IBN ଓଡ଼ିଶା ବ୍ୟୁରୋ

୨୦ ଦିନିଆ ପାରୋଲ୍‌ରେ ଜେଲ୍‌ରୁ ବାହାରିଲେ ଗୁରମିତ ରାମ୍‌ ରହିମ୍‌

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡାଦେଶ ଭୋଗୁଥିବା ରାମ ରହିମଙ୍କୁ ୨୦ ଦିନର ପାରୋଲ୍ ମିଳିଛି। ଆତ୍ମଘୋଷିତ ବାବା ରାମ ରହିମ ଆଜି ସକାଳ ପ୍ରାୟ ୫.୨୬ରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି ବୋଲି ସୂଚନା ରହିିଛି।

ଅନୁମାନ କରାଯାଉଛି ଯେ ଗୁରମିତ୍ ରାମ ରହିମ ଏଥର ହରିଆଣାର ସିର୍ସାରେ ଥିବା ଡେରା ଆଶ୍ରମରେ ରହିବେ। ରିପୋର୍ଟ ଅନୁଯାୟୀ, ୨୦୧୭ ମସିହା ପରଠାରୁ ଏହାକୁ ମିଶାଇ ରାମ୍‌ ରହିମ ୧୨ ଥର ଜେଲ୍‌ରୁ ବାହାରି ସାରିଲେଣି।

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା। ସେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି।

୨୦୧୯ ମସିହାରେ, ଡେରା ମୁଖ୍ୟ ଏବଂ ଅନ୍ୟ ତିନି ଜଣଙ୍କୁ ୧୬ ବର୍ଷ ତଳେ ଜଣେ ସାମ୍ବାଦିକଙ୍କ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button