IBN ଓଡ଼ିଶା ବ୍ୟୁରୋ

ଡାଇବେଟିସ୍‌ ରୋଗୀ ଖାଦ୍ୟପେୟ ସହ ଏଭଳି ଭାବେ ପାଦର ମଧ୍ୟ ନିଅନ୍ତୁ ଯତ୍ନ

ଅନିୟନ୍ତ୍ରିତ ବ୍ଲଡ଼ ସୁଗାର ଅନ୍ୟ ରୋଗର କାରକ ମଧ୍ୟ ସାଜିଥାଏ। ଏଭଳି ସ୍ଥିତିରେ ମଧୁମେହ ରୋଗୀ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ଆପଣଙ୍କ ଲାଇଫ ଷ୍ଟାଇଲ ଯେତେ ସାଧାରଣ ହେବ ବ୍ଲଡ଼ ସୁଗାର ଓ ଡାଇବେଟିସ ମଧ୍ୟ ସେତିକି ନିୟନ୍ତ୍ରଣରେ ରହିବ। ତେବେ ଖାଦ୍ୟପେୟ ସହ ମଧୁମେହ ରୋଗୀଙ୍କୁ ନିଜ ଶରୀରର ଯତ୍ନ ନେବା ମଧ୍ୟ ଜରୁରୀ।କାରଣ ଡାଇବେଟିସ ହେବା ପୂର୍ବରୁ ଜଣାପଡେ ନାହିଁ। ଏଣୁ ଏହାକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ।

ଖାସ କରି ଡାଇବେଟିସ ରୋଗୀମାନେ ନିଜ ପାଦର ଅଧିକ ଯତ୍ନ ନେବା ଆବଶ୍ୟକ। କାରଣ ଡାଇବେଟିସ ରୋଗୀଙ୍କ ରକ୍ତଚାପ ସାଧାରଣଠାରୁ ଅଧିକ ରହିଥାଏ। ଫଳରେ ପାଦକୁ ରକ୍ତସଞ୍ଚାଳନ ଠିକ ଭାବେ ହୋଇପାରିନଥାଏ। ପାଦ ଆଙ୍ଗୁଠି ଚାରିପଟେ ସମସ୍ୟା ଦେଖାଦେବା ସହ ଦରଜ ହୁଏ ଓ ବିନ୍ଧେ। ବେଳେ ବେଳେ ପାଦ ଫୁଲେ ମଧ୍ୟ। ଗୋଡ଼ରେ କିଛି କ୍ଷତ ହେଲେ ତାହା ସହଜରେ ଶୁଖେ ନାହିଁ।

ଏଭଳି ସ୍ଥିତିରେ ଉଷୁମ ପାଣିରେ ପାଦ ଧୁଅନ୍ତୁ। ସଫା କପଡ଼ାରେ ପାଦକୁ ପରିଷ୍କାର କରନ୍ତୁ। ବିଶେଷ କରି ଦୁଇ ଆଙ୍ଗୁଠିର ମଝିକୁ ସଫା ରଖନ୍ତୁ। ଜୋତାକୁ ସଫା କରନ୍ତୁ। ପାଦକୁ ଓଦା ରଖନ୍ତୁ ନାହିଁ। କେବେବି ଖାଲି ପାଦରେ ବାହାରକୁ ଯାଆନ୍ତୁ ନାହିଁ।ଯଦି ପାଦରେ କିଛି ଅସ୍ୱାଭାବିକ ପରିବର୍ତ୍ତନ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button