ରାଜ୍ୟ

୫୯୩ ହିତାଧିକାରୀଙ୍କୁ ଆବାସ ଟଙ୍କା ଫେରସ୍ତ ନୋଟିସ।

ଯାଜପୁର,କୋରେଇ:IBN ଓଡିଶା:-ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର ସମ୍ପୂର୍ଣ୍ଣ କରିନଥିବାରୁ କୋରେଇ ବ୍ଲକ୍‌ର ୫୯୩ଜଣ ହିତାଧିକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ନୋଟିସ୍‌ କରିଛି ବ୍ଲକ୍ ପ୍ରଶାସନ। କୋରେଇ ବ୍ଲକ୍ ପ୍ରଶାସନରୁ ମିଳିଥିବା ତଥ୍ୟ ମୁତାବକ କୋରେଇ ବ୍ଲକ୍‌ ୨୮ ପଞ୍ଚାୟତ ମଧ୍ୟରୁ ମକୁନ୍ଦପୁର ପଞ୍ଚାୟତର ସର୍ବାଧିକ ୫୦ଜଣ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ନୋଟିସ ହୋଇଥିବା ବେଳେ ପାଟରଙ୍ଗା ପଞ୍ଚାୟତର ସର୍ବନିମ୍ନ ୫ଜଣଙ୍କୁ ନୋଟିସ ହୋଇଛି। ଅମୃତିଆ ପଞ୍ଚାୟତର ୧୬ ଜଣ, ଅନ୍ଧାରୀର ୬ଜଣ, ଅସନଝରର ୩୮ଜଣ, ବଡ଼ବିରୁହାଁର ୬ଜଣ, ବନ୍ଦାଳୋର ୩୯ଜଣ, ବରୁଣ୍ତାଇର ୧୪ଜଣ, ଧନେଶ୍ବରର ୩୭ଜଣ, ଗୋଳେଇପୁରର ୨୭ଜଣ, ଗୌରପୁରର ୨୩ଜଣ, ହଳଦିଗଡ଼ିଆର ୨୭ଜଣ, ଜହ୍ନାର ୧୬ଜଣ, କାଚରାସାହିର ୪୩ଜଣ, କନ୍ତୋରର ୧୭ଜଣ, କରଦାର ୯ଜଣ, ଖମଣର ୧୩ଜଣ, ମୂଳାପାଳର ୩୬ଜଣ, ପଛିକୋଟର ୭ଜଣ, ପାଣିକୋଇଲିର ୧୬ଜଣ, ପଥରପଦାରର ୧୫ଜଣ, ରଣପୁରର ୧୫ଜଣ, ସାଦକପୁରର ୨୭ଜଣ, ତାହାରପୁରର ୯ଜଣ, ତଳଗଡ଼ର ୧୬ଜଣ, ତଣ୍ତରାର ୧୯ଜଣ, ତାରାକୋଟର ୩୪ଜଣ ଓ ତୁଳତିର ୧୬ଜଣଙ୍କୁ ନୋଟିସ କରାଯାଇଛି।

୨୦୧୮–୧୯ ବର୍ଷରୁ ୨୦୨୧–୨୨ ମଧ୍ୟରେ ଘର ସମ୍ପୂର୍ଣ୍ଣ କରିନଥିବା ୫୯୩ ଜଣ ହିତାଧିକାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ତେବେ ଏନେଇ କୋରେଇ ବିଡ଼ିଓ ରଂଜନ କୁମାର ପରିଡା କହିଛନ୍ତି ଯେ, ବାରମ୍ବାର ତାଗିଦା ପରେ ମଧ୍ୟ ସମ୍ପୃକ୍ତ ହିତାଧିକାରୀମାନେ ଘର ନିର୍ମାଣ ଶେଷ କରୁନଥିବାରୁ ସେମାନଙ୍କୁ ନୋଟିସ କରାଯାଇଛି। ଏନେଇ ପଞ୍ଚାୟତିରାଜ ସଚିବ ମଧ୍ୟ ତାଗିଦ କରିଛନ୍ତି। ନୋଟିସ୍‌ ପାଇବାର ୧୫ଦିନ ମଧ୍ୟରେ ଗୃହକାର୍ଯ୍ୟ ଶେଷ କିମ୍ବା ଆରମ୍ଭ କରାନଗଲେ କାର୍ଯ୍ୟାଦେଶକୁ ବାତିଲ କରାଯିବା ସହିତ ପାଇଥିବା ଅର୍ଥ ଫେରସ୍ତ କରିବାକୁ ପଡ଼ିବ। ଏହାର ଖିଲାପ ହେଲେ ହିତାଧିକାରୀଙ୍କ ନାମରେ ଥାନାରେ ମାମଲା କରାଯିବ ବୋଲି ବିଡିଓ ଶ୍ରୀ ପରିଡା କହିଛନ୍ତି। ତେବେ ପୂର୍ବରୁ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ନୋଟିସ କରାଯାଇଥିଲା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button