତୁ ଟେଷ୍ଟୀ ଦହି ପାପୁଡି ଚାଟ୍‌, ସ୍ୱାଦ ଏମିତି ବଜାରରୁ ଆଣିବାକୁ କରିବେନି ପସନ୍ଦ

ଆଜି ଆମେ ଆପଣଙ୍କ ପାଇଁ ଦହି ପାପୁଡି ରେସିପି ନେଇ ଆସିିଛୁ। ଚଟପଟା ଖାଦ୍ୟର ନାମ ଶୁଣିଲେ ଆପଣଙ୍କ ପାଟିରୁ ବି ଲାଳ ବାହାରି ଆସିଥାଏ ସେଣିକି ସେ ଛୋଟ ପିଲା ହୁଅନ୍ତୁ ନା ବଡ। ଚଟପଟା ଚାଟ ସ୍ୱାଦରେ ଏମିତି ଯେ ତହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ତେବେ ଭାବୁଛନ୍ତି କଣ ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ ଦହି ପାପଡି ଚାଟ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

ମଇଦା- ୧୦୦ ଗ୍ରାମ

ଦହି – ୫୦୦ ଗ୍ରାମ

ମୁଗ ଡାଲି – ୧ କପ (ପାଣିରେ ଭିଜା ଯାଇଥିବା)

କବୁଲି ଚଣା – ୧ କପ୍‌ (ଭିଜା)

ଆଳୁ – ୧ (ସିଝା)

ତେନ୍ତୁଳି ଚଟଣୀ – ୨ ବଡ ଚାମଚ

ଭଜା ଜିରା – ୨ ଛୋଟ ଚାମଚ

ଚାଟ ମସଲା – ୧ ଛୋଟ ଚାମଚ

ଧନିଆ ପତ-ଅଳ୍ପ

ଘିଅ – ଆବଶ୍ୟକ ଅନୁଯାୟୀୟ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

dahi papdi chaatଦହି ପାପୁଡି ଚାଟ ରେସିପି ପାଇଁ ସବ୍ର ପ୍ରଥମେ ଆପଣଙ୍କୁ ମଇଦାରେ ଲୁଣ ମିଶାଇ ଟାଣ କରି ଚକଟି ଦିଅନ୍ତୁ। ଯେମିତି ଆପଣ ରୁଟି ପାଇଁ ଅଟା ଚକଟି ବେଲୁଛନ୍ତି ଠିକ ସେମିତି ଛୋଟ ସାଇଜର ଅଟାକୁ ବେଲି ଦିଅନ୍ତୁ। ପ୍ରତ୍ୟେକ ଗୋଲାରେ ୫-୬ଟି ଛିଦ୍ର କରିଦିଅନ୍ତୁ ଏବଂ ତାହାକୁ ତେଲରେ ଛାଣି ଦିଅନ୍ତୁ।

ମୁଗ ଡାଲିକୁ ପେଶି ଦିଅନ୍ତୁ ଏବେ ଏଥିରେ ଲୁଣ ମିଶାଇ ବଡି ତିଆରି କରିଦିଅନ୍ତୁ। ଏବେ ବଡିକୁ ଗରମ ପାଣିରେ ୧୦-୧୫ ମିନିଟ୍‌ ରଖିଦିଅନ୍ତୁ। ଏହାପରେ ବଳକା ପାଣିକୁ ବାହାର କରିଦିଅନ୍ତୁ।

ଏବେ ସିଝାଇ ରଖିଥିବା ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଦହିକୁ ଫେଣ୍ଟି ସେଥିରେ ଲୁଣ ଏବଂ ଜିରା ପାଉଡର ଚମିଶାି ଦିଅନ୍ତୁ।
ଏହାପରେ ଏକ ପ୍ଲେଟରେ ଛାଣି ରଖିଥିବା ପାମ୍ପୁୂଡି, ବଡି କୁ ଭାଙ୍ଗି, କାବୁଲୀ ଚଣା ଏବଂ ଆଳୁକୁ ରଖନ୍ତୁ। ଏହା ଉପରେ ଆବଶ୍ୟକ ଅନୁଯାୟୀ ଦହି, ତେନ୍ତୁଳି ଚଟଣୀ, ଲଙ୍କା ଚଟଣୀ ପକାନ୍ତୁ। ଏହାଉପରେ ସାମାନ୍ୟ ଚାଟ ମସଲା ପକାନ୍ତୁ।

ଏବେ ଆପଣଙ୍କର ଦହି ପାପୁଡି ଚାଟ ପ୍ରସ୍ତୁତ ହୋଇଯାଇଛି। ଯଦି ଆପଣଙ୍କୁ ରାଗ ଚଟପଟି ପସନ୍ଦ ତେବେ ସେଥିରେ ଲଙ୍କା ଗୁଣ୍ଡ କିମ୍ବା ଗୋଲ ମରରଚ ପାଉଡର ମିଶାଇ ପାରିବେ। ଏବେ ଏହା ଉପରେ ଧନିଆ ପତ୍ର ଏବଂ କଟା ପିଆଜ ସଦ୍ୱାରା ଗାର୍ନିସ୍‌ କରି ଖୁଆଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button