ଦେଶ

ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା; ଯୁକ୍ତଦୁଇ ପାସ ଛାତ୍ରଛାତ୍ରୀଙ୍କୁ ୬ ହଜାର ଟଙ୍କା ଭତ୍ତା

ଲାଡଲୀ ବେହନ ପରେ ମହାରାଷ୍ଟ୍ର ସରକାର ଲାଡଲା ଭାଇ ଯୋଜନା ଆରମ୍ଭ କରିଛନ୍ତି । ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟରେ ଯେଉଁ ଛାତ୍ରମାନେ ଯୁକ୍ତଦୁଇ ପାସ କରିଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ମାସିକ ୬ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । କେବଳ ସେତିକି ନୂୁହେଁ ଯେଉଁମାନେ ଡିପ୍ଲୋମା ପାସ୍ କରିଛନ୍ତି ସେମାନଙ୍କୁ ମାସିକ ୮ ହଜାର ଓ ଗ୍ରାଜୁଏସନ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।ଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ରହିଛି । ଏହାକୁ ନଜରରେ ରଖି ସିନ୍ଦେ ସରକାର ଏଭଳି ଘୋଷଣା କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ବଢୁଥିବା ବେରୋଜଗାରୀ ସମସ୍ୟାକୁ ନେଇ ବିରୋଧୀମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦୁର୍ବଳ କରିବାକୁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button