IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସର୍ଭାଇକାଲ କ୍ୟାନ୍‌ସରରୁ ରକ୍ଷା ପାଇବାକୁ ଚାହୁଁଥିଲେ, ମହିଳାମାନେ ଦିନଚର୍ଯ୍ୟାରେ କରନ୍ତୁ ଏହି ପରିବର୍ତ୍ତନ

କ୍ୟାନସର ଏକ ଏମିତି ରୋଗ ଯେଉଁଥିରୁ ବର୍ତ୍ତିବା ପ୍ରାୟ ଅସମ୍ଭବ ବୋଲି କୁହାଯାଏ। କ୍ୟାନ୍‌ସରର ଭାଇରସ୍‌ ଧୀରେ ଧୀରେ ସାରା ଶରୀରକୁ ନିଜ କବଳକୁ ନେଇଯାଏ। ଫଳରେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ୯୦ ପ୍ରତିଶତ ରହିଥାଏ। ସାରା ବିଶ୍ୱରେ ପ୍ରତିବର୍ଷ ହଜାର ହଜାର ଲୋକ କ୍ୟାନ୍‌ସରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ବିଭିନ୍ନ ପ୍ରକାରର କ୍ୟାନ୍‌ସର ଥିଲେ ମଧ୍ୟ ସାରା ବିଶ୍ୱରେ ଭାରତ ହିଁ ଏକମାତ୍ର ଦେଶ ଯେଉଁଠାରେ ସର୍ଭାଇକାଲ କ୍ୟାନ୍‌ସରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ।

ଡାକ୍ତରଙ୍କ କହିବାନୁସାରେ ସର୍ଭାଇକାଲ କ୍ୟାନ୍‌ସର ହ୍ୟୁମାନ୍‌ ପେପିଲୋମା ଭାଇରସ୍‌ ଦ୍ୱାରା ବ୍ୟାପୀ ଥାଏ। ୨୫ ବର୍ଷ ବୟସରୁ ହିଁ ଏହା ମହିଳାଙ୍କ ଶରୀରରେ ସଂକ୍ରମଣ ଆରମ୍ଭ କରିଥାଏ। ଅନ୍ୟ ଦେଶ ତୁଳନାରେ ଭାରତରେ ଦୁଇ ଗୁଣ ମହିଳା ସର୍ଭାଇକାଲ କ୍ୟାନସରରେ ପୀଡ଼ିତ ହୋଇଥାନ୍ତି।

ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ନିୟମିତ ସ୍କ୍ରିନିଂ ଟେଷ୍ଟ କରାଇବା ଜରୁରୀ। କମ୍‌ ବୟସରୁ ସ୍କିନିଂ ଟେଷ୍ଟ କରାଇବା ଦ୍ୱାରା କ୍ୟାନ୍‌ସର ବାବଦରେ ସୂଚନା ମିଳିପାରିବ। ଫଳରେ ପ୍ରାରମ୍ଭିକ ଅବସ୍ଥାରୁ ମେଡିସିନ୍‌ କିମ୍ବା ଚିକିତ୍ସା ଦ୍ୱାରା ଉପଶମ କରିହେବ।

ଖାଦ୍ୟପେୟରେ ନିୟନ୍ତ୍ରଣ ରକ୍ଷା କରିବା, ଧୂମପାନ ଓ ମଦ ପାନ ଆଦିରୁ ଦୂରେଇ ରହିବା ଦ୍ୱାରା ସର୍ଭାଇକାଲ କ୍ୟାନସର ହେବା ସମ୍ଭାବନା କମ୍‌ ହୋଇଥାଏ। ସେହିପରି ଶାରୀରିକ ସମ୍ପର୍କ ମଧ୍ୟ କ୍ୟାନସରର ଅନ୍ୟ ଏକ ମୁଖ୍ୟ କାରଣ। ଅଧିକ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ରଖୁଥିଲେ ମଧ୍ୟ ସର୍ଭାଇକାଲ କ୍ୟାନ୍‌ସର ହେବା ଆଶଙ୍କା ରହିଥାଏ। ଏଣୁ ଏସବୁ ଜିନିଷରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button