IBN ଓଡ଼ିଶା ବ୍ୟୁରୋ

ସ୍ଵାମୀ ପର ନାରୀ ସହ ସମ୍ପର୍କ ରଖିଲେ ପତ୍ନୀ କଣ କରିବା ଉଚିତ ? ଦାଂପତ୍ଯ ଜୀବନ ହେବ ସୁଖମୟ, ନିଶ୍ଚୟ ଦେଖନ୍ତୁ…

ପତି ପତ୍ନୀ ଙ୍କର ସମ୍ପର୍କ ଯଦି ଭଲ ଥାଏ, ତେବେ ଏକ ସୁନ୍ଦର ପରିବାର ଗଠନ ହୋଇପାରେ । ଏବଂ ଏହା ସମାଜ କୁ ମଧ୍ୟ ଏକ ଭଲ ବାର୍ତ୍ତା ଦେଇଥାଏ । କିନ୍ତୁ ଯଦି ପତି ପତ୍ନୀ ଙ୍କର ସମ୍ପର୍କ ଭଲ ନ ଥାଏ , ତେବେ ଏହା ସମାଜ ପାଇଁ ମଧ୍ୟ ଭଲ ହୋଇ ନଥାଏ । ବନ୍ଧୁଗଣ ଅନେକ ଥର ଦେଖା ଯାଇଥାଏ କି, ପୁରୁଷ ମାନେ ମହିଳା ମାନଙ୍କୁ ଧୋକା ଦେଇଥାନ୍ତି ଓ କିଛି ମହିଳା ମାନେ ମଧ୍ୟ ପୁରୁଷ ମାନଙ୍କୁ ଧୋକା ଦେଇଥାନ୍ତି । କିନ୍ତୁ ଅଧିକାଂଶ ଦେଖା ଯାଇଥାଏ କି ମହିଳା ମାନଙ୍କର ତୁଳନା ରେ ପୁରୁଷ ମାନେ ଅଧିକ ମହିଳା ମାନଙ୍କୁ ଧୋକା ଦେଇଥାନ୍ତି ।

 

ବନ୍ଧୁଗଣ ସବୁ ପୁରୁଷ ମାନେ ନିଜ ପତ୍ନୀ ମାନଙ୍କୁ ଧୋକା ଦେଇ ନଥାନ୍ତି । କାରଣ ସେମାନଙ୍କୁ ମିଳିଥିବା ସଂସ୍କାର ସେମାନଙ୍କୁ ଏହା କରିବାକୁ ଅନୁମତି କେବେ ଦେଇ ନଥାଏ । କିନ୍ତୁ କିଛି ପୁରୁଷ ମାନଙ୍କର ଚରିତ୍ର କିଛି ଏପରି ଥାଏ କି ଯେଉଁ ମାନେ କି କେବେ ମଧ୍ୟ କହା ସହ ବିଶ୍ଵସ୍ତ ହୋଇ ରହି ନଥାନ୍ତି ।

ନିଜ ପତ୍ନୀ ଙ୍କୁ ସବୁବେଳେ ଧୋକା ଦେଇ ନଥାନ୍ତି । ତାହାଛଡା କିଛି ପୁରୁଷ ଏପରି ମଧ୍ୟ ଥାନ୍ତି, ଯେଉଁ ମାନେ ଅନ୍ୟ ସ୍ତ୍ରୀ ଙ୍କ ସହ ଥିବା ସମୟ ରେ ଯଦି ତାଙ୍କ ପତ୍ନୀ ତାଙ୍କୁ ଧରି ମଧ୍ୟ ନିଏ, ତେବେ ସେମାନେ ନିଜ ଭୁଲ କୁ ସ୍ଵୀକାର କରିବା ପରିବର୍ତ୍ତେ ଆହୁରି ଓଲଟା ନିଜ ପତ୍ନୀ ଉପରେ ଗରମ ହୋଇ କଥା ବାର୍ତ୍ତା କରିଥାନ୍ତି । ଏହାଫଳରେ ପରିବାରରେ ସବୁବେଳେ କଳହ ଅଶାନ୍ତି ଲାଗି ରହିଥାଏ ।

 

