ଅପରାଧ
ରାଜଧାନୀରେ ଅତଙ୍କ ଖେଳାଇଥିବା ମୁଖ୍ୟ ଅଭିଯୁକ୍ତ ନରେଶ ଜେନା ଗିରଫ

ରାଜଧାନୀରେ ଫାଙ୍କା ଗୁଳି ଚାଳନା କରି ଆତଙ୍କ ଖେଳାଇଥିବା ମୁଖ୍ୟ ଅଭିଯୁକ୍ତ ନରେଶ ଜେନା ଗିରଫ । ଜିଲ୍ଲା ବାହାରେ ଲୁଚିଥିବା ବେଳେ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ । ଅଭିଯୁକ୍ତ ଠାରୁ ଜବତ ହେଲା ବନ୍ଧୁକ ଓ ଏକ ବ୍ଲୁ ରଙ୍ଗ ର ବୁଲେଟ । ଗତ ରବିବାର ରାତି ପ୍ରାୟ ସାଢ଼େ ୯ ଟା ବେଳେ ଘଟିଥିଲା ଏହି ଘଟଣା । ବଡ଼ଗଡ଼ ଥାନା ଗଢିଆଖାଲ ବସ୍ତିରେ ଗର୍ଜିଥିଲା ବନ୍ଧୁକ ।ସୂଚନା ଅନୁଯାୟୀ ୫ ରୁ ୭ ଜଣ ଯୁବକ ହାତରେ ଖଣ୍ଡା ଧରି ବସ୍ତି ଭିତରେ ବୁଲିବା ସହ ଯାହାକୁ ପାରିଥିଲେ ହାଣିଥିଲେ । ଧଳା ରଙ୍ଗର କାର ମଧ୍ୟ ବର୍ତ୍ତି ନଥିଲା । ଏ ନେଇ ଆହତ ବଳରାମ ବେହେରା ଥାନାରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ସାଗର ଜେନା, ଟି ବିଜୁ, ସୁମନ୍ତ ପ୍ରଧାନ, ଗୁନୁ କଂହର ଓ ଅନ୍ୟ ଜଣେ ନାବଳକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ଖଣ୍ଡା, ଚାପଡ଼, କ୍ରିକେଟ ୱିକେଟ୍ , ଗାଡି ଜବତ କରାଯାଇଥିଲା। ସମସ୍ତଙ୍କ ବିରୋଧରେ NSA ଲଗାଇବାକୁ ଯୋଜନା ଚାଲିଥିବା ପୂର୍ବରୁ କହିଥିଲେ ପୋଲିସ କମିଶନର।