IBN ଓଡ଼ିଶା ବ୍ୟୁରୋ

ଏମିତି ଭାବରେ ଯୌନ ସଂପର୍କ ରଖିଲେ ମହିଳାଙ୍କ ଠାରେ ଦେଖା ଦଉଚି ସର୍ଭାଇକାଲ୍ କ୍ୟାନ୍ସର, ମହିଳାମାନେ ହୁଅନ୍ତୁ ସତର୍କ

ସର୍ଭିକାଲ କ୍ୟାନ୍ସର ଗର୍ଭାଶୟରୁ ଆରମ୍ଭ ହୋଇଥାଏ । ଗର୍ଭାଶୟରେ ଦିର୍ଘ ଦିନ ଧରି ସଂକ୍ରମଣ ଲାଗି ରହିବା ଦ୍ଵାରା ଏହା ସର୍ଭିକାଲ କ୍ୟାନ୍ସର ଆଡ଼କୁ ଗତି କରିଥାଏ । ଏହା ସାଧାରଣତଃ ଯେଉଁ ମହିଳା ମାନେ ଗର୍ଭ ନିରୋଧକ ଔଷଧର ସେବନ କରିଥାନ୍ତି ବା ପର୍ଯ୍ୟାୟ କ୍ରମେ ଶାରିରୀକ ସମ୍ପର୍କ ରଖିଥାନ୍ତି ସେମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ।

ଏହା ଗର୍ଭାଶୟରୁ ବିକଶିତ ହୋଇ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଆକ୍ରମଣ କରିଥାଏ । ପାପିଲୋମା ନାମକ ଭାଇରସ ଏହି ସଂକ୍ରମଣକୁ ଦ୍ରୁତ ଗତିରେ ବଢ଼ାଇ ଥାଏ । ଏହି ସମୟରେ ଯୌନରୁ ଜାୟୁକୁ କୋଷର ଅବ୍ୟାହିତ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି କ୍ୟାନ୍ସରର କଣ ସବୁ ଲକ୍ଷଣ ରହିଥାଏ ଏବଂ କେଉଁ ସବୁ ଲକ୍ଷଣ ଦେଖା ଦେବା ଦ୍ୱାରା ଆପଣ ତୁରନ୍ତ ଡାକ୍ତର ପରାମର୍ଶ କରାଇବା ହେବେ ।

ସର୍ଭିକାଲ କ୍ୟାନ୍ସର ତଥା ଗର୍ଭାଶୟ କର୍କଟର ଲକ୍ଷଣ :-

ବାରମ୍ବାର ପରିସ୍ରା ଲାଗିବା ।

ପରିସ୍ରାରେ ଧାତୁ ପଡିବା ।

ପିଠି, ପେଟ କିମ୍ବା ପରିସ୍ରା ଦ୍ଵାରରେ ଯନ୍ତ୍ରଣା ହେବା ।

ଓଜନ ହ୍ରାସ ହେବା ।

ରକ୍ତ ହୀନତା ।

ହାଲିଆ ଲାଗିବା ।

ପେଟ ଫୁଲିବା ।

ଯୌନ ସଂପର୍କ ବେଳେ ରକ୍ତ ପଡିବା ।

Check This Out

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button