IBN ଓଡ଼ିଶା ବ୍ୟୁରୋ

ବାପା ! ମତେ କ୍ଷମା କରିଦେବ… ମୋ ସ୍ତ୍ରୀ ପାଇଁ ମୁଁ ଆତ୍ମହତ୍ୟା କରୁଛି… ଲୁହଭିଜା ଚିଠି ଲେଖି ଝୁଲିପଡିଲେ ଯୁବକ

କର୍ଣ୍ଣାଟକ: ବାପା ! ମତେ କ୍ଷମା କରିଦେବ… ମୋ ସ୍ତ୍ରୀ ମତେ ଅତ୍ୟାଚାର କରୁଛି, ମତେ ମାରୁଛି… ସିଏ ମୋ ମୃତ୍ଯୁ ଚାହୁଁଛି… ମୁଁ ଆଉ ସହିପାରୁନି ବାପା, କି ଏ ଦୁନିଆରେ ଆଉ ରହିବାକୁ ବି ଚାହୁଁନି… ମୁଁ ଯାଉଛି ବାପା ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଉଛି…

ଏମିତି ଏକ ଲୁହଭିଜା ଚିଠି ଲେଖି ଫାଶୀରେ ଝୁଲିପଡିଲେ କର୍ଣ୍ଣାଟକ ଚାମୁଣ୍ଡେଶ୍ବରୀ ନଗରର ଯୁବକ ପିଟର । ତେବେ ତାଙ୍କ ପତ୍ନୀ ପିଙ୍କିର ଅତ୍ୟାଚାର ସହି ନପାରି ସିଏ ଏପରି ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିବା ତାଙ୍କ ସୁଇସାଇଡ ନୋଟରୁ ଜଣାପଡିଛି । ଏମତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକରେ ଚାଞ୍ଚଲ୍ୟ ସୃଷ୍ଚି ହୋଇଛି

ତେବେ ମୃତ ଯୁବକ ଦୁଇ ବର୍ଷ ତଳେ ବିବାହ କରିଥିଲେ । ମାତ୍ର ବାହାଘରର ୩ ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଆଉ ଏହି ଝଗଡା ଛାଡପତ୍ର ଯାଏଁ ପହଞ୍ଚିଥିଲା । ମୃତ ଯୁବକଙ୍କ ସ୍ତ୍ରୀ ଛାଡପତ୍ର ପାଇଁ ଆବେଦନ ମଧ୍ଯ କରିଥିଲେ । ଆଉ ନିଜର ଭରଣ ପୋଷଣ ପାଇଁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । କିଛି ମାସ ପୂର୍ବେ ଯୁବକଙ୍କର ଚାକିରି ଚାଲିଯାଇଥିବାରୁ ସେ ବେରୋଜଗାର ହୋଇଯାଇଥିଲେ ଆଉ ଏହି ସମୟରେ ସ୍ତ୍ରୀ ବାରମ୍ବାର ଟଙ୍କା ମାଗି ଧମକାଉଥିଲେ ଯାହା ତାଙ୍କୁ ମାନସିକ ସ୍ତରରେ ଅତ୍ୟାଚାର ଭଳି ଲାଗୁଥିଲା, ଯାହାକୁ ନେଇ ଯୁବକ ଜଣକ ସବୁବେଳେ ଚିନ୍ତାରେ ରହୁଥିଲେ ଏବଂ ଅତି ସହି ନପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ।

ସେପଟେ ପୁଅର ମୃତ୍ଯୁ ପରେ ପରିବାର ଲୋକେ ବୋହୂ ଉପରେ ଅଭିଯୋଗ ଆଣିଛନ୍ତି, ବାହାଘରକୁ ନେଇ କାଳେ ଯୁବତୀ ଖୁସି ନଥିଲେ ଆଉ ପରକୀୟା ପ୍ରୀତି ପାଇଁ ଆଜି ତାଙ୍କ ପୁଅ ଆତ୍ମହତ୍ଯା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଆଜିକାଲି ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଏତେ ଉଗ୍ରରୂପ ନେଉଛି ଯେ ତାହା ଛାଡପତ୍ର କିମ୍ବା ଆତ୍ମହତ୍ୟାର ରୂପ ନେଇଯାଉଛି । ତେଣୁ ଏସବୁ ରୋକିବା ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ନିଜନିଜ ଭିତରେ ଉତ୍ତମ ବୁଝାମଣା ରଖି ସମସ୍ଯାର ସମାଧାନ କରିବା ଜରୁରୀ…

Related Articles

Leave a Reply

Your email address will not be published. Required fields are marked *

Back to top button