ଓଜନ କମ କରିବା ପାଇଁ ଡାଏଟ୍ରେ ସାମିଲ୍ କରନ୍ତୁ କଞ୍ଚାଲଙ୍କା

ଓଜନ ବୃଦ୍ଧିକୁ ନେଇ ଅଧିକାଂଶ ଲୋକମାନେ ଚିନ୍ତାରେ ରହିଥାନ୍ତି। ଅଧିକ ଓଜନ କାରଣରୁ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ, ଯେପରି ହୃଦରୋଗ, ଡାଇବେଟିଜ୍, ମୋଟାପଣ, ବ୍ଲଡପ୍ରେସର ଇତ୍ୟାଦି। ଅଧିକ ଓଜନକୁ କମ କରିବା ପାଇଁ ଲୋକମାନେ ଏକ୍ସରସାଇଜ୍, ଡାଏଟିଙ୍ଗ ଏବଂ ଉପବାସ ଭଳି ଅନେକ ଉପାୟ ଆପଣେଇଥାନ୍ତି। ଏହାବ୍ୟତୀତ ଓଜନ କମ କରିବା ପାଇଁ ଘରେ ରଖାଯାଥିବା ଜିନିଷର ସାହାଯ୍ୟ ନେଇଥାନ୍ତି। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ସେହି ଜିନିଷର ସେବନ ସୀମିତ ରୂପେ କରନ୍ତୁ ନଚେତ୍ ଏହା ହାନିକାରକ ହୋଇପାରେ।
ଯଦି ଆପଣ ନିଜର ଓଜନ କମ କରିବା ପାଇଁ ଚାହୁଁଛନ୍ତି ତେବେ ଆପର ଖାଦ୍ୟରେ କଞ୍ଚାଲଙ୍କା ସାମିଲ କରନ୍ତୁ। କାରଣ କଞ୍ଚାଲଙ୍କା ଦ୍ୱାରା ଶରୀରରେ ଅତିରିକ୍ତ ଫ୍ୟାଟ ବର୍ଣ୍ଣ କରିବାରେ ସାହାଯ୍ୟ ମିଳିଥାଏ। ଏପରି ଏହି କାରଣରୁ ହୋଇଥାଏ କାରଣ ଯେତେବେଳେ ଆପଣ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି, ଏହା ହଜମ ହେବା ପାଇଁ ପାଖାପାଖି ୩ ଘଣ୍ଟା ସମୟ ଲାଗିଥାଏ। ରିସର୍ଚ୍ଚ ଅନୁଯାୟୀ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପରିପୂର୍ଣ୍ଣତାର ଭାବନା ବଢିବା ସହ ଭୋକ ଲାଗିବା କମିଯାଇଥାଏ। ଏହାଦ୍ୱାରା କୌଣସି ବ୍ୟକ୍ତି ମଧ୍ୟ ଅତ୍ୟଧିକ ଖାଦ୍ୟ ଖାଇପାରିନଥାନ୍ତି। ଅଧିକ ଖାଦ୍ୟ ଖାଇବାର ଇଛାକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ କଞ୍ଚାଲଙ୍କା।
୨୦୦୮ରେ ଆମେରିକାନ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଲଙ୍କାରେ ଥିବା ଏକ ସକ୍ରିୟ ଯୌଗିକ କ୍ୟାପସାଇସିନ୍ ଦ୍ୱାରା ପେଟର ଚର୍ବି କମ ହୋଇଥାଏ। କଞ୍ଚାଲଙ୍କାର ସବୁଠାରୁ ଖାସ୍ କଥା ହେଉଛି ଆପଣ ଏହାକୁ ଦୈନିକ ଖାଦ୍ୟରେ ସାମିଲ କରିବା ଦ୍ୱାରା ବାସ୍ତବରେ ରଚନାତ୍ମକ ହେବାର ଆବଶ୍ୟକତା ରହିନଥାଏ। ଏହିପରି ଆପଣ କଞ୍ଚାଲଙ୍କାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଅତ୍ୟଧିକ ଚର୍ବି କଣ୍ଟ୍ରୋଲରେ ରହିଥାଏ।




