ଅପରାଧ

ସୀମା ଡେଇଁଲା ପାଶବିକତା; ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ବାପା ପୁଅ ଗିରଫ – Ibnodisha

[ad_1]

ବାଙ୍ଗାଲୋର: ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ । ପଡୋଶୀ ଘରର ବାପା ଓ ପୁଅ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଶନିବାର ତେଲେଙ୍ଗାନା ରାଜ୍ୟର ପେଟବାସ୍ରାବାଦ ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ଉଭୟ ବାପା ପୁଅଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାଇ, ଅଭିଯୁକ୍ତ ଶିବ କୁମାର ପରିବାର ସହ କର୍ଣ୍ଣାଟକରୁ ଆସି କିଛି ଦିନ ହେଲା ହାଇଦ୍ରାବାଦର କୋମାପଲ୍ଲୀ ଅଞ୍ଚଳରେ ରହୁଥିଲେ । ତାଙ୍କ ସ୍ତ୍ରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ଜଣାପଡିଛି । ତାଙ୍କ ପଡୋଶୀ ଘରରେ ରହୁଥିବା ଜଣେ ୭ ବର୍ଷିୟା ନାବାଳିକା ବିଭିନ୍ନ ସମୟରେ ଶିବ କୁମାର ଘରକୁ ଯାତାୟତ କରୁଥିଲା ।

ମଙ୍ଗଳବାର ଦିନ ନାବାଳିକାର ପରିବାର ଲୋକେ କାମ କରିବା ପାଇଁ ପାଖ ବାହାଦୁରପଲ୍ଲୀ ଯାଇଥିବା ସମୟରେ ନାବାଳିକା ଓ ତାର ଭାଇ ଘରେ ଥିଲେ । ଏହାର ସୁଯୋଗ ନେଇ ଶିବ କୁମାର ନାବାଳିକା ଜଣକୁ ମୋବାଇଲ ଏବଂ ସିଙ୍ଗଡା ଖାଇବା ଦେବା ବାହାନାରେ ଘରକୁ ଡାକି ଦୁଷ୍କର୍ମ କରିଥିଲା ଏହା ପରେ ତାର ୧୯ ବର୍ଷିୟ ପୁଅ ସ୍ୟାମେଲ୍ ମଧ୍ୟ ଦୁଷ୍କର୍ମ କରିଥିଲା । ନାବାଳିକାର ବାପା-ମାଆ ଯେତେବେଳେ ଘରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ତାଙ୍କ ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ଏହା ପରେ ପରିବାର ଲୋକେ ପେଟବାସ୍ରାବାଦ ଥାନାରେ ଏକ ଅଭିଯୋଗ କରିବା ସହ ପୋଲିସ ନାବାଳିକାକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ପେଟବାସ୍ରାବାଦ ପୋଲିସ ଏହାର ତଦନ୍ତ କରିବା ସହ ଅଭିଯୁକ୍ତ ବାପା ପୁଅକୁ ଗିରଫ କରିଥିବା ଜଣାପଡିଛି। ପୂର୍ବରୁ ଜଣେ ପୋଲିସ ସବ ଇନ୍ସପେକ୍ଟର ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନିଜକୁ ଅବିବାହିତ କହି ଶାରିରୀକ ସମ୍ପର୍କ ରଖିବା ଓ ପ୍ରତାରଣା କରିଥିବାର ଅଭିଯୋଗ ହୋଇଥିଲା । ସମ୍ବଲପୁର କ୍ଷେତରାଜପୁର ଥାନା ଏସଆଇଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିଥିଲା ।

ଏନେଇ ପୀଡିତା ଟାଉନ ଥାନାରେ ଏତଲା ଦେଇଥିଲେ । ମହିଳା କମିଶନ ସମ୍ବଲପୁର ଏସପିଙ୍କୁ ଚିଠି କରି ଜବାବ ତଲବ କରିଥିବା ସୂଚନା ମିଳିଥିଲା ।ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୨୦୨୧ରେ ପୀଡିତା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଏକ ବେଆଇନ କୋରେକ୍ସ ମାମଲାରେ ଭେଟିଥିଲେ । ଏହାପରେ ଏସଆଇ ଜଣକ ୨ଟି ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ପୀଡ଼ିତାଙ୍କୁ ଫୋନ୍ କରିଥିଲେ । ସେ ନିଜକୁ ଅବିବାହିତ କହି ବିଭିନ୍ନ ବାହାନାରେ ଘଣ୍ଟା ଘଣ୍ଟା ଧରି କଥା ହୋଇଥିଲେ । ସମ୍ପର୍କ ନିବିଡ଼ ହେବା ପରେ ଯୁବତୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ସମ୍ପୃକ୍ତ ପୋଲିସ ଅଧିକାରୀ ପୀଡିତାଙ୍କ ଠାରୁ ନାନା ଆଳ ଦେଖାରେ ୬୦ ହଜାର ଟଙ୍କା ଠକି ନେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button