IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତୁଳସୀ ଦାସ ନାରୀ ସହ ସମ୍ବନ୍ଧ ବନେଇବା ଉପରେ କହିଛନ୍ତି କିଛି ଗୁପ୍ତ ଏବଂ ଜ୍ଞାନବର୍ଦ୍ଧକ କଥା

ଆମ ଭାରତୀୟ ଦେଶ ରେ ବୋଧେ ହିଁ ଏମିତି କେହି ଲୋକ ଥିବ ଯିଏ ତୁଳସୀ ଦାସଙ୍କ ବିଷୟରେ ନ ଜାଣି ଥିବ । ଯେଉଁ ଲୋକ ଜାଣି ନାହାନ୍ତି ତାଙ୍କୁ ଆମେ କହିବାକୁ ଚାହୁଁଛୁ ଯେ ତୁଳସୀ ଦାସ ବହୁତ ବଡ କବି ଥିଲେ, ଯାହାଙ୍କ ଜନ୍ମ ସୋରୋ ଶୂକର କ୍ଷେତ୍ର ଉତ୍ତର ପ୍ରଦେଶ ରେ ହୋଇ ଥିଲା । କିଛି ବିଦ୍ଵାନ ଲୋକ ତାଙ୍କ ଜନ୍ମ ରାଜାପୁର ବୋଲି ମଧ୍ୟ କୁହନ୍ତି, ତୁଳସୀ ଦାସ ନିଜ ଜୀବନରେ ବହୁତ ଗ୍ରନ୍ଥ ମଧ୍ୟ ଲେଖି ଥିଲେ ।

ଏହା ଛଡା ତୁଳସୀ ଦାସ ରାମାୟଣ ମଧ୍ୟ ଲେଖି ଥିଲେ, ତୁଳସୀ ଦାସ ଦୋହା ମାଧ୍ୟମରେ ମଣିଷ ଜୀବନ ବିଷୟରେ କିଛି କହିଛନ୍ତି, ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଜନନୀ ସମ ଜାନହିଂ ପର ନାରୀ।

ତିନ୍ହ କେ ମନ ସୁଭ ସଦନ ତୁମ୍ହାରେ।।

ଏହି ଦୋହା ଅନୁଯାଇ ଯେଉଁ ଲୋକ ନିଜ ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀଙ୍କୁ ମାଁ ସମାନ ଭାବେ, ସେହି ଲୋକ ମନରେ ଭଗବାନ ବାସ କରନ୍ତି ।

ମୂଢ଼ ତୋହି ଅତିସଯ ଅଭିମାନା।

ନାରୀ ସିଖାୱନ କରସି କାନା।।

ଏହି ଦୋହା ଅନୁଯାଇ ଭଗବାନ ରାମ ସୁଗ୍ରୀବଙ୍କ ବଡ ଭାଇ ବାଲି ଙ୍କୁ ସ୍ତ୍ରୀର ସମ୍ମାନ କରିବା ବିଷୟରେ ବୁଝାଇଲେ ।

ଧୀରଜ, ଧର୍ମ, ମିତ୍ର ଏବଂ ନାରୀ।

ଆପଦ କାଳେ ପରଖିଏ ଚାରୀ।।

ଧର୍ଯ୍ୟ, ସ୍ତ୍ରୀ, ସାଙ୍ଗ ଏବଂ ଧର୍ମ ସଠିକ ପରୀକ୍ଷା ସେହି ସମୟରେ ହୋଇ ଥାଏ ଯେତେବେଳେ ମଣିଷ ଅସୁବିଧା ରେ ଥାଏ । ଯେଉଁ ଲୋକ ଖରାପ ସମୟରେ ଆପଣଙ୍କ ସହ ଠିଆ ହୋଇ ଥାଏ ସେହି ଲୋକ ସଠିକ ଭାବରେ ନିଜ ଲୋକ ହୋଇ ଥାନ୍ତି ।


ସଚିୱ ବୈଦ ଗୁରୁ ତୀନି ଜୌଂ ପ୍ରିୟ ବୋଲହିଂ ଭଯ ଆସ।

ରାଜ ଧର୍ମ ତନ ତୀନି କର ହୋଇ ବେଗିହୀଂ ନାସ।।

ଏହି ଦୋହା ଅନୁଯାଇ ତୁଳସୀ ଦାସ କହିଛନ୍ତି ମନ୍ତ୍ରୀ, ବୈଦ୍ୟ ଏବଂ ଗୁରୁ ଯଦି ଏହି ପରି ଲୋକ ନିଜ ଲାଭ ପାଇଁ କାହା ସହ ଭଲ ରେ କଥା ହୁଅନ୍ତି ତେବେ ସେହି ଲୋକ ରାଜ୍ୟ, ଶରୀର ଏବଂ ଧର୍ମ ତିନୋଟି ଜିନିଷ ନଷ୍ଟ ହୋଇ ଥାଏ ।

ତୁଲସୀ ଦେଖି ସୁବେଷୁ ଭୂଲହିଂ ମୂଢ଼ ନ ଚତୁର ନ ସୁନ୍ଦର।

କେକିହୀ ପେଖୁ ବଚନ ସୁଧା ସମ ଅସନ ଅହି।।

ଏହି ଦୋହା ରେ ତୁଳସୀଦାସ କହିଛନ୍ତି, ସୁନ୍ଦର ଲୋକଙ୍କୁ ଦେଖି କେବଳ ମୂର୍ଖ ଲୋକ ନୁହେଁ, ବୁଦ୍ଧିମାନ ଲୋକ ମଧ୍ୟ ଧୋଖା ଖାଇ ଯାଆନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button