IBN ଓଡ଼ିଶା ବ୍ୟୁରୋ

ନିଜ ମନକୁ କେମିତି ସବୁବେଳେ positive ରଖିବେ, ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆମ ମାଇଣ୍ଡକୁ ନକାରାତ୍ମକ ଦିଗରୁ ସକରାତ୍ମକ ଦିଗରେ ନେବା। ଆମର ମାଇଣ୍ଡକୁ completely positive ରଖିବା ପାଇଁ କରିବା ଉଚିତ ଆସନ୍ତୁ ଜାଣିବା।

ଆପଣ ମାନଙ୍କ ମଧ୍ୟରୁ ଅନେକ ପଚାରନ୍ତି ,କେମିତି ଆମେ ଆମ ମାଇଣ୍ଡକୁ positive ରଖିପାରିବୁ। ଠିକ ଏହି ପ୍ରଶ୍ନଟି କିଛି ସାଧକମାନେ ମହାପୁରୁଷଙ୍କୁ ପଚାରିଥିଲେ। ସେହି ମହାପୁରୁଷଙ୍କ ଜଣଙ୍କ ଏହି କଥାକୁ ସରଳ କରିବା ପାଇଁ ସେମାନଙ୍କୁ ଗୋଟିଏ ଚିଡ଼ିଆଖାନାକୁ ନେଇଗଲେ। ସେଇଠି କବାଟ ଖୋଲିଦେଲେ। ତା ଭିତରୁ ଦୁଇଟି ଶିଆଳ ବାହାରିଲେ। ବାହାରି ସେମାନେ ଦୁଇଜଣ ପରସ୍ପର ମଧ୍ୟରେ ଯୁଦ୍ଧ କଲେ। କିଛି ସମୟ ପରେ ଗୋଟିଏ ଶିଆଳ ହାରିଗଲା। ଗୋଟିବ ଶିଆଳ ଜିତିଗଲା। ସେ ମହାପୁରୁଷ ଜଣଙ୍କ ସାଧକ ମାନଙ୍କୁ ପଚାରିଲେ କହିପାରିବକି କାହିଁକି ଜଣେ ଶିଆଳ ଜିତିଗଲା କାହିଁକି ଅନ୍ୟ ଶିଆଳଟି ହାରିଗଲା। ସାଧକ ମାନେ କହିଲେ ନାଁ। ତା ପରେ ମହାପୁରୁଷ ଜଣଙ୍କ କହିଲେ କି ଯେଉଁ ଶିଆଳଟି ହାରିଗଲା ତାକୁ ମୁଁ ଦୁଇ ଦିନ ହେଲା ଉପାସ ରଖିଥିଲି ଏବଂ ଯିଏ ଜିତିଗଲା ତାକୁ ମୁଁ ଦୁଇ ଦିନ ହେଲା ସଫିସେଣ୍ଟ ଖାଦ୍ୟ ଦେଉଥିଲି ସେଥିପାଇଁ ସେ ଜିତିଗଲା।

