IBN ଓଡ଼ିଶା ବ୍ୟୁରୋଅପରାଧ

ଗୋରୁ ଗାଡ଼ି ଜବତ, ୨୫ ଉଦ୍ଧାର; ଗାଡ଼ିରେ ଦୁଇ ନମ୍ବର ପ୍ଲେଟ,ଆଖି ଥାଇ ଅନ୍ଧ ପୋଲିସ

ଯାଜପୁର :କୋରେଇ,IBN ଓଡିଶା : ଗତକାଲି ବିଳମ୍ବିତ ରାତିରେ କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କୁଆଁରଦା ଗୋଲେଇ ଛକ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ୍‌ ଜବତ କରାଯାଇଛି। ବ୍ୟାସନଗର ବଜରଙ୍ଗ ଦଳର କର୍ମୀମାନେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ କୋରେଇ ପୁଲିସ ଜିମା ଦେଇଛନ୍ତି। ଏହି ଗାଡ଼ିରେ ୨୬ଟି ଗୋରୁଗାଈ ଥିବା ବେଳେ ଗୋଟିଏ ବଳଦ ମରିଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟ ୨୫ଟି ଗୋରୁଙ୍କୁ ବ୍ୟାସନଗର ଗୋଶାଳାରେ ଛଡ଼ା ଯାଇଛି। ସେମାନଙ୍କ ମଧ୍ୟରୁ ୧୫ଟି ଗୋରୁଗାଈ ଟ୍ରକ୍‌ରେ ବୋଝେଇ ବେଳେ ଆହତ ହୋଇଥିଲେ। ଜବତ ଟ୍ରକ୍‌ର ଆଗରେ ଗୋଟିଏ ନମ୍ବର ଓ ପଛରେ ଗୋଟିଏ ନମ୍ବର ରହିଛି। ଆଗ ନମ୍ବର ଓଡି-୨୨ବି-୦୧୮୮ ଏକ ହିରୋ ବାଇକ୍‌ର ନମ୍ବର ଓ ଏହାର ମାଲିକ ସତ୍ୟବ୍ରତ ବେହେରା। ଟ୍ରକ୍‌ ପଛ ନମ୍ବର ଓଡି-୨୨ବି-୦୧୩୮ ର ମାଲିକ ବାଲେଶ୍ୱରର ନିରାଜୁଦ୍ଦିନ ଖାଁ। କୋରେଇ ପୁଲିସ ଟ୍ରକ୍‌କୁ ଜବତ କରିବା ସହ ଚାଳକ ଜଳେଶ୍ଵର ଥାନା ଅଧୀନ ଜଳେଶ୍ଵର ଗ୍ରାମର ସେକ୍ ବାବୁ ଅଲ୍ଲୀଙ୍କ ପୁଅ ସେକ ବାବୁଆ(୩୭), ପଶ୍ଚିମ ମେଦିନାପୁର ଅଞ୍ଚଳର ମନୋରଞ୍ଜନ ନାୟକ, ଭଗବାନ ନାୟକକୁ ଅଟକ ରଖିଛି।

ମୃତ ବଳଦକୁ ଗୋଶାଳା ପରିସରରେ ପୋତି ଦିଆଯାଇଛି। ଏନେଇ କୋରେଇ ଥାନା କେସ୍‌ ନମ୍ବର ୨୭୨/୨୨ରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ଦିନ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କୋରେଇ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା କହିଛନ୍ତି। କୋରେଇ ଥାନା ଏସ୍‌ଆଇ ବିଶ୍ଵଜିତ ବିଶ୍ଵାଳ, ଏଏସ୍‌ଆଇ ଅଶୋକ ସ୍ଵାଇଁ, ଦିଲୀପ ବେହେରା, କନେଷ୍ଟବଳ ରତିକାନ୍ତ ରାୟ, ପାଣୁ ମୁଣ୍ଡା, ରତ୍ନାକର ପ୍ରଧାନ ଚଢ଼ଉରେ ସାମିଲ ହୋଇଥିଲେ। ପ୍ରାଣୀ ଚିକିତ୍ସକ ପାର୍ଥସାରଥି ଜେନା ଓ କର୍ମଚାରୀ ସୁବାସ ଖୁଣ୍ଟିଆ ଆହତ ଗୋରୁଗାଈଙ୍କ ଚିକିତ୍ସା କରିଥିଲେ। ଗୋଶାଳା କର୍ମଚାରୀ ଓ ସମାଜସେବୀ ସନ୍ତୋଷ ଦାସ, ମଦନ ସାମଲ, ବୁଲୁ ଭୂୟାଁ, ସୁନାରାମ ମୁଣ୍ଡା, ଭାଗୀରଥି ପୂର୍ତ୍ତି, ବିଶ୍ଵନାଥ ମହାନ୍ତ ଜବତ ଗାଡ଼ିରୁ ଗୋରୁଗାଈକୁ ଉଦ୍ଧାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button