ଏହ ବର୍ଷ ୪ ଦିନ ପଞ୍ଚକ ! ଜାଣନ୍ତୁ କେବେଠୁ ଆରମ୍ଭ ପଞ୍ଚୁକ
ଓଡ଼ିଶାରେ କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚକ ବା ପଞ୍ଚୁକ ପାଳନ କରାଯାଏ ।ତେବେ ଯେଉଁମାନେ ପୁରା ମାସ ହବିଷ କରି ପାରନ୍ତି ନାହିଁ ସେମାନେ ଏହି ୫ ଦିନ ହବିଷ ପାଳନ କରନ୍ତୁ । ସେହିପରି କିଛି କିଛି ଲୋକ ଅଁଳା ନବମୀଠାରୁ ମଧ୍ୟ ସାତଦିନ ହବିଷ କରନ୍ତି । ଏହି ପାଞ୍ଚଦିନ ଆମିଷ ଖାଦ୍ୟ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର ଖାଇଥାନ୍ତି ।
ହେଲେ ଚଳିତ ବର୍ଷ ଦୀପାବଳି ପରି ପଞ୍ଚକକୁ ନେଇ ମଧ୍ୟ ଦ୍ୱନ୍ଦ ଲାଗି ରହିଛି । ଖାସ କଥା ହେଲା ଏଥର ପଞ୍ଚକ ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ । ଏଥର ତିଥୀ କ୍ଷୟ ଯୋଗୁଁ ଲକ୍ଷ୍ନୀ ନୃସିଂହ ବେଶ ହେବ ନାହିଁ ଏନେଇ ଜଗନ୍ନାଥ ଗବେଷକ ଓ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ପାଳନ କରାଯିବ । ତେବେ ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୂଡ଼ାନ୍ତ ହୋଇସାରିଛି ।
ସୂଚନା ଅନୁସାରେ, ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତିବିକ୍ରମ ବେଶ ଏଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ ।