ରାଜ୍ୟ

ଭଞ୍ଜନଗର ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଞ୍ଜନଗର,(ସନ୍ତୋଷ କୁମାର ଜେନା):ଲଗାତାର ଭାବେ ୨୪ ବର୍ଷ ଓଡ଼ିଶାର ଦାୟିତ୍ବ ନେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଅଛନ୍ତି। ଆଉ ତାଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁଖଦୁଖରେ ଭାଗିଦାରୀ ହେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଚାଲିଛି।

ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଓଡିଶାର ଲୋକଙ୍କ ପାଇଁ ସେ ସର୍ବଦା ରହିବ‌େ ବୋଲି ‌ନବୀନ ବାବୁ ସଙ୍କଳ୍ପ ନେଇଛନ୍ତି ବୋଲି ଆଜି ଭଞ୍ଜନଗର ବ୍ଳକ ହରିଗଡ ପଞ୍ଚାୟତରେ ଅନୁଷ୍ଠିତ ପଦଯାତ୍ରା ଓ ପଥପ୍ରାନ୍ତ ସଭାରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ବର୍ତ୍ତମାନର ସରକାର ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବେଳେ ଦୀର୍ଘ ଦିନ ଶାସନରେ ରହି ପାରିବେନି। ଶିକ୍ଷା,ଗମନାଗମନ,ପାନୀୟଜଳ ଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ରରେ ବିଜେଡି କ୍ଷମତା ଥିବା ସମୟରେ ବହୁ ଉନ୍ନତ ସାଧିତ ‌କାର୍ଯ୍ୟ କରିଛି। ଆଗାମୀ ଦିନରେ ଜନସାଧାରଣଙ୍କ ସ୍ବରକୁ ଉପଯୁକ୍ତ ଭାବେ ଉପସ୍ଥାପନ କରିବ ବୋଲି ସେ କହିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ହେଉଥିବା ବେଳେ ଆଜି ଏହି ଜନସଂର୍ପକ ପଦଯାତ୍ରା ହରିଗଡ ଗ୍ରାମରୁ ଆରମ୍ଭ ହୋଇଥିଲା। ଏହାପରେ ନୂଆପଲ୍ଲୀ ଓ ବଦାଙ୍ଗି ଗ୍ରାମରେ ଶେଷ ହୋଇଥିଲା। ଅନୁଷ୍ଠିତ ପଥପ୍ରାନ୍ତ ସଭାକୁ ଜିଲ୍ଲା ଉପସଭାପତି ରାଜ କୁମାର ସାହୁ ସଂଯୋଜନା କରିଥିଲେ। ବିଜେଡି ବ୍ଳକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ଦିବାକର ନାୟକ,ଜିଲ୍ଲା ପରିଷଦ ଭାଗ୍ୟଲତା ସେଠୀ,ଜଗବନ୍ଧୁ ଜେନା,ଦିଲ୍ଲିପ କୁମାର ଦାସ,ଜିତେନ୍ଦ୍ର କେଶରୀ ଆରୁଖ,ଯୁବ ସଭାପତି ରବିନ୍ଦ୍ର କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ସୁନୀଲ ବ୍ରହ୍ମଚାରୀ,ସୁରେନ୍ଦ୍ର ଗୌଡ,ସରପଞ୍ଚ ସୁଦେଷ୍ଣା ଦଳବେହେରା,ଚାନ୍ଦିନୀ ‌ଗ‌ୌଡ,ଶିବରାମ ସାହୁଙ୍କ ସମେତ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button