ଅପରାଧ

ବୋହୂ ପାଇଁ ଶାଶୁ ସାଜିଲା ହତ୍ୟାକାରୀ, ପୋଛିଦେଲା ନିଜ ମଥା ସିନ୍ଦୁର – Ibnodisha

[ad_1]

ଉତ୍ତର ପ୍ରଦେଶର : ଉତ୍ତର ପ୍ରଦେଶର ବୁଦୌନ୍‌ରେ ଘଟିଛି ଅଭାବନୀୟ ଘଟଣା । ବୋହୂକୁ ଯୌନ ନିର୍ଯାତନାରୁ ରକ୍ଷା କରିବାକୁ ଯାଇ ହତ୍ୟାକାରୀ ସାଜିଲେ ଶାଶୁ । ହତ୍ୟା କଲେ ନିଜ ସ୍ୱାମୀକୁ । ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଗତ ଅଗଷ୍ଟ ୧୪ ତାରିଖ ଦିନ । ବିଲ୍‌ସି ସହରରେ ଥିବା ବାସଭବନରେ ଖେଳଣା ନିର୍ମାତା ୪୩ ବର୍ଷିୟ ତେଜେନ୍ଦର୍‌ ସିଂହ ଅଗଣାରେ ଶୋଇଥିଲେ। ହଠାତ୍ ସେଠାରେ ତାଙ୍କୁ ସନ୍ଦେହଜନକ ପରିସ୍ଥିତିରେ ମରିପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପୋଲିସ୍ ର ତଦନ୍ତ । ପଚରାଉଚରା ସମୟରେ ତେଜେନ୍ଦର୍‌ଙ୍କ ସ୍ତ୍ରୀ ମିଥିଳେଶ ଦେବୀ ବାରମ୍ବାର ନିଜ ବୟାନ ବଦଳାଉଥିଲେ । ଯାହାଫଳରେ ତାଙ୍କୁ ହାଜତକୁ ନିଆଯାଇଥିଲା । ସେଠାରେ ଅଧିକ ପଚରା ଉଚରା କରିବାରୁ ସେ ନିଜ ଅପରାଧ ମାନିଥିଲେ ଏବଂ ନିଜ ସ୍ୱାମୀକୁ ହତ୍ୟା କରିଥିବା କଥା କହିଥିଲେ । ୪ ପିଲାଙ୍କ ମାଆ ମିଥିଳେଶ ନିଜ ବୟାନରେ କହିଥିଲେ କି, ୧୯ ବର୍ଷୀୟ ବୋହୂକୁ ତାଙ୍କ ସହିତ ଶୋଇବାକୁ ପ୍ରବର୍ତ୍ତାଇବା ଲାଗି ସ୍ୱାମୀ ତେଜିନ୍ଦର୍‌ ତାଙ୍କୁ ବାଧ୍ୟ କରିବା ସହିତ ମାରପିଟ୍ କରୁଥିଲେ। ସ୍ୱାମୀଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ସୁଯୋଗ ଖୋଜୁଥିଲେ । ସେ ଦିନ ରାତିରେ ସେ ମଦ ପିଇ ନିଶାସକ୍ତ ‌ହୋଇ ଘରକୁ ଫେରି ବାହାର ଅଗଣାରେ ଶୋଇଥିବା ସମୟରେ ମିଥିଳେଶ ଗୋଟାଏ କଟୁରୀ ନେଇ ତାଙ୍କ ତଣ୍ଟି କାଟି ଦେଇଥିଲେ। ବୋହୂକୁ ରକ୍ଷା କରିବା ପାଇଁ ସେ ହତ୍ୟା କରିଥିବା କହିଥିଲେ। ହତ୍ୟାରେ ବ୍ୟବହୃତ ହୋଇଥିବା କଟୁରୀକୁ ଫୋରେନ୍‌ସିକ୍‌ ରିପୋର୍ଟକୁ ପଠାଯାଇଛି । ଏହାକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ସହିତ ମିଥିଳେଶଙ୍କୁ ହତ୍ୟା ଅଭିଯୋଗରେ ଜେଲ୍‌ ପଠାଇଦିଆ ଯାଇଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button