ଅପରାଧ

ପାର୍କରେ ଯୁବତୀଙ୍କୁ ର୍ଦୁବ୍ୟବହାର ଅଭିଯୋଗରେ ୪ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ପାର୍କରେ ଯୁବତୀଙ୍କୁ ର୍ଦୁବ୍ୟବହାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା ବଡ଼ଗଡ ଥାନା ପୁଲିସ । ସେମାନେ ହେଲେ ରାଜୁ ଦାସ(୨୦), ରାହୁଲ ଦାସ(୧୯), ରାଜୁ ରାଉତ(୨୭) ଏବଂ ଦିପକ କୁମାର ବେଉରା(୨୦) । ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ବିଜେବି ନଗର ମାଇଁଷାଖାଲ ପାର୍କରେ ବସିଥିଲେ । ସେହି ସମୟରେ ଉକ୍ତ ୪ ଜଣ ସେଠାକୁ ଆସିଥିଲେ ଏବଂ ଏଠି କାହିଁକି ବସିଛ କହି ଗାଳି ଗୁଲଜ କରିବା ସହ ଯୁବତୀଙ୍କ ସହ ଖରାପ ବ୍ୟବହାର କରି ଯୁବତୀଙ୍କ ପ୍ରାଇଭେଟ୍ ପାର୍ଟରେ ହାତ ମାରିବାକୁ ଚେଷ୍ଠା କରିଥିଲେ । ଏବଂ ତାସହ ଅଭିଯୋଗକାରିଣୀ ଓ ତାଙ୍କର ପୁରୁଷ ବନ୍ଧୁଙ୍କ ଠାରୁ ୧୫୦୦ଟଙ୍କା, ମୋବାଇଲ ଫୋନ ଆଦି ଛିନତାଇ କରି ନେଇଯାଇଥିଲେ । ଏନେଇ ବଡ଼ଗଡ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଆଜି ସମସ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ । ସେମାନଙ୍କର ହେପାଜତରୁ ୫୦୦ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି ପୁଲିସ । ପଚରାଉଚରା ବେଳେ ସେମାନଙ୍କର ଅପରାଧ ସ୍ୱୀକାର କରିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button