ଅପରାଧ

ଘରେ ପଶି ଛାତ୍ରଙ୍କ ବେକ କାଟିଦେଲେ ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ୱର: ପରୀକ୍ଷା ଥିବାରୁ ଘରେ ବସି ଛାତ୍ର ଜଣକ ପାଠ ପଢ଼ୁଥିଲେ । ଠିକ୍ ସେହି ସମୟରେ ଜଣେ ଯୁବକ ଘରେ ପଶି ତାଙ୍କ ବେକ କାଟି ଦେଲେ । ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ଘଟିଛି । କିଏ ଓ କେଉଁ କାରଣରୁ ଛାତ୍ରଙ୍କୁ ହତ୍ୟାକଲା, ତାହା ଜଣାପଡ଼ି ନାହିଁ । ଜଟଣୀ ଥାନା ବେଣାପଞ୍ଜରୀ ଗାଁ ମନୋଜ କୁମାର ପାଲ୍‌ଟାସିଂ ହେଉଛନ୍ତି ଜଣେ ଶିକ୍ଷକ । ତାଙ୍କ ପୁଅ ହେଉଛି ଶୁଭମ୍ ସ୍ୱରୂପ ପାଲଟାସିଂ । ସେ ଜଣେ ମେଧାବୀ ଛାତ୍ର ଥିଲେ । ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଆସନ୍ତାକାଲି ଶୁଭମର ପରୀକ୍ଷା ଥିଲା । ତେଣୁ ସେ ଆଜି ସନ୍ଧ୍ୟା ବେଳେ ତଳ ମହଲାରେ ଥିବା ଏକ ଘରେ ଏକାକୀ ବସି ପାଠ ପଢ଼ୁଥିଲେ ।

ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍ କରୁଥିଲେ । ଆଉ ଶୁଭମ୍‌ଙ୍କ ମାଆ ରୋଷେଇ ଘରେ ରୋଷେଇ କରୁଥିଲେ । ଠିକ୍ ସେହି ସମୟରେ ଶୁଭିଲା ଶୁଭମ୍‌ଙ୍କ ଚିତ୍କାର ଶବ୍ଦ । ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ । ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ । ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ଶୁଭମ୍ । ତାଙ୍କ ପେଟରେ ବାରମ୍ୱାର ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା । ପାଖରେ ଗୋଟିଏ ଛୁରୀ ପଡ଼ିଥିଲା । ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖୋର୍ଦ୍ଧା ଓ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଶୁଭମ୍‌ଙ୍କୁ କିଏ ଓ କାହିଁକି ଅତି ବୀଭତ୍ସ ଭାବେ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button