IBN ଓଡ଼ିଶା ବ୍ୟୁରୋ

ଦିନରେ ମାତ୍ର ଥରେ ଏହାର ସେବନ କରନ୍ତୁ, ଶରୀରର ମୋଟାପା, କମଜୋରି, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ମିଳିବ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ମୋଟାପା ଦୂର ହେବା ସହ ଶରୀରରେ ଫୁର୍ତ୍ତି ଆସିବ । ଏହା ଛଡା କେଶ ସମସ୍ଯା, ଚେହେ ରାରେ ଚମକ ଆସିବା, ଏସିଡିଟି ଆଦି ସମସ୍ୟାର ସମାଧାନ ହୋଇଥାଏ । ତେବେ ଆସନ୍ତୁ ଜଣାଇବା ଆୟୁର୍ବେଦିକ ଚାହା ବିଷୟରେ ଯାହାର ସେବନ କରିଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଆପଣ ମାନେ ପାନମଧୁରୀ ଓ ଗୁଜୁରାତି କୁ ଘରେ ବ୍ୟବହାର କରୁଥିବେ ।

ଏହା ଆୟୁର୍ବେଦିକ ଔଷଧୀ ଅଟେ । ପାନମଧୁରୀ ଖାଇବା ଦ୍ଵାରା ଶରୀରରେ ଥିବା ଟକସିନ ଦୂର ହୋଇଥାଏ । ଯଦି ଶରୀରରେ ରକ୍ତ ସଫା ରହିବ ତେବେ କୌଣସି ରୋଗ ହେବ ନାହି । ଆମେ ସର୍ବଦା ସୁସ୍ଥ ରହିବା । ପାନମଧୁରୀ ପେଟ ସଫା ରଖିବା ସହ ହଜମ କ୍ରିୟା କରିଥାଏ । ଏହା ଛଡା ଏସିଡିଟି ଭଳି ସମସ୍ଯାକୁ ଦୂର କରିଥାଏ ।

ଗୁଜୁରାତିର ବ୍ୟବହାର ଦ୍ଵାରା ମହିଳାଙ୍କ ଠାରେ ଥିବା କମଜୋରି ଦୂର ହେବା ସହ ମୁହଁରେ ଥିବା ଦୁର୍ଗନ୍ଧ ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ଛଡା ପାଇରିୟା ହେଉ ବା ଲିକୋରିୟା ରୋଗରୁ ମୁକ୍ତି ପାଇବାରେ ଗୁଜୁରାତିର ସେବନ କରାଯାଏ । ଏହି ଚାହା ତିଆରି କରିବା ପାଇଁ ଅଧ ଲିଟର ପାଣିରେ ଦୁଇ ଚାମଚ ପାନମଧୁରୀ ପକାନ୍ତୁ । ଏହା ପରେ ପାଣି ଫୁଟିବା ପରେ ଏଥିରେ ୨ରୁ ୩ଟି ଗୁଜୁରାତି ପକାନ୍ତୁ । ଏହି ପାଣିକୁ ଭଲ ଭାବେ ଫୁଟାନ୍ତୁ ।

ଏହା ପରେ ଏହାକୁ ଛାଣି ଦିଅନ୍ତୁ । ଏହି ଚାହା କୁ ରାତିରେ ଶୋଇବା ପୂର୍ବରୁ ସେବନ କରି ପାରିବେ । ଏହା ଛଡା ଦିନରେ ମଧ୍ୟ ଏହି ଚାହାର ସେବନ ଦୁଇ ରୁ ତିନି କପ କରି ପାରିବେ । ଏହି ଚାହାକୁ ପିଲା ମାନେ ମଧ୍ୟ ପିଇ ପାରିବେ । ଏହା ଦ୍ଵାରା ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଏହି ଆୟୁର୍ବେଦିକ ଚାହାର ସେବନ ଦ୍ଵାରା ମୋଟାପା ଦୂର ହେବା ସହ ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ ।

ଏହା ଛଡା ଏହି ଚାହା ର ସେବନ ଦ୍ଵାରା ଶରୀର ରେ ରକ୍ତ ସଫା ହେବା ସହ ଇମ୍ୟୁନିଟି ପାୱାର ମଧ୍ୟ ବଢିଥାଏ । ଡାଇବେଟିସ ରୋଗୀ ବା ଯେଉଁ ମାନଙ୍କୁ ରାତି ରେ ନିଦ ନ ଲାଗୁଛି ସେମାନେ ମଧ୍ୟ ଏହି ଚାହା ର ସେବନ କରି ପାରିବେ । ଏହା ଛଡା ଯେଉଁ ମାନଙ୍କୁ ଥାଇରଡ, ବିପି ବା କୋଲେଷ୍ଟର ର ସମସ୍ଯା ଥିବ ସେମାନେ ମଧ୍ୟ ଏହି ଆୟୁର୍ବେଦିକ ଚାହାର ସେବନ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button