ଅପରାଧ

ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀ ଓ ଶାଶୂର ଗଲା ଜୀବନ – Ibnodisha

[ad_1]

ପାନାଜୀ: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀ ଓ ଶାଶୂଙ୍କୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରି ହତ୍ୟା କଲେ ନୌସେନାର କର୍ମଚାରୀ ଅନୁରାଗ ସିଂହ ରାଜାୱତ । ତାଙ୍କୁ ଗର୍ଭବତୀ ସ୍ତ୍ରୀ ଓ ଶାଶୂଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡଟି ଗୋଆର ଭାସ୍କୋଡି ଗାମା ବନ୍ଦରସହର ନ୍ୟୁ ୱେଡେମ୍‌ରେ ଘଟିଥିଲା। ଯୌତୁକ ପାଇଁ ସେ ଉଭୟଙ୍କୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପତ୍ନୀଙ୍କ ପରିବାରର ଅଭିଯୋଗ ପରେ ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ୍ସ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ତାଙ୍କୁ ଗିରଫ କରିଛି ପୋଲିସ।ମୃତ ମହିଳା ଅନୁରାଗଙ୍କ ଗର୍ଭବତୀ ପତ୍ନୀ ଶିବାନୀ ରାଜାୱତ ଓ ତାଙ୍କ ମା’ ଜୟାଦେବୀ ଚୌହ୍ଵାନ। ଦୁହିଁଙ୍କୁ ଗତ ବର୍ଷ ୧୮ ନଭେମ୍ବରରେ ହତ୍ୟା କରାଯାଇଥିଲା। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରି ଅନୁରାଗ ଦୁହିଁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ଶିବାନୀ ଓ ତାଙ୍କ ପରିବାରକୁ ଯୌତୁକ ପାଇଁ ହଇରାଣ କରାଯାଉଥିଲା।ତାଙ୍କୁ ସବୁବେଳେ ଯୌତୁକଜନିତ ନିର୍ଯାତନା ଦିଆଯାଉଥିଲା। ସେମାନଙ୍କ ବିବାହର ୭ ବର୍ଷ ପରେ ବି ନିର୍ଯାତନା କମି ନଥିଲା। ଅନୁରାଗ ସିଂହ ତାଙ୍କୁ ୨୦ ଲକ୍ଷ ଟଙ୍କା ଆଣିବାକୁ ଦାବି କରିଥିଲେ। ପୋଲିସ କହିଛି ବିସ୍ଫୋରଣ ସମୟରେ ଶିବାନୀ ଓ ତାଙ୍କ ମା’ ଘରେ ଥିଲେ। ରାତିସାରା ଗ୍ୟାସ୍ ଲିକ୍ କାରଣରୁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଘରର ଝରକା ଭାଙ୍ଗି ଯାଇଥିଲା । ତଦନ୍ତ ପରେ ଏଥିରେ ଅନୁରାଗଙ୍କ ହାତ ଥିବା ସନ୍ଦେହ ହୋଇଥିଲା। ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନୁରାଗଙ୍କ ବିରୋଧରେ ହତ୍ୟା ଏବଂ ଯୌତୁକ ନିର୍ଯାତନା ମାମଲା ରୁଜୁ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button