IBN ଓଡ଼ିଶା ବ୍ୟୁରୋ

ମହାକୁମ୍ଭରେ ମାଳି ବିକି ମୋଟା ଅଙ୍କରେ ରୋଜଗାର କଲେ ମୋନାଲିସା । ୧୦ ଦିନରେ କମେଇଲେ ୧୦ କୋଟି ! ରୂପ ପରେ ରୋଜଗାରକୁ ନେଇ ଚର୍ଚ୍ଚା…

ପ୍ରୟାଗରାଜ: ମହାକୁମ୍ଭରେ ମାଳି ବିକୁଥିବା ମୋନାଲିସା ନିଜ ସୁନ୍ଦରତା ଏବଂ ପୋଟଳଚିରା ଆଖିର ଚାହାଣୀ ପାଇଁ ରାତାରାତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କ ରୋଜଗାରକୁ ନେଇ ଆଉ ଏକ ଚର୍ଚ୍ଚା ଖବରର ଶିରୋନାମା ପାଲଟିଛି । ମୋନାଲିସା ମହାକୁମ୍ଭରେ କେତେ ଟଙ୍କା ରୋଜଗାର କରିଛନ୍ତି, ରୁଦ୍ରାକ୍ଷ ଏବଂ ମାଳି ବିକି ମାତ୍ର ୧୦ ଦିନରେ ସେ କେତେ କମେଇଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ମୋନାଲିସା କାଳେ ମାତ୍ର ୧୦ ଦିନରେ ୧୦ କୋଟି ଟଙ୍କା ରୋଜଗାର କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକେ ଆଲୋଚନା କରୁଥିବା ଏବେ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି ।

ନିଜ ସୁନ୍ଦରତାକୁ ଆୟୁଧ କରି ସେ ମାତ୍ର ୧୦ ଦିନରେ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା କୁହାଯାଉଥିବା ବେଳେ ମୋନାଲିସା କିନ୍ତୁ ଏପରି ଉଡା କଥାକୁ ଖଣ୍ଡନ କରିଛନ୍ତି ଆଉ କହିଛନ୍ତି ଏହା ଗୁଜବ । ଆଉ କହିଛନ୍ତି, ଯଦି ମୁଁ ଏତେ ଟଙ୍କା ରୋଜଗାର କରିଥାନ୍ତି ତାହାଲେ କଣ ପାଇଁ ଏଠି ପଡିରହିଛି ଆଉ କଣ ପାଇଁ ଆଜି ଯାଏଁ ମାଳି ବିକୁଛି ।

ସେପଟେ ମୋନାଲିସାଙ୍କ ବାପା ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି ନିଜ ସୁନ୍ଦରତା ପାଇଁ ଝିଅ ରାତାରାତି ଭାଇରାଲ ହେବା ଆମ ପାଇଁ କାଳ ସାଜିଛି । ୧୦ ଦିନରେ ୧୦ କୋଟି ନୁହେଁ ବରଂ ବ୍ୟବସାୟ ପ୍ରଭାବିତ ହୋଇଛି, ମାଳି ବିକି ଯେତିକି ରୋଜଗାର କରି ହୋଇଥାନ୍ତା ତାହା ହୋଇପାରିନି । ମାଳମାଳ ଲୋକଙ୍କ ସହ ସେଲ୍ଫି, ୟୁଟୁବରଙ୍କ ଭିଡିଓ ଏବଂ ସାମ୍ବାଦିକଙ୍କ ଗହଳି ବେପାରରେ ବାଧା ଦେଇଛି ତେଣୁ ବ୍ୟବସାୟ ହୋଇପାରିନି ।

ତେବେ ପ୍ରୟାଗରାଜ ଯିଏ ଯାଉଛି ସିଏ ବାବାଙ୍କୁ ଭେଟିବା ସହ ଭାଇରାଲ ଗାର୍ଲ ମୋନାଲିସାଙ୍କୁ ଭେଟୁଛି । ତାଙ୍କ ପାଖରେ ସବୁଦିନ ହଜାର ହଜାର ଲୋକଙ୍କ ଭିଡ ଜମୁଛି ତେଣୁ ତାଙ୍କୁ ବାଧ୍ୟ ହୋଇ ଘରେ ରହିବାକୁ ପଡିଛି । ନିଜର ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ସେ ଫେରିଯାଇଥିବା କହି ତାଙ୍କ ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ମୋନାଲିସା ।

Related Articles

Leave a Reply

Your email address will not be published. Required fields are marked *

Back to top button