ଅପରାଧ

ଚନ୍ଦନପୁରରେ ଗୁଳି ମାଡ, ଜଣେ ମୃତ

ପୁରୀ: IBN ଓଡିଶା:-ପୁରୀ ଜିଲ୍ଲା ଚନ୍ଦନପୁର ଥାନାଞ୍ଚଳରେ ଦୀପାବଳିରେ ବାଣ ଫୁଟୁଥିବାବେଳେ ଥେଣ୍ଟପୁର ଗାଁରେ ଗୁଳି ଫୁଟିଛି। ଦୀପାବଳି ଉତ୍ସବ ଚାଲିଥିବାବେଳେ ରାତି ପ୍ରାୟ ୧୧ଟାରେ ଦୁର୍ବୃତ୍ତମାନେ  ୨ଜଣ ବ୍ୟକ୍ତିଙ୍କ ଉପରକୁ ଗୁଳି ମାଡି କରିଥିଲେ। ଗୁଳିକାଣ୍ଡରେ ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଆଉ ଜଣେ ବ୍ୟକ୍ତି ନୀଲୁ ବେହେରା ଗୁରୁତର ହୋଇଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ସୂଚନା ଯୋଗ୍ୟ ଯେ, ଗାଁରେ ଦୀପାବାଳି ଉତ୍ସବ ଚାଲିଥିଲା। ତେବେ ଗାଁର ଗୋଟିଏ ସ୍ଥାନରେ ଶଙ୍କର ଓ ନୀଲୁଙ୍କ ସହ ଅନ୍ୟମାନେ ଠିଆ ହୋଇଥିବାବେଳେ ହଠାତ ଦୁର୍ବୃତ୍ତମାନେ ଆସି ଗୁଳି ଚଳାଇଥିଲେ। ଗୁଳିଟି ଶଙ୍କର ପେଟରେ ବାଜିବାରୁ ସେ ସେଠାରେ ଟଳିପଡିଥିଲେ। ନୀଲୁଙ୍କ ଆଣ୍ଠୁରେ ବାଜିଛି। ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ଖବରପାଇ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ନୀଲୁଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ରେଫର କରିବା ପାଇଁ ଯୋଜନା କରାଯାଉଛି। ତେବେ କିଏ ଗୁଳି ମାଡ କରିଛି, କାହିଁକି ଗୁଳିମାଡ କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ। ପୁଲିସ ପକ୍ଷରୁ ତଦ୍ତ ଜାରି ରହିଛି। ତେବେ ଗୁଳିମାଡ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ପୁଲିସ ନିୟନ୍ତ୍ରଣ କରିଥିବବେଳେ ତଦନ୍ତ ଜାରି ରହିଛି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button