IBN ଓଡ଼ିଶା ବ୍ୟୁରୋ

ସ୍ଵପ୍ନରେ ମୃତ ପରିଜନ, କଣ ଅଟେ ରହସ୍ୟ ? ଏହି 5 ସ୍ଵପ୍ନ ଆସୁଛି ତ ଭୁଲରେ କାହାକୁ କହିବେ ନାହିଁ, ଜାଣନ୍ତୁ କେଉଁ ସ୍ଵପ୍ନ ଦିଏ କିପରି ଫଳ

। ସମସ୍ତେ ରାତିରେ ଶୋଇବା ସମୟରେ ଭିନ୍ନ ଭିନ୍ନ ପ୍ରକାରର ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଦେଖିଥିବା ସ୍ଵପ୍ନ ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ବନ୍ଧୁଗଣ ଆମେ ସମସ୍ତେ ହିଁ ପରମାତ୍ମା ଙ୍କର ସନ୍ତାନ ଅଟୁ । ପରମପିତା ପରମେଶ୍ଵର ଆମ ମନକୁ ସ୍ଵପ୍ନ ର ଜରିଆରେ କିଛି ସଂକେତ ବିଷୟରେ ସମୟ ପୂର୍ବରୁ ହିଁ ଆମକୁ ସ୍ଵପ୍ନ ଜରିଆରେ ଜଣାଇ ଦେଇଥାନ୍ତି । ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ର ଅନୁସାରେ କିଛି ସ୍ଵପ୍ନ ଏପରି ଥାଏ କି ଯାହାକୁ ସ୍ଵପ୍ନ ରେ ଦେଖିବା ହିଁ ଏକ ବହୁତ ବଡ କଥା ହୋଇଥାଏ ।

 

କିନ୍ତୁ ଅନେକଥର ଜୀବନରେ ଏହି ସ୍ଵପ୍ନ ଗୁଡିକୁ ଆମେ ଦେଖି ନିଜର ଅଜ୍ଞାନତା ବଶ କାହାକୁ ନା କାହାକୁ କହି ଦେଇଥାଉ ଯାହାକି ବାସ୍ତବରେ ଠିକ ହୋଇ ନଥାଏ । ବନ୍ଧୁଗଣ ପ୍ରଥମେ ଯଦି ଆପଣ ସ୍ଵପ୍ନ ରେ ପ୍ରକୃତିର ସମ୍ବନ୍ଧୀୟ କୌଣସି ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ ଅତ୍ୟନ୍ତ ହିଁ ଶୁଭ ହୋଇଥାଏ ।

ଏହି ସ୍ଵପ୍ନ ଦେଖିବା ଅର୍ଥ ନିକଟ ସମୟରେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଅପରିମାତ୍ରାରେ ଆସିବାକୁ ଯାଉଛି । ତେଣୁ ପାହାଡ ଗଛଲତା କିମ୍ବା ନଦୀ ଝରଣା ଆଦିର ଯଦି ଆପଣ ସ୍ଵପ୍ନ ଦେଖନ୍ତି ତେବେ ଏହାକୁ କାହା ସମକ୍ଷରେ କହିବ ଠିକ ହୋଇ ନଥାଏ । ଦ୍ବିତୀୟରେ ଯଦି ଆପଣ ସ୍ଵପ୍ନ ମୃତ୍ୟୁ ସମ୍ବନ୍ଧୀୟ କୌଣସି ସ୍ଵପ୍ନ ଦେଖନ୍ତି ତେବେ ଏହାକୁ ମଧ୍ୟ କାହା ସମକ୍ଷରେ କହିବା ଠିକ ହୋଇ ନଥାଏ ।

 

ଅନେକ ଲୋକ ମୃତ୍ୟୁ ସମ୍ବନ୍ଧୀୟ ସ୍ଵପ୍ନ ଦେଖି ଡଋ ଯାଇଥାନ୍ତି । କିନ୍ତୁ  ବନ୍ଧୁଗଣ ଜନ୍ମ ମୃତ୍ୟୁ ଏ ସଂସାର ର ଏପରି ସତ୍ୟ ଯାହାକୁ କେବେ ମଧ୍ୟ ବଦଳିଆ ଯାଇ ହେବ ନାହିଁ । ତେଣୁ ଭାବିତ ହୋଇ ଏହି ସ୍ଵପ୍ନ ବିଷୟ ରେ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିବା ଠିକ ହୋଇ ନଥାଏ । ଏହି ସ୍ଵପ୍ନର ବାସ୍ତବିକ ଅର୍ଥ ହେଉଛି ନିକଟ ସମୟରେ ଆପଣ ଙ୍କ ଜୀବନରେ ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ତ ବାଧା ବିଘନ ଗୁଡିକ ନାସ ହେବ ।

ତାହା ସହ ଆପଣଙ୍କ ଉପରେ ପ୍ରଭୁ ଭୋଳାନାଥ ଙ୍କର କୃପା ସବୁବେଳେ ରହିଅଛି । ତୃତୀୟରେ ବନ୍ଧୁଗଣ ସ୍ଵପ୍ନ ରେ ସାପ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।  ଏହି ସ୍ଵପ୍ନ ରେ ଅର୍ଥ ହେଉଛି ଆପଣ ଙ୍କ ଜୀବନରେ ଖୁବ ଶୀଘ୍ର ଧନ ର ଆଗମନ ହେବାକୁ ଯାଉଅଛି । କିନ୍ତୁ ଅନେକ ଥର ଲୋକ ମାନେ ଅଭଳି ସ୍ଵପ୍ନ ଦେଖି ଭୟଭୀତ ହୋଇ ଅନକୁ ଏହି ସ୍ଵପ୍ନ ସମ୍ବନ୍ଧରେ କହି ଦେଇଥାନ୍ନ୍ତି ।

 

ଚତୁର୍ଥ ରେ ବନ୍ଧୁଗଣ ଯାଇଦ ଆପଣ ସ୍ଵପ୍ନ କୌଣସି ଦୈବିକ ଶକ୍ତି ବା କୌଣସି ଠାକୁର ଙ୍କର ଦର୍ଶନ କରୁଛନ୍ତି , ତେବେ ବନ୍ଧୁଗଣ ଏହା ର ସିଧା ଅର୍ଥ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଆପଣ ଏହି ସ୍ଵପ୍ନ ସମ୍ବନ୍ଧରେ କାହାକୁ ମଧ୍ୟ କୁହନ୍ତୁ ନାହିଁ । କାରଣ ଯଦି ଆପଣ ଏହି ସ୍ଵପ୍ନ ସମ୍ବନ୍ଧରେ କାହାକୁ କହି ଦିଅନ୍ତି, ତେବେ ଆପଣଙ୍କୁ ଏହି ସ୍ଵପ୍ନ ର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ । ଚତୁର୍ଥ ରେ ବନ୍ଧୁଗଣ ଯଦି ଆପଣ ସ୍ଵପ୍ନ ରେ ମାଛର ସ୍ଵପ୍ନ ଦେଖନ୍ତି, ତେବେ ଏହା ଖୁବ ଭଲ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button