IBN ଓଡ଼ିଶା ବ୍ୟୁରୋ

ପୁନର୍ବାର ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା

ବେଜିଂ: ଚାଇନା ଭାରତ ସହିତ ଏହାର ସମ୍ପର୍କ ସୁଧାରିବାକୁ ଏବଂ ଶାନ୍ତି ପ୍ରତିଷ୍ଠା କରିବାକୁ ଆଉ ଗୋଟିଏ ପାଦ ବଢେଇଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ ହେବ । ଗୋଟିଏ ପଟେ ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ଚାଲିଥିବା ବେଳେ ଅନ୍ୟପଟେ ଭକ୍ତମାନଙ୍କ ପାଇଁ ଆଉ ଏକ ଖୁସି ଖବର ,

୨୭ ଜାନୁଆରୀ, ୨୦୨୫ ସୋମବାର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ବୈଦେଶିକ ସଚିବ-ଉପବୈଦେଶିକ ମନ୍ତ୍ରୀ ବୈଠକ ପାଇଁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଜାନୁଆରୀ ୨୬-୨୭ରେ ବେଜିଂ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ଉଭୟ ଦଳ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣିଥରେ ଆରମ୍ଭ କରିବାକୁ ସହମତି ପ୍ରକାଶ ପାଇଛି । ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଏବଂ ଚାଇନା ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି ।

୨୦୨୫ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ ହେବ । ଜୁନ୍ ୨୦୨୦ରେ ଗାଲୱାନରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ଡୋକଲାମରେ ବିବାଦ ପରେ ଏହି ଗସ୍ତକୁ ବନ୍ଦ କରାଯାଇଥିଲା। କୈଳାସ ମାନସରୋବର ଯାତ୍ରା ବନ୍ଦ ହେବା ପରେ, ଉତ୍ତରାଖଣ୍ଡର ବ୍ୟାସ ଉପତ୍ୟକାରୁ ଶ୍ରଦ୍ଧାଳୁମାନେ କୈଳାସ ପର୍ବତକୁ ଯାଉଥିଲେ । ବୈଦେଶିକ ମନ୍ତ୍ରଣାଳୟ କହିଛି, “ଅକ୍ଟୋବରରେ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ସହମତି ଅନୁଯାୟୀ,

ଉଭୟ ପକ୍ଷ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ସ୍ଥିର ଏବଂ ସୁଦୃଢ଼ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।” “ସମ୍ପର୍କ ପୁନଃସ୍ଥାପିତ କରିବା ପାଇଁ ଦୁଇ ପକ୍ଷ ଲୋକ-କୈନ୍ଦ୍ରିକ ପଦକ୍ଷେପ ନେବାକୁ ସହମତ ହୋଇଛି।” ମନ୍ତ୍ରଣାଳୟ ଆହୁରି କହିଛି, “ଏହି ପରିପ୍ରେକ୍ଷୀରେ,

ଉଭୟ ପକ୍ଷ ୨୦୨୫ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।” ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୱାଙ୍ଗ୍ କହିଛନ୍ତି, ଉଭୟ ପକ୍ଷ ଏହି ସୁଯୋଗର ଫାଇଦା ଉଠାଇବା, ପରସ୍ପରକୁ ଭେଟିବା, ଅଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏବଂ ପାରସ୍ପରିକ ବୁଝାମଣା, ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ।

ସୁଚନା ଅନୁଯାୟୀ ଭାରତ ଏବଂ ଚୀନ୍ ମଧ୍ୟରେ ବୈଠକ ପାଇଁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଯାଇଥିଲେ। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ବେଜିଂରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହ ସାକ୍ଷାତ ସମୟରେ ଗୁରୁତ୍ୱାରୋପ କରିଥିଲେ ଯେ ଚୀନ୍-ଭାରତ ସମ୍ପର୍କରେ ଉନ୍ନତିର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

ତାଙ୍କ ମତରେ ଗତ ବର୍ଷ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ପରଠାରୁ ସମସ୍ତ ସ୍ତରରେ ସକାରାତ୍ମକ ଆଲୋଚନା ହୋଇଛି । ବୈଠକ ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ‘ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତିକୁ ଉଭୟ ପକ୍ଷ ଆନ୍ତରିକ ଭାବରେ କାର୍ଯ୍ୟକାରୀ କରିଛନ୍ତି ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button