ଅପରାଧ

ପ୍ରଥମେ ଲୁଟିଲେ ତା ପରେ ପୋତିଲେ ଲେଙ୍କା ପୁଅ,ଚୋରି ଉପରେ ସିନା ଚୋରି।

ଯାଜପୁର:ଧର୍ମଶାଳା:(IBN ଓଡିଶା)ପ୍ରଥମେ ପାହାଡ କୁ ଲିଜ ସୂତ୍ରରେ ନେଲେ ଆଉ ପରବର୍ତ୍ତୀ ଅବସ୍ଥାରେ ନିଜର ଚୋରି କୁ ଲୁଚାଇବା ପାଇଁ ତାହାକୁ ପୋତିଲେ।ଚୋରି ଉପରେ ସିନା ଚୋରି ର ଦୃଶ୍ୟ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ମାଳଗଡା ମୌଜାରୁ।କଳାପଥର କେଲେଙ୍କାରୀ ଘଟଣା ରାଜ୍ୟ ସରକାର ଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟିଥିବାବେଳେ ଏନେଇ ମଧ୍ୟ ବିଧିବଦ୍ଧ ଭାବେ ସାଟେ ଲାଇଟ ମାପଚୁପ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦିଆଯାଇଛି। ଆଉ ଏହାର ସୁଯୋଗ ନେଇ ବରଡା ମାଳଗଡା ପାହାଡ଼କୁ ଲିଜ ସୂତ୍ରରେ ନେଇଥିବା ଲିଜ ଧାରୀ ପ୍ରହଲାଦ ଲେଙ୍କା ପରିସୀମା ରୁ ବାହାରେ ବେଆଇନ ଭାବେ କଳାପଥର ଉତ୍ତୋଳନ କରି ଶହ ଶହ କୋଟି ଟଙ୍କା ରାଜସ୍ୱ ଫାଙ୍କିଥିବାର ଏବେ ସାମ୍ନା କୁ ଆସିଛି।କାରଣ ଅତ୍ୟଧିକ ପରିମାଣ ରେ ହୋଇଥିବା ଗଭୀରତା କୁ ଗତ ତିନିଦିନ ଧରି ଏହାକୁ ମାଟି ଆଉ ମହରମ ସାହାଯ୍ୟରେ ପୋତି ନିଜର ଚୋରି କୁ ଫାଙ୍କିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।

