ରାଜ୍ୟ
କିନ୍ନରଙ୍କ ଉପରେ ଗାଡ଼ି ଚଢାଇଦେଲା ହାଇୱା ଡ୍ରାଇଭର – Ibnodisha

[ad_1]
ସୁନ୍ଦରଗଡ : ମାଡିଆସିଲା ହାଇୱା ଆଉ ନେଇଗଲା ଦୁଇ କିନ୍ନରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ,ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ।ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ରଙ୍କ ସହ ହାଇୱା ଡ୍ରାଇଭରଙ୍କର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଫଳରେ ଡ୍ରାଇଭର ଜଣକ ଖୁବ ରାଗିଯାଇଥିଲେ ଓ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ । ଆଜି ସକାଳେ ଯେତେବେଳେ ୨ କିନ୍ନର ଘରକୁ ଫେରୁଥିଲେ ସେତେବଳେ ହାଇୱାକୁ ଦ୍ରୁତ ଗତିରେ ଆଣି ପଛପଟୁ ଧକ୍କା ଦେଇଥିଲେ ,ଫଳରେ ଦୁଇ କିନ୍ନର ଘଟଣାସ୍ଥଳରେ ପ୍ରାଣତ୍ୟାଗ କରିଥିଲେ । ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ବର୍ତ୍ତମାନ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛି ।
[ad_2]




