IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣଙ୍କର ୟୁରିକ ଏସିଡ ବଢୁଛି କି ? ଏହି ଚାରିଟି ଖାଦ୍ୟ କରିବ ନିୟନ୍ତ୍ରଣ

ଯଦି ଆପଣଙ୍କ ୟୁରିକ ଏସିଡ ବଢୁଥାଏ, ତେବେ ଆପଣଙ୍କର ଆର୍ଥ୍ରାଇଟିସ ରୋଗ ଦେଖାଦେଇପାରେ। ଏହି ରୋଗ ହେଲେ ଆପଣଙ୍କ ଗଣ୍ଠି ଦରଜ ହେବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିପାରେ। ଏହି ଯନ୍ତ୍ରଣା ଆପଣଙ୍କ ସମଗ୍ର ଶରୀରରେ ଧୀରେ ଧୀରେ ହେବାକୁ ଲାଗିଥାଏ। କ’ଣ ଆପଣ ଜାଣନ୍ତି କି , ଶରୀରରୁ ମେଟାବଲୋଜିମ ଦୁର୍ବଳ ହେବା ଯୋଗୁଁ ୟୁରିକ ଏସିଡି ବଢିଥାଏ। ୟୁରିକ ଏସିଡ ରକ୍ତ କୋଷିକାକୁ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ନିଜ ଖାଦ୍ୟପେୟରେ ସ୍ୱତନ୍ତ୍ର ଧ୍ୟାନ ରଖିବେ ତେବେ ଏହାକୁ ନିୟନ୍ତ୍ରିତ କରିପାରିବେ। ଆସନ୍ତୁ ଜାଣିନେବା କ’ଣ ଖାଇବା ଉଚିତ ଏବଂ ଅନୁଚିତ ..

fruit

-ବଢୁଥିବା ୟୁରିକ ଏସିଡକୁ ନିୟନ୍ତ୍ରିତ କରିବା ପାଇଁ ସଠିକ ଖାଦ୍ୟପେୟ କରିବା ଉଚିତ। ଭିଟାମିନ ଡି ଯୁକ୍ତ ପରିପୂର୍ଣ୍ଣ ଆହାର କରିବା ଦ୍ୱାରା ୟୁରିକ ଏସିଡକୁ ନିୟନ୍ତ୍ରିତ କରାଯାଇପାରିବ। କ୍ଷୀର, ଦହି, ଅଣ୍ଡା, ମାଛ ଇତ୍ୟାଦିରେ ଭିଟାମିନ ଡି ପରିପୂର୍ଣ୍ଣ ରହିଥାଏ। ଏହାଛଡା କମଳା, ଚେରୀ, କୋଳି ଭଳି ଫଳ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିପାରିବେ।

apple

– ଫାଇବର ଯୁକ୍ତ ଆହାର ଖାଇବା ଦ୍ୱାରା ମଧ୍ୟ ୟୁରିକ ଏସିଡ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରେ। ଏହା ଶରୀରର ୟୁରିକ ଏସିଡକୁ ଶୁଖାଇବାରେ କାମରେ ଆସିଥାଏ। ଡାଲି, ଫ୍ଲାକସିଡ, ବ୍ରୋକଲି, ସେଓ, ନାସପତି ଇତ୍ୟାଦିରେ ଫାଇବର ଭରପୂର ମାତ୍ରାରେ ରହିଥାଏ।

– ବଢୁଥିବା ୟୁରିକ ଏସିଡକୁ ନିୟନ୍ତ୍ରିତ କରିବା ପାଇଁ ସେଓ ସିରକା ବହୁତ ଉପକାରୀ। କିନ୍ତୁ ଧ୍ୟାନ ରଖନ୍ତୁ, ସେଓ ସିରକାକୁ ସବୁବେଳେ ପାଣି ସହିତ ମିଶାଇ ପିଇବା ଉଚିତ। କେବେ ବି କେବଳ ସିରକା ପିଅନ୍ତୁ ନାହିଁ।

 

– ୟୁରିକ ଏସିଡ ବଢୁଥିଲେ, ସବୁବେଳେ ଫ୍ୟାଟ୍‌ ଏବଂ ସୁଗାର ଥିବା ଖାଦ୍ୟପଦାର୍ଥରୁ ଦୂରେଇ ରୁହନ୍ତୁ। ୟୁରିକ ଏସିଡ ବଢିଥିଲେ ଆଲକହଲ ଗ୍ରହଣ କରନ୍ତୁ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button