ଅପରାଧ

ଦୁଷ୍କର୍ମୀକୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ – Ibnodisha

[ad_1]

ଅହମଦାବାଦ: ୨୦୧୬ ସେପ୍ଟେମ୍ବର ମାସରେ ଜଣେ ୧୯ ବର୍ଷୀୟା ଡେଙ୍ଗୁ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗାନ୍ଧୀନଗର ଜିଲ୍ଲା ଅଦାଲତ ଆପୋଲୋ ହସ୍ପିଟାଲର ଜଣେ ସୁଇପରଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ପାକିସ୍ତାନୀ ଡାକ୍ତର ଶୁଣାଣି ସମୟରେ ଜାମିନରେ ମୁକୁଳିବା ପରେ ଫେରାର ହୋଇଯାଇଥିଲେ। ସୁଇପର ଚନ୍ଦ୍ରକାନ୍ତ ଭାଙ୍କର ବିରୋଧରେ ରୋଗୀଙ୍କୁ ଦୁଇଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ପାକିସ୍ତାନ ଉମରକୋଟର ଡାକ୍ତର ରମେଶ ଚୌହାନ ତାଙ୍କୁ ଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଦଳିତ ଅତ୍ୟାଚାର ନିରୋଧ ଆଇନ ମଧ୍ୟ ଲାଗୁ କରାଯାଇଥିଲା। ଏହି ଘଟଣା ପାକିସ୍ତାନୀ ବଂଶୋଦ୍ଭବ ଡାକ୍ତରଙ୍କୁ ଘରୋଇ ଡାକ୍ତରଖାନାରେ ବେଆଇନ ଭାବରେ ନିଯୁକ୍ତି ଦେବା ନେଇ ବିବାଦ ସୃଷ୍ଟି କରିଥିଲା ଏବଂ ପାକିସ୍ତାନରୁ ମେଡିସିନ ଡିଗ୍ରି ପାଇଥିବା ଅନେକ ଡାକ୍ତରଙ୍କୁ ଛଟେଇ କରାଯାଇଥିଲା। ଡାକ୍ତର ଚୌହାନଙ୍କୁ ମଧ୍ୟ ହସ୍ପିଟାଲରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଜାମିନ ମିଳିବା ପରେ ସେ ନିଖୋଜ ହୋଇଯାଇଥିବାରୁ ଏବଂ ଶୁଣାଣିରେ ଯୋଗ ଦେଇ ନ ଥିବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button