ଅପରାଧ

ଯାଜପୁର ସ୍ପେଶାଲ ସ୍କ୍ୱାର୍ଡ କବ୍ଜା ରେ ଧଳା ଜହର ମାଫିଆ

ଯାଜପୁର:ଧର୍ମଶାଳା:(IBN ଓଡିଶା)ଆଇନ ର ରକ୍ଷକ ଏବେ ପାଲଟିଛନ୍ତି ଭକ୍ଷକ।ଯେଉଁ ବରଦି ରେ ଅପରାଧି କୁ ଧରିବା କଥା ହେଲେ ସେ ବରଦି ପିନ୍ଧି ଅପରାଧି ଆଉ ଅପରାଧକୁ ସୁରକ୍ଷା ଦେଉଛନ୍ତି ଖୋଦ ଥାନାର କର୍ମଚାରି ମାନେ ବୋଲିଏବେ ଚର୍ଚ୍ଚା ଜୋର।ସୂଚନା ଥାଉକି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରୁ ୫୦ମିଟର ବ୍ୟବଧାନ ରେ ଜଣେ ଧଳା ଜହର ବେପାରୀ କୁ ଗିରଫ କରିଛି ଯାଜପୁର ସ୍ପେଶାଲ ସ୍କ୍ୱାର୍ଡ।ଛଦ୍ମ ବେଶରେ ଆସିଥିବା ସ୍କ୍ୱାର୍ଡ ଗତ ତିନିଦିନ ତଳେ ଅଚାନକ ଧର୍ମଶାଳା ବଜାର ନିକଟରେ ଥିବା ଅରୁପଲାଲ ଦତ୍ତ ଙ୍କ ଘରେ ଚଢ଼ାଉ କରି ତାକୁ ଉଠାଇ ଆଣିବା ସହ ତା ନିକଟରୁ ୧୫୦ପ୍ୟାକେଟ ବ୍ରାଉନ ସୁଗାର ଜବତ କରିଥିଲା ।ପରେ ପରେ ଦତ୍ତକୁ ମୋହରା କରି ତାର ସହଯୋଗୀ ଭଦ୍ରକ ଥାନା ବଡ ପୋଖରୀ ଅଞ୍ଚଳର ବାପି ମଲିକ,ଧୂସୁରୀ ଅଞ୍ଚଳର ଫକୀର ଜେନା, ବରପଦା ଅଂଚଳର ଲମ୍ବୁ ମୁଣ୍ଡା କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୦୦ପ୍ୟାକେଟ ବ୍ରାଉନ ସୁଗାର ଜବତ କରିଛି।ଏଥି ସହିତ ସେମାନଙ୍କ ନିକଟରୁ ସର୍ବମୋଟ ୫୫୦ ପ୍ୟାକେଟ ବ୍ରାଉନ ସୁଗାର,୫ଟି ମୋବାଇଲ ଫୋନ, ଗୋଟେ ବାଇକ ଓ କିଛି ଟଙ୍କା ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ।ସର୍ବମୋଟ ୧୭ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତେବେ ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତ ଙ୍କୁ ଧର୍ମଶାଳା ପୋଲିସ କୁ ହସ୍ତାନର କରିବା ପରେ ଏତଲା ନମ୍ବର ୫୭୩/୨୨ ଅନୁଯାଇ ନାରକୋଟିକ ଡ୍ରଗ୍ସ ଏବଂ ଫିଜିକୋଟ୍ରପିକ ସବଷ୍ଟେନ୍ସ ଆକ୍ଟ ୧୯୮୫-(୨୧)ବି ଓ ୧୯୮୫-୨୯ଅନୁଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ସବୁଠୁ ବଡ କଥା ହେଉଛି କି ଥାନା ସାମ୍ନା ରେ ଆଜକୁ ଦୀର୍ଘ ଦିନ ଧରି ଟୁଲୁ ଏ ବେପାର ଚଳାଇଥିବା ବେଳେ କିପରି ଜାଣି ପାରୁନଥିଲା ଧର୍ମଶାଳା ପୋଲିସ ନା ସବୁ ଜାଣି ପକେଟ ଗୁଂଜା ନେଇ ଟୁଲୁ କୁ ସହଯୋଗ କରୁଥିଲା ତାକୁ ନେଇ ଏବେ ସାଧାରଣ ରେ ପ୍ରଶ୍ନ ଉଠିବା ସହ ଧର୍ମଶାଳା ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।ଗିରଫ ହୋଇଥିବା ଟୁଲୁ ଏ ବେପାର ଆଜକୁ ଦୀର୍ଘ ବର୍ଷ ହେଲା ଉକ୍ତ ଅଞ୍ଚଳରେ କରୁଥିବାର ସାଧାରଣ ରେ ଆଲୋଚନା ହୁଏ।ଏନେଇ ମଧ୍ୟ ପୂର୍ବରୁ ଏ ଖବର ପୋଲିସ ନିକଟରେ ଥିଲେ ମଧ୍ୟ କାହିଁକି ଆଉ କେଉଁ ସ୍ୱାର୍ଥରେ ଟୁଲୁ କୁ ପୋଲିସ ସୁରକ୍ଷା ଦେଉଥିଲା ତାହାର ପର୍ଦାଫାଶ ଯାଜପୁର ସ୍ପେଶାଲ ସ୍କ୍ୱାର୍ଡ କରିବା ପରେ ଧର୍ମଶାଳା ପୋଲିସ ର ସ୍ବଭାବିକ ଚିତ୍ର ଏବେ ସାମ୍ନା କୁ ଆସିଛି।ତେବେ ଏ ଦିଗରେ ଯାଜପୁର ଏସ୍ପି ଦୃଷ୍ଟି ଦେବା ସହ ଧର୍ମଶାଳା ପୋଲିସ ଉପରେ ଦୃଢ ନଜର ରଖିବାକୁ ସାଧରଣ ରେ ଦାବି ଜୋର ଧରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button