ଯାଜପୁର ,ଧର୍ମଶାଳା,IBN ଓଡିଶା (ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧର ପୁର ପଞ୍ଚାୟତ ର ପୂର୍ବତନ ପିଇଓ ନିର୍ମଳ ପଣ୍ଡା ଙ୍କ ବିବାଦ ପିଛା ଛାଡ଼ୁନି।ଅନ୍ୟପଟେ ନିର୍ମଳ ବିଗତ ଦିନରେ କୁମାରୀ ଗ୍ରାମ ପଞ୍ଚାୟତ ରେ ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ବ ଦିନ ଧରି କାର୍ଯ୍ୟ ନିର୍ବାହ କରିଥିଲେ ।କୁମାରୀ ପଂଚାୟତ ରେ ଆସୁଥିବା ମୁଖ୍ୟମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଯୋଜନା ର ସଫଳ ରୂପାୟନ କରିବା ପରିବର୍ତ୍ତେ ସବୁ ଖାଇ ହରିଲୁଟ କରୁଥିବାର ବାରମ୍ବାର ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ।ଏମିତି କି ଜୈନିକ ପିଇଓଙ୍କ ନାମରେ ସୋସିଆଲ ମିଡିଆରେ ବିଗତ ଦିନ ଅତି ଅଶାଳୀନ ମନ୍ତବ୍ୟ ଭାଇରଲ ହୋଇଥିଲା।ଯାହାକୁ ନେଇ ଧର୍ମଶାଳା ଅଞ୍ଚଳ ର ଜୈନିକ ସାମ୍ବାଦିକ ସଞ୍ଜୟ ମିଶ୍ର ଏନେଇ ପଂଚାୟତ ରାଜ ସଚିବ ଙ୍କୁ ଅଭିଯୋଗ କରିବା ସହ ବଡ ଧରଣର ତଦନ୍ତ ଜିଲ୍ଲା ପାଳ ଙ୍କ କାର୍ଯ୍ୟଲୟ ତରଫରୁ ଆସିଥିଲା।ଯାହାକୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ ବେହୁରା ତଦନ୍ତ କରିବା ସମୟରେ ପିଇଓ ନିର୍ମଳ ପଣ୍ଡା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟି ନିଜ କର୍ମଚାରୀ ଙ୍କର ସପକ୍ଷରେ ଓକିଲାତି କରି ଚର୍ଚ୍ଚାକୁ ଆସିଥିଲେ।ଆଉ ଯାହାକୁ ନେଇ ଜୈନିକ ସାମ୍ବାଦିକ ସଞ୍ଜୟ ମିଶ୍ର ଲଗାତାର ପିଇଓ ନିର୍ମଳ ପଣ୍ଡା ଙ୍କ ନାମରେ ଇମାମନଗର ମନେରେଗା ଦୁର୍ନୀତି ର ଖବର ପ୍ରସାରଣ କରିବା ସହ ନିର୍ମଳ ଙ୍କ ମୁଖା ଖୋଲି ଦେଇଥିଲେ।ଯାହାକୁ ନେଇ ନିର୍ମଳ ସଞ୍ଜୟ ଙ୍କ ନାମରେ ମିଥ୍ୟା ମନଗଢା ଏତଲା ଧର୍ମଶାଳା ଥାନାରେ ଦେଇଥିଲେ।
ଆଉ ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଧର୍ମଶାଳା ର ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଆକ୍ରୋଶ ମୂଳକ ଭାବେ ସଞ୍ଜୟ ଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଜାରକା ବଜାର ରୁ ଉଠାଇ ଆଣି ସେହିଦିନ ରାତି ସାରା ଥାନାରେ ଅଟକ ରଖି ତା ପରଦିନ କୋର୍ଟ ଚାଲାଣ କରିଥିଲେ।ଏହାର ପରେ ପରେ ଯାଜପୁର ଜିଲ୍ଲାର ଅନେକ ସାମ୍ବାଦିକ ବନ୍ଧୁ ଜିଲ୍ଲା ଏସ୍ପି ଙ୍କୁ ସାକ୍ଷାତ କରିବା ସହ ସଞ୍ଜୟ ଙ୍କୁ ନ୍ୟାୟ ପାଇଁ ଦାବି କରିଥିଲେ।ପରେ ପରେ ଜାତୀୟ ମାନବାଧିକାର କମିଶନ ସଞ୍ଜୟ ଙ୍କ କେଶ ଟିକୁ ଗୁରୁତର ସହ ନେଇ ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ ଏନେଇ ଏକ ମାମଲା ରଜୁ କରିଥିଲେ।ଯାହାର ତଦନ୍ତ ଆଜି ପର୍ଯ୍ୟନ୍ତ ଚାଲୁ ଥିବା ବେଳେ ଦୁର୍ନୀତି ଗ୍ରସ୍ତ ପିଇଓ ନିର୍ମଳ ପଣ୍ଡା ଙ୍କ ଉପରେ ହୋଇଥିବା ଆଜିର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ସାମ୍ବାଦିକ ସଞ୍ଜୟ ମିଶ୍ର ଙ୍କୁ ନ୍ୟାୟ ପ୍ରଦାନ କରିବା ସହ ସଞ୍ଜୟ ଏନେଇ ମାନ୍ୟବର ହାଇକୋର୍ଟ ଙ୍କ ଦ୍ୱାରସ୍ତ ହେବାକୁ କହିଛନ୍ତି।