ଆଣ୍ଠୁ ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ
ଆଜିର ସମୟରେ ବହୁ ଲୋକଙ୍କ ମଧ୍ୟରେ ଆଣ୍ଠୁଗଣ୍ଠିର ସମସ୍ଯା ଦେଖିବାକୁ ମିଳୁଛି । ବୟସ ବଢିବ ସହ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା କଷ୍ଟ ହେବାରେ ଆରମ୍ଭ ହୋଇଯାଉଛି । ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବହୁତ ଅସହନୀୟ ହୋଇଥାଏ । ତେବେ ଆଣ୍ଠୁ ଗଣ୍ଠି ବିନ୍ଧାର କାରଣ ଯାହା ହେଉ ନା କାହିଁକି ? ତାହାକୁ ଭଲ କରିବା ପାଇଁ ଅନେକ ମେଡ଼ିସିନ କିଣିବାରେ ଖର୍ଚାନ୍ତ ହେବାକୁ ପଡିଥାଏ । ହେଲେ ସେଥିରୁ ବିଶେଷ କିଛି ସୁଫଳ ମିଳିପାରିନଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବହୁତ ଭଲ ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ଏକ ଉପଚାର ନେଇଆସିଛୁ । ତେବେ ଏହି ଘରୋଇ ଉପାୟ କରିବା ପାଇଁ ଆପଣଙ୍କୁ ମେଥିଗୁଣ୍ଡର ଆବଶ୍ୟକତା ରହିଛି । ମେଥିକୁ କିଣି ତାହାକୁ ଘରେ ଗୁଣ୍ଡ କରିପାରିବେ । ତାପରେ ଆପଣ ଶୁଣ୍ଠିକୁ କିଣି ଘରେ ସେଥିରୁ ଶୁଣ୍ଠି ପାଉଡର ପ୍ରସ୍ତୁତ କରନ୍ତୁ । ମେଥି ଓ ଶୁଣ୍ଠି ଉଭୟରୁ 50 ଗ୍ରାମର ପାଉଡରର ଆପଣଙ୍କୁ ଆବଶ୍ୟକତା ପଡିବ । ଉଭୟ ଯାକ ସାମଗ୍ରୀକୁ ମିଶାଇ ଦିଅନ୍ତୁ ।
ତାପରେ ସେଥିରେ ହଳଦୀ ଗୁଣ୍ଡ ଇଛି ମିଶାନ୍ତୁ । ଚତୁର୍ଥରେ ଯଦି ସମ୍ଭବ ତେବେ ସେଥିରେ ଅଶ୍ଵଗନ୍ଧା ପାଉଡର କିଛି ମିଶାଇ ପାରିବେ । ଏହି ସବୁ ସାମଗ୍ରୀକୁ ମିଶାଇ ଏକ ପାଉଡର ପ୍ରସ୍ତୁତ କରି ତାହାକୁ ଏକ ଡବାରେ ଷ୍ଟୋର କରି ରଖିଦିଅନ୍ତୁ । ଆପଣ ଯେତେବେଳେ ଏହାର ସେବନ କରିବାକୁ ଚାହିଁବେ । ସେତେବେଳେ ଏକ ଗ୍ଳାସ ଉଷୁମ କ୍ଷୀର ବା ଏକ ଗ୍ଳାସ ଉଷୁମ ପାଣିରେ ସେହି ପାଉଡରରୁ ଏକ ଚାମଚ ମିଶାଇ ତାହାକୁ ସେବନ କରନ୍ତୁ ।
ଖାଇବା ପରେ ହେଉ କିମ୍ବା ଖାଇବା ପୂର୍ବରୁ ଏହାକୁ ସେବନ କରି ରଖିପାରିବେ । ପ୍ରତିଦିନ ଆପଣ ଏହାର ସେବନ କରିବା ଦ୍ଵାରା ଧୀରେ ଧୀରେ କରି ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କମିବାରେ ଲାଗିଯିବ । ଏହା ଛଡା ଆଉ ଏକ ଉପଚାର ପ୍ରସ୍ତୁତ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରନ୍ତୁ। ଆପଣ ଏକ କଢେଇରେ 100 ଗ୍ରାମର ରାଶି ତେଲ, 15 ରୁ 20 ଟି ରଶୁଣକୁ ଅଳ୍ପ ଛେଚିକି ପକାନ୍ତୁ ।
ତାପରେ ଏହାକୁ ଅଳ୍ପ ଗରମ କରି ପରେ ଅଳ୍ପ ଥଣ୍ଡା ହେବା ପରେ ଏକ ବୋତଲରେ ଭର୍ତ୍ତି କରି ରଖିଦିଅନ୍ତୁ । ଯେଉଁ ସ୍ଥାନରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅନୁଭୂତ ହେଉଥାଏ । ସେହି ସ୍ଥାନରେ ନେଇ ଏହି ତେଲର ମାଲିସ କରନ୍ତୁ । ଏଥିସହ ପ୍ରଥମେ କହିଥିବା ଉପଚାରର ପ୍ରସ୍ତୁତ କରି ସେବନ କରନ୍ତୁ । ଏହି 2 ଟି ଉପାୟ କିଛି ଦିନ ନିୟମିତ ରୂପେ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିପାରିବ ।ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।