ଅପରାଧ

ନାବାଳିକା ସହ ଅନୈତିକ ସମ୍ପର୍କ ରଖିଲା ଦୁର୍ବୁତ୍ତ ଆଉ ତାପରେ ହେଲା କିଛି ଏପରି…. – Ibnodisha

[ad_1]

ଭୁବନେଶ୍ୱର: ନାବାଳିକା କୁ ପ୍ରେମକରି ଗିରଫ ହେଲେ ଯୁବକ । ପ୍ରେମ ଜାଲରେ ଫସାଇ ପ୍ରତାରଣା କରିବା ପଡିଛି ମହାଙ୍ଗା। ପ୍ରେମ ଦେଖେନି ବୟସ ସୀମା ।କିନ୍ତୁ ଯଦି ସେଇ ପ୍ରେମ ହିଁ ଧୋକା ଦେବ ତାହେଲେ ଫସିବା ତ ସୁନିଶ୍ଚିତ। ଯେମିତି ଏ ଯୁବକ ଜଣକ ଫସିଯାଇଛନ୍ତି। ନା ବାଳିକା କୁ ପ୍ରେମ କରି ଧୋକା ଦେବାରୁ ବାନ୍ଧି ନେଇଛି ପୋଲିସ।

ଦଶପଲ୍ଲା ବ୍ଲକ ସ୍ଥିତ ବାଣୀଗୋଛା ଥାନା ଅଂଚଳରେ ରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ପ୍ରେମ ବ୍ୟାପାରକୁ ନେଇ ଅନେକ କଥା ସାମ୍ନାକୁ ଆସେ । ଯାହାକୁ ନେଇ କେହି ନା କେହି ପ୍ରତାଡ଼ିତ ହୋଇଛନ୍ତି।କିନ୍ତୁ ଏଠି ଜଣେ ନା – ବାଳିକା କୁ ପ୍ରେମକରି ପ୍ରତାରିତ କରିବା ଜଣେ ପ୍ରେମିକକୁ ମହାଙ୍ଗା ପଡିଛି । ସମୃକ୍ତ ନା – ବାଳିକା ଙ୍କ ପରିବାର ପକ୍ଷରୁ ଏନେଇ ବାଣୀଗୋଛା ଥାନାରେ ଅଭିଯୋଗ ହେବାପରେ ବାଣୀଗୋଛା ପୋଲିସ ଅଭିଯୋଗ ଆଧାରରେ ୧୦୫/୨୩ ରେ ଏକ ମାମଲା ରୁଜୁକରି ସଂପୃକ୍ତ ପ୍ରେମିକ କୁ ଗିରଫ କରିଛି ବାଣୀଗୋଛା ପୋଲିସ।

ଗିରଫ ଯୁବକ ଜଣକ ବାଣୀଗୋଛା ଥାନା ଅଧିନସ୍ଥ ଶରତ ସାହୁଙ୍କ ପୁଅ ସନ୍ତୋଷ କୁମାର ସାହୁ ବୋଲି ଜଣାପଡ଼ିଛି ।ସୂଚନାମୁତାବକ ବାଣୀଗୋଛାର ଜଣେ ନା -ବାଳିକା ସହ ସନ୍ତୋଷର ୨ ବର୍ଷ ତଳେ ପ୍ରେମ ସଂପର୍କ ଗଢି ଉଠିଥିଲା । ନା – ବାଳିକା ର ବାପା ଓ ମା ଉଭୟେ ବାହାରେ ରହି ଆସୁଥିବାବେଳେ ନା – ବାଳିକା ଜଣକ ସମ୍ପର୍କୀୟ ଙ୍କ ତତ୍ବାବଧାନରେ ରହି ଆସୁଥିଲେ ।ଏହାର ସୁଯୋଗ ନେଇ ସନ୍ତୋଷ ବିଭିନ୍ନ ସମୟରେ ନା – ବାଳିକା ସହ ସମ୍ପର୍କ ରଖି ଆସୁଥିଲେ ।ମାତ୍ର ଘଟଣା ପ୍ରଘଟ ହେବା ସହ ପ୍ରତାରିତ କରିବା ପରେ ସେ ଥାନା ର ଦ୍ବାରସ୍ଥ ହୋଇଥିଲେ ।ଏହାପରେ ସନ୍ତୋଷ ଙ୍କୁ ଗିରଫ କରାଯାଇ ଉଭୟଙ୍କ ଡାକ୍ତରୀ ପରୀକ୍ଷା ହୋଇଥିବା ଜଣାପଡ଼ିଛି।ଏହାପରେ ସନ୍ତୋଷ କୁ କୋର୍ଟ ଚାଲଣ କରାହେବାକୁ ଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button