୪୮ ବର୍ଷ ବୟସରେ ମଧ୍ୟ ଫିଟ୍ ଅଛନ୍ତି ସୁସ୍ମିତା ସେନ୍, ଜାଣନ୍ତୁ ଫିଟନେସ ପଛର ରାଜ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ପାଇଁ ସମସ୍ତେ ପାଗଳ । ୪୮ ବର୍ଷ ବୟସରେ ମଧ୍ୟ ତାଙ୍କ ଚେହେରାର ଚମକ ଏବଂ ଫିଟନେସ୍ ଆଶ୍ଚର୍ଯ୍ୟଜନକ ଅଟେ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବ୍ୟାୟାମ କରିବା ସମୟରେ ପ୍ରାୟତଃ ତାଙ୍କ ଭିଡିଓ କିମ୍ବା ଫଟୋ ସେୟାର କରନ୍ତି ।
ନିଜକୁ ଫିଟ୍ ରଖିବା ପାଇଁ ସେ କଠିନ ପରିଶ୍ରମ କରନ୍ତି ଏବଂ ସଠିକ୍ ଖାଦ୍ୟ ଅନୁସରଣ କରନ୍ତି । ଯଦି ଆପଣ ମଧ୍ୟ ନିଜକୁ ସୁସ୍ମିତା ସେନ୍ ଙ୍କ ଭଳି ଫିଟ୍ ଏବଂ ଭଲ ରଖିବାକୁ ଚାହାଁନ୍ତି, ତେବେ ଏଠାରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ, ଫିଟନେସ୍ ଏବଂ ଡାଏଟ୍ ରହସ୍ୟ ଜାଣନ୍ତୁ…
ଗତ କିଛି ବର୍ଷ ଧରି ସୁସ୍ମିତା ସେନ୍ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହୋଇଥିଲେ । ୨୦୨୩ ମସିହାରେ ତାଙ୍କର ହୃଦଘାତ ହୋଇଥିଲା । ୨୦୧୪ରେ, ଏଡିସନ୍ ନାମକ ଏକ ଅଟୋଇମ୍ୟୁନ ରୋଗ ହୋଇଥିବା ଜଣାପଡିଥିଲା । ଏହା ବହୁତ ଯନ୍ତ୍ରଣାଦାୟକ ଅଟେ । ଏହି ସମସ୍ୟା ସତ୍ତ୍ବେ ସେ ନିଜକୁ ଫିଟ୍ ରଖନ୍ତି । ବୋଗ ଇଣ୍ଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତାଙ୍କ ପ୍ରଶିକ୍ଷକ ନୁପୁର ଶିଖାରେ ଅଭିନେତ୍ରୀଙ୍କ ବ୍ୟାୟାମ ରୁଟିନ୍, ଫିଟନେସ୍ ମନ୍ତ୍ର ଏବଂ ଡାଏଟ୍ ବିଷୟରେ ଅନେକ ଖୁଲାସା କରିଥିଲେ ।
ନୁପୁରଙ୍କ କହିବା ଅନୁଯାୟୀ, ସୁସ୍ମିତା ନିଜ ଘର ଜିମ୍ ରେ ସପ୍ତାହରେ ଦୁଇ ଘଣ୍ଟାର ଚାରିଟି ସେସନ କରନ୍ତି । ଶରୀରର ବଡି ଓ୍ବେଟ୍ ଟ୍ରେନିଂ ଏବଂ ଫ୍ଲେକ୍ସିବିଲିଟି ଉପରେ କାର୍ଯ୍ୟ କରିବା । ମୁଣ୍ଡରୁ ଆଙ୍ଗୁଠି ଏବଂ କାନ୍ଧ ର ବ୍ୟାୟାମ କରନ୍ତି । ନିଜକୁ ଫିଟ୍ ରଖିବା ପାଇଁ ସେ ଯୋଗର ସାହାଯ୍ୟ ମଧ୍ୟ ନେଇଥାନ୍ତି ।
ସେ ପ୍ରାୟତଃ ରିଙ୍ଗ ଜିମ୍ନାଷ୍ଟ କରିବାବେଳେ ଭିଡିଓ ସେୟାର କରନ୍ତି । ଏହା ମାଂସପେଶୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଶରୀରର ସନ୍ତୁଳନ ଏବଂ ଶକ୍ତି ବଜାୟ ରଖିବା ପାଇଁ, ସୁସ୍ମିତା ମଧ୍ୟ ବଲ୍ ପ୍ଲେକ କୁ ମଧ୍ୟ ନିଜ ବ୍ୟାୟାମର ଏକ ଅଂଶ କରିଥାନ୍ତି । ସେ କିକ୍ ବକ୍ସିଂ, କୈଲିସ୍ତେନିକ୍ସ, ଏରିଆଲ୍ ସିଲ୍କ ଯୋଗ ଏବଂ ସମ୍ବିନେସନ ମାର୍ଶଲ ଆର୍ଟ ମଧ୍ୟ ପସନ୍ଦ କରନ୍ତି ।
ସୁସ୍ମିତା ସେନ୍ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନିଅନ୍ତି । ଅଦା ଚା’ ସହିତ ଦିନ ଆରମ୍ଭ କରିଥାନ୍ତି । କିଛି ସମୟ ପରେ, ସେ ଏକ ଗ୍ଲାସ୍ ପନିପରିବା ରସ ଏବଂ ତିନୋଟି ଅଣ୍ଡା ଖାଇଥାନ୍ତି କିମ୍ବା ଦଲିଆ ଖାଇଥାନ୍ତି । ପ୍ରାୟ ଦୁଇ ଘଣ୍ଟା ପରେ ସେ କିଛି ବାଦାମ ନେଇଥାନ୍ତି । ମଧ୍ୟାହ୍ନ ଭୋଜନରେ କିଛି ଭାତ, ଡାଲି, ତରକାରୀ, ଚିକେନ୍ କିମ୍ବା ମାଛ ଖାଇଥାନ୍ତି । ସେ ସନ୍ଧ୍ୟାରେ କିଛି ହାଲୁକା ଖାଇବାକୁ ପସନ୍ଦ କରନ୍ତି । ଏଥିରେ ଉପମା, ଇଡଲି ଏବଂ ଏକ କପ୍ କଫି ଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରିଥାନ୍ତି । ନିଜକୁ ଫିଟ୍ ରଖିବା ପାଇଁ ସେ ନିମ ଏବଂ ମହୁର ମିଶ୍ରଣ ମଧ୍ୟ ଖାଇଥାନ୍ତି ।