IBN ଓଡ଼ିଶା ବ୍ୟୁରୋ

ଦୀପାବଳିରେ ବାଣ ବା ଦୀପରେ ହାତ ଜଳିଯାଇଛି କି ? ତେବେ ତୁରନ୍ତ କରନ୍ତୁ ଏହି ଘରୋଇ ଉପଚାର

ଦୀପାବଳି ଏପରି ଏକ ପର୍ବ ଯାହାକୁ ପ୍ରାୟତଃ ପୂରା ଦୁନିଆ ପାଳନ କରିଥାନ୍ତି। ଏହାକୁ ସବୁଧର୍ମର ଏବଂ ସବୁବର୍ଗର ଲୋକ ବହୁତ ଧୁମଧାମରେ ପାଳନ କରିଥାନ୍ତି। କିନ୍ତୁ ଏହି ଦୀପର ଉତ୍ସବରେ ବେଳେ କିଛି ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥାଏ। ପ୍ରତି ବର୍ଷ ଦୀପାବଳି ସମୟରେ ଲୋକଙ୍କର ଜଳିବା ଏବଂ ପୋଡ଼ିବା ଆଦି ଖବର ଆସିଥାଏ। ଆଜି ଆମେ ଏହି  ଛୋଟ ଜଳାପୋଡ଼ାର କିପରି ତୁରନ୍ତ ଘରୋଇ ଉପଚାର କରିବେ ତାହା ବିଷୟରେ କହିବାକୁ ଯାଉଛି।

ice

ଯଦି ଶରୀରର କୌଣସି ସ୍ଥାନରେ ଜଳାପୋଡ଼ା କିମ୍ବା ଫୋଟକା ହୋଇଯାଏ ତେବେ ସେଥିରୁ କିପରି ତୁରନ୍ତ ଉପଚାର ମିଳିବ ତାହା ମନରେ ଚାଲିଥାଏ। ନିଆଁରେ ଜଳିବା ମାତ୍ରେ ହଠାତ୍ ବରଫ ଏବଂ ପାଣିରେ ବୁଡ଼ାଇ ରଖନ୍ତୁ। କାରଣ ଏହା ଦ୍ବାରା ଚର୍ମରେ ପରସ୍ତ ପଡ଼ିଯାଇଥାଏ। ଏଥିସହ ବରଫକୁ ସେହି ସ୍ଥାନରେ ଘଷନ୍ତୁ। ତେବେ ଧ୍ୟାନ ରଖିବେ ଜଳିବା ସ୍ଥାନରେ ବରଫକୁ ବେଶି ସମୟ ପର୍ଯ୍ଯନ୍ତ ରଖନ୍ତୁ ନାହିଁ କାରଣ ଏହା ଦ୍ବାରା  ରକ୍ତ ପ୍ରଭାବ କମ୍ ହେବା ସହ ଚର୍ମରେ ଥିବା ସୂକ୍ଷ୍ମ ଟିସୁ କ୍ଷତି ପହଞ୍ଚିଥାଏ।milkତେବେ ଜଳା ଏବଂ ପୋଡ଼ା ସ୍ଥାନରେ ଥଣ୍ଡା କ୍ଷୀର ମଧ୍ୟ ପକାନ୍ତୁ। କ୍ଷୀର ତ୍ବଚାକୁ ଭଲ କରିବାରେ ଅଧିକ ସାହୟତ ହୋଇଥାଏ। ତେବେ ଏହି କଥାର ଧ୍ୟାନ ରଖନ୍ତୁ କି, ଯେଉଁ କ୍ଷୀର ଆପଣ କ୍ଷତ ସ୍ଥାନରେ ବ୍ଯବହାର କରୁଛନ୍ତି ତାହା ଉପରେ ସର ନପଡ଼ିଥାଉ।

alooଯଦି ଆପଣଙ୍କର ଶରୀର କୌଣସି ସ୍ଥାନ ଟିକେ ଜଳିଯାଇଛି ତେବେ ସେଠାରେ ଆପଣ ଆଳୁର ବ୍ଯବହାର କରିପାରିବେ। ଏଥିପାଇଁ ଜଳିଥିବା ସ୍ଥାନରେ ଆପଣ ଜଳା ଆଳୁକୁ ଘଷି ପାରିବେ। ଏହା ଜଳାପୋଡ଼ାରୁ ତୁରନ୍ତ ଉପଶମ ଦେବ।alo

 

ବିଶେଷଜ୍ଞଙ୍କ ଅନୁଯାୟୀ ଜଳାପୋଡ଼ା ସ୍ଥାନରେ ଘିକୁଆଁରୀର ବ୍ଯବହାର ଏକ ଭଲ ଔଷଧ ଭାବେ କାମ କରିଥାଏ। ଏଥିପାଇଁ ପ୍ରଥମେ ଜଳିପୋଡ଼ି ଥିବା ସ୍ଥାନକୁ ଭଲଭାବେ ସଫା କରନ୍ତୁ। ପରେ ସେହି ସ୍ଥାନରେ ଆଲୋଭେରା ବା ଘିକୁଆଁରୀ ଜେଲ ବା ରସ ଲଗାନ୍ତୁ। ଦେଖିବେ ସେହି ସ୍ଥାନ ଥଣ୍ଡା ଲାଗିବା ସହ ତୁରନ୍ତ ଭଲ ହୋଇଯିବ।

tea

ବାଣ ବା ନିଆଁରେ ଫଟୋକା ହୋଇଥିଲେ ସେହି ସ୍ଥାନକୁ ପାଣିରେ ବୁଡ଼ାଇ ରଖିବା ସହ ସେଠାରେ ଟିବ୍ଯାଗକୁ ପଟି ଭାବେ ବ୍ଯବହାର କରନ୍ତୁ। ଏହା କ୍ଷତ ସ୍ଥାନରେ ଥିବା ଗରମ ଅଂଶକୁ ବାହାର କରିଥାଏ। ଏଥିସହ ତାହା ଖୁବ୍ ଶୀଘ୍ର ଭଲ ହୋଇଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button