ବନ୍ଧୁଗଣ ଯଦି ଆମେ ଶାସ୍ତ୍ର କୁ ଦେଖିବା ତେବେ ଯେଉଁ ମାନେ ନିଜ ସାଥି କୁ ଛାଡି ବା ନିଜ ସାଥି ଙ୍କୁ ଧୋକା ଦେଇ ଅନ୍ୟ କାହା ସହ ସମ୍ପର୍କ ସ୍ଥାପନ କରନ୍ତି, ସେମାନଙ୍କୁ ମୃତ୍ୟୁ ପରେ ଅନ୍ଧତାମିସ୍ତ୍ର ନର୍କ ରେ ଅସହନୀୟ ଯନ୍ତ୍ରଣା ଭୋଗ କରିବାକୁ ହୋଇଥାଏ । ବନ୍ଧୁଗଣ ଆପଣ ଏହ ଗରୁଡ ପୁରାଣ ରେ ମଧ୍ୟ ଦେଖି ପାରନ୍ତି । ଆମେ ମାନେ ଯାହା କର୍ମ କରିଥାଉ ତାହାର ଫଳ ଆମକୁ ନିଶ୍ଚୟ ହିଁ ଭୋଗ କରିବାକୁ ହୋଇଥାଏ ।

କାରଣ ବନ୍ଧୁଗଣ ଶ୍ରୀମଦ ଭଗବତ ଗୀତା ରେ ଭଗବାନ ଶ୍ରୀ କୃଷ୍ଣ ନିଜେ କହି ଯାଇଛନ୍ତି, କର୍ମ ର ଗତି ବଡ ଗହନ । ଏହା ସମସ୍ତଙ୍କୁ ସମସ୍ତ ଙ୍କର କର୍ମାନୁସାରେ ଦିନେ ନା ଦିନେ କର୍ମ ର ଫଳ ନିଶ୍ଚୟ ଦେଇଥାଏ । ଏହା କେତେବେଳେ କାହାକୁ କେଉଁ କର୍ମ ର ଫଳ ଦେବ ଏହା କେହି ଜାଣି ପାରିବେ ନାହିଁ । ବନ୍ଧୁଗଣ ଯଦି ଆପଣ ଜୀବନରେ ସବୁବେଳେ ସତ ମାର୍ଗ ରେ ଚାଲୁଛନ୍ତି ବା କେବେ ମଧ୍ୟ କାହାର ଖରାପ କରି ନାହାନ୍ତି, ତଥାପି ଆପଣ ଦୁଃଖ ଭୋଗ କରୁଛନ୍ତି, ତେବେ ଏହାର ଅର୍ଥ ଆପଣ ଆପଣ ଙ୍କର କୌଣସି ପୂର୍ବ କର୍ମ ର ଫଳ ର କାରଣ ରୁ ବର୍ତ୍ତମାନରେ ଦୁଃଖ କଷ୍ଟ ଭୋଗ କରୁଛନ୍ତି ।

 

ଆମର ଅତୀତ ଆମର ବର୍ତ୍ତମାନ କୁ ନିର୍ଧାରିତ କରିଥାଏ ଏବଂ ଆମର ବର୍ତ୍ତମାନ ଆମର ଭବିଷ୍ୟତ । ତେଣୁ ମନୁଷ୍ୟ କୁ ସବୁବେଳେ କର୍ମ କରିବା ସମୟ ରେ ଧର୍ମ କୁ ବିଚାର କରି କର୍ମ କରିବା ଉଚିତ । ଯଦି ଆପଣଙ୍କ ସ୍ଵାମୀ ଆପଣଙ୍କ ସହ କିଛି ଖରାପ କରୁଛନ୍ତି, ତେବେ ଆପଣ ତାଙ୍କ ପ୍ରତି ଥିବା ତାଙ୍କର ମୋହ କୁ ତ୍ୟାଗ କରନ୍ତୁ । ନିଜର କର୍ମ କରି ଚଲାନ୍ତୁ । ଦିନେ ନା ଦିନେ ଆପଣ ଙ୍କର ଏହି ତ୍ୟାଗର ଫଳ ମଧ୍ୟ ଆପଣଙ୍କୁ ନିଶ୍ଚୟ ମିଳିବ । ଯେଉଁ ମାନେ ନିଜ ଘରର ହୋଇ ନଥାନ୍ତି, ସେମାନେ ଅନ୍ୟର ବା କଣ ହେବେ ।

ଯେତେବେଳେ ଧନ ଯୌବନ ନ ରହିବ ସେତେବେଳେ ନିଜ ଭୁଲ ବୁଝି ସେ ଘରକୁ ନିଶ୍ଚୟ ଫେରିବେ । ସେମାନଙ୍କୁ ସେମାନଙ୍କର କର୍ମ ର ଫଳ ମଧ୍ୟ ନିଶ୍ଚୟ ଭୋଗ କରିବାକୁ ହେବ । ବନ୍ଧୁଗଣ ଆପଣ ନିଜ କୁ ସମ୍ଭାଳି ନିଜ ପରିବାର ର ଅନ୍ୟ ସଦସ୍ୟ ଙ୍କ ସହ ହସ ଖୁସି ରେ ରହିବାକୁ ଚେଷ୍ଟା କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button