ଆମ ଭିତରେ ମଧ୍ୟ ଏହା ଚାଲିଛି ଏହି ଜିନିଷଟି ସଦା ସର୍ବଦା ଆମ ଭିତରେ ଘଟୁଛି। ଆମ ମଧ୍ୟରେ ମଧ୍ୟ ଗୋଟିଏ ନକାରାତ୍ମକ ଏବଂ ସକରାତ୍ମକ ଯୁଦ୍ଧ ଚାଲିଛି। ଯାହାକୁ ଆମେ ଅଧିକ ପୋଷଣା ଦେଉ। ଅଧିକ ଗୁରୁତ୍ୱଦେଉ। ସେ ଜିତିଯାଏ। ବନ୍ଧୁଗଣ mind it ଆମ ଭିତରେ ମଧ୍ୟ ଗୋଟିଏ ନକାରାତ୍ମକ ଏବଂ ଗୋଟିଏ ସକରାତ୍ମକ ବା ନେଗେଟିଭ ଏବଂ ପୋଜିଟିଭ ଶିଆଳର ଯୁଦ୍ଧ ସବୁବେଳେ ଚାଲିଛି। ଯାହାର ଗୁଣ ଅଧିକ ହେଉଛି ତାହା ସାମ୍ନାରେ ପ୍ରକଟିତ ହେଉଛି। ଯେଉଁ ଚିନ୍ତନ ଯେଉଁ ଭାବନା ମନରେ ଅଧିକ ହୋଇଥାଏ ତାର ପ୍ରଭାବ ଆମ ମନ ଉପରେ ପଡିଥାଏ। ଗୋଟେ ଷ୍ଟୁଡେଣ୍ଟ ହେଉ ଗୋଟେ ବିଜନେସ ମେନ ହେଉ ଗୋଟେ କମ୍ପିଟେଟର ହେଉ କିମ୍ବା ଜଣେ ବ୍ରହ୍ମଚର୍ଯ୍ୟ ପଦ ଧାରୀ ସାଧକ ହେଉ ଯେତେବେଳେ ସେ କୌଣସି ବଡ଼ ଷ୍ଟେପ ନେବାକୁ ଚାହୁଁଛି ଷ୍ଟୁଡେଣ୍ଟଟି ଭଲ ମାର୍କ ପାଇଁ ବିଜନେସ ମ୍ୟାନ ଭଲ ପ୍ରଫିଟ ପାଇଁ କମ୍ପିଟେତରଟିଏ ଗୁଡ଼ ଜୋବ ପାଇଁ ସାଧକ ବ୍ରହ୍ମଚର୍ଯ୍ୟ ପାଇଁ ସେତେବେଳେ ତା ମନରେ ଦୁଇଟି ଆବାଦ ହୋଇଥାଏ ଗୋଟେ ପୋଜିଟିଭ ଗୋଟିଏ ନେଗେଟିଭ। ମନରେ ଆସୁଛି ନାଁ ମୁଁ କରିପାରିବି ନାହିଁ। କେତେବେଳେ ଆସୁଛି ନାଁ ମୁଁ କରିପାରିବି କରିବାକୁ ଚେଷ୍ଟା କରିବି, ଯେଉଁ ପଦର ଆବାଦ ଅଧିକ ହେଉଛି ସିଏ ସେହି ଡାଇରେକସନରେ ଯାତ୍ରା କରୁଛି। ଆମ ମନରେ ମଧ୍ୟ ଦୁଇଟି ଜିନିଷ ସବୁବେଳେ ଚାଲୁଥାଏ। ନେଗେଟିଭ ଏବଂ ପୋଜିଟିଭ। ଆମେ ଯେଉଁ ଭାବନାକୁ ଅଧିକ ଗୁରୁତ୍ୱ ଦେଇଥାଉ ଯେଉଁ ଡାଇରେକସନକୁ ଅଧିକ ଫୋକସ ଦିଅନ୍ତି ଅଥବା ଯେଉଁ ଶିଆଳକୁ ଆମେ ଅଧିକ ଖାଦ୍ୟ ଦେଇଥାଉ ସିଏ ଅବଶ୍ୟ ଜିତିଯାଏ।

ଯଦି ଆମେ ପୋଜିଟିଭ ଡାଇରେକସନରେ ଅଧିକ ଗୁରୁତ୍ୱ ଦିଅନ୍ତି ସିଏ ଆମ ପୋଜିଟିଭ ଡାଇରେକନରେ ନିଏ। ଏବଂ ଭଲ ରେଜଲ୍ଟ ଦିଏ। କିନ୍ତୁ ଆମେ ନେଗେଟିଭ ଡାଇରେକସନରେ ଫୋକସ କରନ୍ତି ତାହା ଧୀରେ ଧୀରେ ଆମ ନେଗେଟିଭ ମାର୍ଗରେ ଆମକୁ ନେଇଯାଏ। ତାହେଲେ ବନ୍ଧୁଗଣ ଆମେ କେମିତି ନିଜକୁ ପୋଜିଟିଭ ଆଡ଼କୁ ନେଇପାରିବା। ସେଥିପାଇଁ ଆମେ ପ୍ରତିଦିନ କିଛିନା କିଛି ରିଏଲ ଜିନିଷ ରିଏଲ ମୋଟିଭେସନ ଶୁଣିବା। ରିଏଲ ମୋଟିଭେସନ କଣ। ଆପଣ ଜାଣନ୍ତି ଏହା କୌଣସି ଡାଇଲକ ନୁହେଁ। ଯାହା ଆପଣଙ୍କ ଆନ୍ତରିକତାକୁ ଶୁଦ୍ଧ କରେ ତାହା ରିଏଲ ମୋଟିଭେସନ । ଯାହା ଆପଣଙ୍କ ଜୀବନକୁ ବାସ୍ତବରେ ପରିବର୍ତନ କରିଦେଇପାରେ। ତାହା ରିଏଲ ମୋଟିଭେସନ । ଆଉ ଏ ମୋଟିଭେସନକୁ ଆପଣ ଥରେ ନୁହେଁ ବାରମ୍ବାର ପଢ଼ନ୍ତୁ। ଜୀବନରେ ହାରି ଯାଇଥିଲେ ଜୀବନକୁ ଓଜାଡ଼ି ଦେଇଥିଲେ ଆମର ଏହି ପୋଷ୍ଟଟିକୁ ବାରମ୍ବାର ପଢ଼ନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

Related Articles

Leave a Reply

Your email address will not be published. Required fields are marked *

Back to top button