ବେଆଇନ ଭାବେ ଅଣ ଲିଜ ପ୍ରାପ୍ତ ସୈରାତରୁ ଖାଲି ମାଫିଆ ମାନେ ଯେ କଳା ପଥର ଲୁଟ କରୁ ନାହାନ୍ତି, ଖୋଦ ଲିଜ ଧାରୀ ମଧ୍ୟ ଲୁଟ କରୁଥିବା ଉଦାହରଣ ରହିଛି। ଲିଜ ଧାରୀ ଲୁଟ କରିଥିବା ନେଇ ସେମାନଙ୍କ ଉପରେ ଶହେ କୋଟି ଟଙ୍କା ଜରିମାନା କରାଯିବା ଏହା ସ୍ପଷ୍ଟ କରିଛି। ଅନୁମୋଦନ ଠାରୁ ଅଧିକ ପରିମାଣର କଳା ପଥର ଖନନ ହୋଇଥିବା ନେଇ ନିକଟରେ ୪ ଜଣ ଲିଜଧାରୀଙ୍କ ଉପରେ ଶହେ କୋଟିରୁ ଉର୍ଦ୍ଧ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ୪ଟି ସୈରାତ ଅବଧି ଶେଷ ହେବାପରେ ସେମାନଙ୍କ ଖାଦାନର ସାଟେଲାଇଟ ସର୍ଭେ କରାଯାଇଥିଲା। ପରେ ସେମାନେ ଶହେ ଗୁଣା ଅଧିକ କଳା ପଥର ଲୁଟ କରିଥିବା ସର୍ଭେ ରିପୋର୍ଟ ଆସିବା ପରେ ତହସିଲ ପକ୍ଷରୁ ଜରିମାନା କରାଯାଇଥିଲା। ତେବେ ଏହି ଭୟ ଘାରିଛି ଏବେ ଅନ୍ୟ ଲିଜ ଧାରୀଙ୍କୁ। ଜରିମାନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ ବାହାର କରିଛନ୍ତି। ଯାହାକୁ ନେଇ ଗତ ଦୁଇ ଦିନ ଧରି ବରଡା (ମାଳଗୋଡା) ମୌଜାରେ ଲିଜଧାରୀ ମାଟି ପକାଇ ପୋତିବାରେ ବ୍ୟସ୍ତ।ଏହି ଖାଦାନ ଅବଧି ଆସନ୍ତା ବର୍ଷ ମାର୍ଚ୍ଚ ୩୦ରେ ଶେଷ ହେବ। ହାତରେ ଆଉ ମାତ୍ର ୪ମାସ ରହିଛି। ଏହା ପୂର୍ବରୁ ଖାଦାନ ଲୁଟ ଲୁଚାଇବା ପାଇଁ ଗଭୀର ଖାଲ ଗୁଡ଼ିକୁ ପୋତିବା ପାଇଁ ଟ୍ରିପ ଟ୍ରିପ ପାହାଡିଆ ମାଟି ଆଣି ପୋତୁ ଥିବା ଫଟୋ ଭାଇରାଲ୍ ହେଉଛି। ଏହି ଖାଦାନ ଅଢେଇ ଏକର ଥିବା ବେଳେ ବାର୍ଷିକ ୧୭ ଶହ ସିଏମ ହାରରେ ୫ ବର୍ଷରେ ୮୫ ଶହ ସିଏମ ଖୋଲିବା ପାଇଁ ଅନୁମତି ଓ ଚୁକ୍ତି ହୋଇଛି। କିନ୍ତୁ ଲିଜଧାରୀ ଏହି ଅବଧି ମଧ୍ୟରେ ଏହାର ଶହେ ଗୁଣାରୁ ଅଧିକ କଳା ପଥର ଲୁଟ କରିଥିବା ଏହି ଖାଦାନର ବର୍ତ୍ତମାନ ସ୍ଥିତି ଦେଖିଲେ ବେଶ୍ ଅନୁମେୟ। ମାଳଗଡା ଠାରେ କୌଣସି ପାହାଡ ନାହିଁ, ଏହା ଏକ ସମତଳ। ସେଠାରେ ପାଖି ୧୦୦ ଫୁଟର ଗାଢ଼ ହୋଇ ପୋଖରୀ ର ଭ୍ରମ ସୃଷ୍ଟି କରିଛି। ୫ବର୍ଷରେ ଯେତିକି ପରିମାଣର ପଥର ଉତ୍ତୋଳନ ପାଇଁ ସରକାରୀ ଭାବରେ ଲିଜ ମିଳିଛି, ତାକୁ ଶେଷ ହେବା ପାଇଁ ୫ ଶହ ଟ୍ରିପ ଉତ୍ତୋଳନର ଆବଶ୍ୟକତା ରହିଛି। ହେଲେ ଏହି ଖାଦାନରୁ ଗୋଟିଏ ଦିନରେ ୫ ଶହ ଟ୍ରିପ ଉତ୍ତୋଳନ ହେଉଛି। ୫ ବର୍ଷର ପଥର ଗୋଟିଏ ଦିନରେ ଉତ୍ତୋଳନ ହେଉଛି। ଖାଦାନ ଅବଧି ସରିଲେ ତହସିଲ ପକ୍ଷରୁ ସଙ୍ଗେସଙ୍ଗେ ମାଇଁ ୱାର୍ଲ୍ଡ କନ୍ସଲ୍ଟାନ୍ସୀ ସଂସ୍ଥା ପକ୍ଷରୁ ସାଟେଲାଇଟ ସର୍ଭେ କରାଯିବ। ଯଦି ଅନୁମୋଦନ ଠାରୁ ଅଧିକ ଉତ୍ତୋଳନ ହୋଇଥିବା ଜଣାପଡେ ତେବେ ଏହାର ଶହେ ଗୁଣା ସେହି ଲିଜଧାରୀ ଉପରେ ଜରିମାନା କରାଯିବ ବୋଲି ନିର୍ଦ୍ଦେଶ ରହିଛି। ଯେଉଁଥିପାଇଁ ଲିଜଧାରୀ ଲେଙ୍କା ନିଜର ମନମାନି ରେ ଏସବୁ କରୁଥିବାର ଦେଖାଦେଇଛି।ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ଜୋର ଧରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button