ଅପରାଧ

ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ବର: IBN ଓଡିଶା:ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଘଟଣାର ତଦନ୍ତ କରିପାରେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବେଆଇନ୍‌ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଲିସକୁ ଏଫ୍‌ଆଇଆର କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରିବ। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ  ପୁଲିସ ଗିରଫ କରିଥିଲା।

ଗତ ୨୧ ତାରିଖରେ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଝାରପଡ଼ା ଜେଲ୍‌ ଯିବା ପରେ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ। ଫଟୋ, ଭଡ଼ିଓ ଭାଇରଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି। ୪ଟି ମୋବାଇଲ ଫୋନ୍‌, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ  କାଗଜପତ୍ର ଜବତ ହୋଇଛି। ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି। ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଥିବା ପ୍ରଯୋଜକଙ୍କ ଅଭିଯୋଗର ରିମାଣ୍ଡ ଟ୍ୟାଗ ପାଇଁ କୋର୍ଟରେ ପ୍ରୋସେସ କରାଯାଉଛି। ଏଦିଗରେ ଅଧିକ ତଦନ୍ତ କରାଯାଉଛି। ତେଣୁ ଆଶା କରାଯାଉଛି ଯେ, ଏହି ମାମଲାରେ ବଡ଼ ଗୁମର ଖୋଲିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button