ରାଜ୍ୟ

ନକଲି ୱାଇ ଫର୍ମ ରେ ରାଜସ୍ୱ ଫାଙ୍କୁଛନ୍ତି ପଥର ମାଫିଆ

ଯାଜପୁର:ଧର୍ମଶାଳା:(IBN ଓଡିଶା)ଯାଜପୁର ଜିଲ୍ଲା ପ୍ରଶାସନ ଆଉ ଧର୍ମଶାଳା ତହସିଲଦାର ଙ୍କ ଅପାରଗତା ପାଇଁ ଦୈନିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଉ ଛନ୍ତି ରାଜ୍ୟ ସରକାର।ଦୈନିକ ଶହଶହ କୋଟି ଟଙ୍କାର କଳାପଥର କେଳେଙ୍କାରୀର ପର୍ଦ୍ଦାଫାସ ସତ୍ତ୍ବେ କୋଟିପତି ବେଆଇନ ଲିଜ୍‌ଧାରୀଙ୍କ କଳାକାରନାମା ଉପରେ ରୋକ୍ ଲଗାଇପାରୁନାହିଁ ପ୍ରଶାସନ। ଏପଟେ ବିନା ୱାଇ ଫର୍ମରେ ଶହଶହ କୋଟି ଟଙ୍କାର କଳାପଥର ଚୋରା ଚାଲାଣ ଚାଲିଛି। ତହସିଲ ପକ୍ଷରୁ ଚକ୍ତି ଅନୁଯାୟୀ ୱାଇ ଫର୍ମ ଯୋଗାଣ ଶେଷ ହୋଇଯାଇଥିବା ବେଳେ ମାତ୍ରାଧିକ ଖନନ କରି ହଜାର ହଜାର ଜାଲ ୱାଇ ଫର୍ମରେ ଶହଶହ କୋଟି ଟଙ୍କା ରାଜସ୍ବ ଫାଙ୍କି ଚାଲିଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଚୋରା କାରବାର କିଛି ଦିନ ତଦନ୍ତ ପାଇଁ ଧିମେଇ ଯାଇଥିଲା। ଏବେ ପୁଣି ବେଧଡ଼କ ଭାବେ ଲୁଟ୍‌ ଚାଲିଛି। ଯୋଜନାବଦ୍ଧ ଭାବେ କେତେକ ପ୍ରଭାବଶାଳୀ ଲିଜ୍‌ଧାରୀ ଏହି କାରବାରକୁ ଜୋରଦାର କରିଛନ୍ତି l ଏବେ ରାହାଡ଼ପୁର, ବାଜବାଟି, ଡଙ୍କାରୀ, ବରଡ଼ା,ଆରୁହା ଓ ଲୁଣିବାର ମୌଜାରୁ ପ୍ରତିଦିନ ହଜାର ହଜlର ଟନ୍ କଳାପଥର ବେଆଇନ ଭାବେ ଖନନ ହୋଇ ମେଗା କ୍ରସରଗୁଡିକୁ ଯୋଗାଣ ହେଉଛି l ପରିବେଶ ମଞ୍ଜୁରି ଠାରୁ ଆରମ୍ଭ କରି ଚୁକ୍ତି ଠାରୁ ‌ଢେର ଅଧିକ ଖନନ ହୋଇଥିବା ଘଟଣା‌ ତଦନ୍ତରେ ଧରାପଡ଼ିଯାଇଛି। ତେବେ ଆଜି ପର୍ଯ୍ୟନ୍ତ ଧର୍ମଶାଳା ତହସିଲରୁ ଜଣେ ହେଲେ କୋଟିପତି ପଥର ବେପାରୀ, ଲିଜଧାରୀଙ୍କ ଠାରୁ ଦାବି ମୁତାବକ ଅର୍ଥ ଆଦାୟ କରିବାକୁ ସକ୍ଷମ ହୋଇପାରିନାହିଁ ପ୍ରଶାସନ। ଜରିମାନା ଅର୍ଥକୁ ଲିଜଧାରୀ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରି କାରବାର ଜାରି ରଖିଛନ୍ତି। ପ୍ରଶାସନ ପୁଲିସକୁ ଲଗାଇ ବାଟରେ ଜଗି ଗାଡ଼ିରୁ ଜୋରିମାନା ଆଦାୟ କରୁଛି। ବରଡ଼ା, ଲୁଣିବାର, ରାହାଡ଼ପୁର କିମ୍ବା ଆରୁହା କିମ୍ବା ଡଙ୍କାରୀ ଅବା ବାଜବାଟି ମୌଜରେ ଥିବା ସୈରାତ ଗୁଡିକର ଲିଜଧାରୀଙ୍କ ମାଇନିଂ ପ୍ଲାନ ନାମକୁ ମାତ୍ର ରହିଛି l ସେହି ଅନୁସାରେ ପ୍ରତ୍ୟେକ ଲିଜଧାରୀ ସୈରାତରୁ ବାର୍ଷିକ କେତେ ଘନମିଟର(ସିଏମ) ଖନନ କରିବେ ଏବଂ କେତେଟି ଗାଡି ଦୈନିକ ବ୍ୟବହୃତ କରିବେ, ତାହା ଚୁକ୍ତି କରିଛନ୍ତି l

