ଘରେ ଝିଟିପିଟି ଦେଖିବା ଦେଇଥାଏ କି ପ୍ରକାର ସଂକେତ ! ଜାଣନ୍ତୁ ଝିଟିପିଟି ଦେଖିବାର ଶୁଭ ଓ ଅଶୁଭ ପ୍ରଭାବ

ନମସ୍କାର ବନ୍ଧୁଗଣ , ମଣିଷ ଜୀବନ ରେ କାଲି କଣ ଘଟିବାକୁ ଯାଉଛି ତାହା କେହି କହିପାରନ୍ତି ନାହିଁ । ମାତ୍ର ଆମ ଆଖ ପାଖରେ ଥିବା ଜୀବଜନ୍ତୁ ଅନେକ ପ୍ରକାରର ସଂକେତ ମାନ ଦେଇଥାନ୍ତି । ଆମେ ଆଜି ଆଲୋଚନା କରିବାକୁ ଯାଉଥିବା ବିଷୟ ହେଉଛି ଝିଟିପିଟି ସହ ଯୋଡିତ ଶୁଭ ଏବଂ ଅଶୁଭ କଥା । ଆମ ଦୈନନ୍ଦିକ ଜୀବନରେ ଝିଟିପିଟି କୁ ଦେଖିଥାଉ ଏହା ଦେଖିବାକୁ ସୁନ୍ଦର ହୋଇନଥାଏ ।
ଅନେକ ଲୋକମାନେ ଏହାକୁ ଦେଖିଲା ମାତ୍ରେ ଡଋ ଥାନ୍ତି । କାରଣ ଝିଟିପିଟି ଉପରେ ପଡିବା ଅଶୁଭ ର ସଂକେତ ହୋଇଥାଏ । ଆସନ୍ତୁ ଜାଣିବା ଝିଟିପିଟି ର ଶୁଭ ନା ଅଶୁଭ । ଯଦି ଆପଣ ନୂତନ ଗୃହ କୁ ତିଆରି କରିଛନ୍ତି ଓ ଏହି ନୂତନ ଗୃହର ପ୍ରତିଷ୍ଟା ଦିନ ରେ ଘର ର ସାମନା ରେ ଝିଟିପିଟି ମରିକି ପଡିଥାଏ । ତେବେ ଏହି ଘରେ ବାସ କରୁଥିବା ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାନ୍ତି ।
ଏହି ଦୋଷ ରୁ ବଞ୍ଚିବା ପାଇଁ ସଂପୂର୍ଣ୍ଣ ବିଧି ବିଧାନ ରେ ଗୃହ ପୂଜା କରି ଘର ଭିତର କୁ ପ୍ରବେଶ କରିବା ଉଚିତ୍ ହୋଇଥାଏ । ଆପଣ ଘରେ ବସିଥିବା ସମୟରେ ଝିଟିପିଟି ଝଗଡା କରିଥିବାର ଦେଖିଥାନ୍ତି ତେବେ ଆପଣଙ୍କ ର ମଧ୍ୟ କାହା ସହିତ ଝଗଡା ହେବାର ସମ୍ଭାବନା ରହିଥାଏ । ଯଦି ଆପଣ ଝିଟିପିଟି ଅଲଗା ହେଉଥିବାର ଦେଖିଥାନ୍ତି ତେବେ ଆପଣଙ୍କୁ ମଧ୍ୟ ଆପଣଙ୍କ ସବୁଠାରୁ ପ୍ରିୟ ବ୍ୟକ୍ତିଙ୍କ ଠାରୁ ଅଲଗା ହେବାକୁ ପଡିଥାଏ ।
ଶାସ୍ତ୍ର ଅନୁସାରେ ଦିନରେ ଭୋଜନ କରୁଥିବା ସମୟରେ ଝିଟିପିଟି ର ଶବ୍ଦ ଶୁଣିଥାନ୍ତି । ତେବେ ଶୀଘ୍ର ହିଁ କୋଣସି ଶୁଭ ସମାଚାର ମିଳିଥାଏ କିମ୍ବା କୋଣସି ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଅବଶ୍ୟ ଏହି ଘଟଣା ବହୁତ କମ୍ ହୋଇଥାଏ କାରଣ ଝିଟିପିଟି ମାନେ ରାତ୍ରି ସମୟରେ ହିଁ ଶବ୍ଦ କରିଥାନ୍ତି ଏବଂ ଦିନ ରେ ବହୁତ କମ କରିଥାନ୍ତି । ଆପଣ ଘରୁ ଯାଉଥିବା ସମୟରେ ଝିଟିପିଟି ଆପଣଙ୍କ ମୁଣ୍ଡ ଉପାରେ ପଡିଥାଏ ତେବେ ଏହା ଶୁଭ ହୋଇଥାଏ ଆପଣଙ୍କ ଧନ ସମ୍ପତି ବଢିଥାଏ ।
ଝିଟିପିଟି ଯଦି ଆପଣଙ୍କ ଚୁଟି ଉପରେ ପଡୁଥାଏ ତେବେ ଏହାର ଅର୍ଥ ମୃତ୍ୟୁ ଅଟୁ ଶୀଘ୍ର ଆପଣଙ୍କ ଦୁଆର କୁ ଆସିଥାଏ । ଡାହାଣ କାନ ଉପରେ ଝିଟିପିଟି ପଡିବାର ଅର୍ଥ ଆପଣଙ୍କୁ କୋଣସି ଆଭୂଷଣ ପ୍ରାପ୍ତ ହୋଇଥାନ୍ତି । ବାମ ଉପାରେ ଝିଟିପିଟି ପଡିବାର ଅର୍ଥ ଆୟୁ ବୃଦ୍ଧି ଏବଂ ନାକ ଉପରେ ଝିଟିପିଟି ପଡିବା ଅର୍ଥ ଅତି ଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହୋଇଥାଏ । ମୁହଁ ଉପାରେ ଝିଟିପିଟି ପଡିବାର ଅର୍ଥ ମଧୁର ଭୋଜନ ପ୍ରାପ୍ତ କରିଥାନ୍ତି ।
ଗାଲ ଉପରେ ଝିଟିପିଟି ପଡିଲେ ଆପଣ ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇଥାନ୍ତି । ବେକ ଉପରେ ଝିଟିପିଟି ପଡିବାର ଅର୍ଥ ଆପଣ ନିକଟ ରେ ହି କୋଣସି କାମ ପାଇଁ ସମ୍ମାନିତ ହୋଇଥାନ୍ତି । ଛାତିର ଡାହାଣ ପଟରେ ଝିଟିପିଟି ପାଡିଲେ ଅତି ଶୀଘ୍ର ଆପଣା ଖୁସି ଖବର ଶୁଣିବେ ।