IBN ଓଡ଼ିଶା ବ୍ୟୁରୋ

ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କ ନିଧନ ।

ମେରିକାରେ ରହୁଥିବା ବଲିଉଡ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କ ଗତରବିବାର ନଭେମ୍ବର ୩ ତାରିଖ ବିଳମ୍ବିତ ରାତି ଦେହାନ୍ତ ହୋଇଛି। ହେଲେନା ‘ଆଓଁ ପ୍ୟାର କରେଁ’, ‘ଦୋ ଗୁଲାବ’ ଏବଂ ‘ସାଥ ସାଥ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମିତାଭ ବଚ୍ଚନଙ୍କ ସହ ହେଲେନାଙ୍କୁ ଫିଲ୍ମ ‘ମର୍ଦ’ରେ କାମ କରିବାର ସୁଯୋଗ ମିଳିଥିଲା।

ଏହି ଚଳଚ୍ଚିତ୍ରରେ ବ୍ରିଟିଶ ରାଣୀ ଭୂମିକାରେ ଅଭିନୟ କରି ହେଲେନା ଖୁବ ଲୋକପ୍ରିୟତା ସାଉଁଟିଥିଲେ।ହେଲେନାଙ୍କ ନିଧନ ପରେ ତାଙ୍କର ଶେଷ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୃତ୍ୟୁର ୨ ଦିନ ପୂର୍ବରୁ ସେ ଏହାକୁ ପୋଷ୍ଟ କରିଥିଲେ ।

କୁହାଯାଉଛି ଯେ କିଛି ଦିନ ହେବ ହେଲେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିଲା ଏବଂ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇ ନ ଥିଲେ । ଏବେ ଆମେରିକାରେ ସେ ଆଖି ବୁଜିଛନ୍ତି ।ମିଥୁନ ଚକ୍ରବର୍ତ୍ତୀ ଓ ହେଲେନାଙ୍କ ବିବାହ ୧୯୭୯ରେ ହୋଇଥିଲା । ଉଭୟ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଧରି ତିଷ୍ଠିପାରି ନ ଥିଲା । ବିବାହର ମାତ୍ର ୪ ମାସ ପରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ । ଲମ୍ବା ସମୟ ଧରି ହେଲେନା ଲ୍ୟୁକ ବିଦେଶରେ ହିଁ ରହିଆସୁଥିଲେ । ତେବେ ସେ ତାଙ୍କ ବିଷୟରେ କିଛି ଲେଖି ଥିଲେ ଯେ ବିବାହ ପୂର୍ବରୁ ମିଥୁନ ମୋ ବାପାଙ୍କୁ କଥା ଦେଇଥିଲେ କି ମୋତେ ସେ ରାଣୀ କରି ରଖିବେ। ମୋର ସମ୍ପୂର୍ଣ୍ଣ ଯତ୍ନ ନେବେ ଖୁସିରେ ରଖିବେ। ଏସବୁ କଥାରୁ ସେ ଗୋଟିଏ ବି ରକ୍ଷା କରି ପାରିଲେ ନାହିଁ। ମୁଁ ତାଙ୍କ ଉପରେ ପୁରା ବିଶ୍ବାସ କରି ଯାଇଥିଲି। କିନ୍ତୁ ଜାଣି ନଥିଲି ଏସବୁ ତାଙ୍କର ଅଭିନୟ ଥିଲା। ମୁଁ ଯେତେବେଳେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଚିହ୍ନିଲି ସେ ଜଣେ ସ୍ବାର୍ଥପର ମଣିଷ ବୋଲି ଜାଣିଲି। ସେ ନିଜ ଛଡ଼ା ଆଉ କାହାକୁ ଭଲ ପାଆନ୍ତି ହିଁ ନାହିଁ।’

Related Articles

Leave a Reply

Your email address will not be published. Required fields are marked *

Back to top button