ଲୁଣିବାର ମୌଜାରେ ଥିବା ସୈରାତରେ ଗୋଟିଏ ପୋକଲିନ୍, ଗୋଟିଏ ହାଇୱା, ଗୋଟିଏ କମ୍ପ୍ରେସର ଓ ଗୋଟିଏ ଲୋଡର ବ୍ୟବହାର କରିବାକୁ ଅନୁମତି ଥିବାବେଳେ ଏବେ ପ୍ରତ୍ୟେକ ଦିନ ୨୫ରୁ ଅଧିକ କମ୍ପ୍ରେସର, ଏକାଧିକ ପ୍ରୋକଲିନ ଓ ଶହଶହ ହାଇୱାରେ ଡଙ୍କାରୀ ମୌଜାରେ ଥିବା ମେଗା କ୍ରସରକୁ ପରିବହନ ହେଉଛି l ସେହିପରି ବରଡ଼ା ମୌଜାରେ ଆନ୍ଧ୍ରପ୍ରଦେଶର ରେଜିଂ ଠିକାଦାର ଦ୍ୱାରା ଲିଜ୍‌ ନଥିବା ଜାଗାରେ ବେଆଇନ ଭାବେ ୫ରୁ ଅଧିକ ପୋକଲିନ ଓ ୨୦କମ୍ପ୍ରେସର ସାହାଯ୍ୟରେ କଳାପଥର ଖନନ କରି ଚୋରା ଚାଲାଣ ହେଉଛି l ପ୍ରତ୍ୟେକଦିନ ୨୦ହଜାର ମେଟ୍ରିକ ଟନରୁ ଅଧିକ ପଥର ଲୁଟ ହେଉଛି। ଲିଜ୍ ଅଞ୍ଚଳ ବାହାରେ ମାତ୍ରାଧିକ ଖନନ ହେଉଥିଲେ ବି ପ୍ରଶାସନ ନିରବ। ବରଡ଼ା ସୈରାତ ନିକଟରେ ଆନ୍ଧ୍ରପ୍ରଦେଶର ରେଜିଂ ଠିକାଦାର ଦ୍ୱାରା ଲୁଟ୍‌ ହେଉଛି l ଅଥଚ ପ୍ରଶାସନ ଜାଣି ପାରୁନି ଚୁପ୍!
ତୁରନ୍ତ ଏ ଦିଗରେ ରାଜସ୍ୱ ମନ୍ତ୍ରୀ ଦୃଷ୍ଟି ଦେବାକୁ ଅନେକ ବୁଦ୍ଧିଯିବି ମତ ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button