ଅଁଳା ନବମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଓ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ରାଧାପାଦ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମାଆଙ୍କ ପାଖରେ ଲାଗି କରାଯାଇଛି । ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗିରେ ଶୋଭାପାଉଛନ୍ତି ।
ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି । ସେହିଭଳି ବିଶ୍ୱାସ ରହିଛି ଆଜିର ଏହି ପବିତ୍ର ଦିନରେ ଅଁଳା ଗଛ ମୂଳରେ ଲାଲୀ ସୁତା ଗୁଡ଼ାଇ ଶଙ୍ଖା ସିନ୍ଦୁର ପୂଜା କରି ଅଁଳା ଗଛ ମୂଳରେ ୭ ଥର ପରିକ୍ରମା କରିଲେ ମାନସିକ ପୂରଣ ହେବା ସହ ପରିବାରର ମଙ୍ଗଳ କାମନା ହୁଏ ବୋଲି ଆଦିମ କାଳରୁ ବିଶ୍ୱାସ ରହିଛି ।
ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗିରେ ଶୋଭାପାଉଛନ୍ତି । ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି ।
ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ଦେଖିବାକୁ ମିଳୁଛି । କାର୍ତ୍ତିକ ମାସ ସହ ଆଜି ରବିବାର ଥିବାରୁ ଭକ୍ତଙ୍କ ଭିଡ଼ ଲାଗିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ପୁରୀକୁ ଆସିଛନ୍ତି ଶ୍ରଦ୍ଧାଳୁ । ସେପଟେ ପଞ୍ଚୁକ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ।