ଅପରାଧ

୩ ଲୁଟେରା ଗିରଫ, ୩ ଲକ୍ଷ ଟଙ୍କାର ୧୪ ସାଇକେଲ୍‌ ଜବତ

ଭୁବନେଶ୍ବର: (IBN ଓଡିଶା):-ଦାମୀ ସାଇକେଲ୍‌ ଚୋରି କରୁଥିବା ଏକ ୩ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଲକ୍ଷ୍ମୀସାଗର ଥାନା ପୁଲିସ ଠାବ କରିଛି। ସେମାନେ ହେଲେ, ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିର ଟୁକୁନା ବିଶୋଇ ଓରଫ ମୁନା(୪୮), ମଞ୍ଚେଶ୍ବର ଥାନା ଝରଣାବସ୍ତିର କ୍ଷମା ସାହୁ(୨୮) ଏବଂ ଇଲାଇଟ୍‌ ପ୍ରେସ୍‌ ଅଞ୍ଚଳର କେଶବ ସ୍ବାଇଁ(୨୬)। ପୁଲିସ ସେମାନଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୧୪ଟି ଦାମୀ ସାଇକେଲ୍‌ ଜବତ କରିଛି।ସୂଚନା ମୁତାବକ, ଗତ ୧୯ ତାରିଖରେ ଅଭିଯୁକ୍ତମାନେ ଲକ୍ଷ୍ମୀସାଗର ଅଞ୍ଚଳର ଶ୍ରୀନିବାସ ରାଓଙ୍କ ଗେଟ୍‌ ତାଲା ଭାଙ୍ଗି ୫୦ ହଜାର ଟଙ୍କାର ଏକ ବ୍ୟା‌ଟେରିଚାଳିତ ସାଇକେଲ୍‌ ନେଇଯାଇଥିଲେ। ପୁଲିସ୍‌ ସିସିଟିଭି ଫୁଟେଜ୍‌ରୁ ସେମାନଙ୍କୁ ଠାବ କରିଥିଲା। ଗତ ରାତିରେ ପୁଲିସ ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ଉ କରି ଟୁକୁନାକୁ ଉଠାଇ ନେଇଥିଲା। ସେଠାରୁ ପୁଲିସ୍‌କୁ ୫ଟି ଦାମୀ ସାଇକେଲ୍‌ ମିଳିଥିଲା। ପରେ କ୍ଷମା ଓ କେଶବକୁ ଗିରଫ କରିବା ସହ ଆଉ ୯ଟି ସାଇକେଲ୍‌ ଜବତ କରିଥିଲା। ଗ୍ୟାଙ୍ଗରେ ଅନ୍ୟ ମାନଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରିଛି। ସେମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏହି ଅଭିଯୁକ୍ତମାନେ ଦାମୀ ସାଇକେଲ୍ ଚୋରି କରିବା ସହ ତାକୁ ବଜାରରେ ଶାଗମାଛ ଦରରେ ବିକି ଦେଉଥିଲେ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button