IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନାଭିରେ ଥରେ ମାତ୍ର ପକାଇ ମସାଜ କରନ୍ତୁ ଏହି ଜିନିଷ, ମିଳିବ ଅନେକ ଫାଇଦା

ଅଧିକ ପରିଶ୍ରମ ଏବଂ ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ଶାରୀରିକ ଅସୁସ୍ଥତା ଭୋଗିବାକୁ ପଡିଥାଏ। ଏହାକୁ ଦୂର କରିବା ପାଇଁ ଦେଶୀ ଘିଅ ବେଶ୍‌ ଉପକାରୀ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଥରେ ନାଭିରେ ପକାଇ ଏହାର କମାଲ ଦେଖନ୍ତୁ।

ଆୟୁର୍ବେଦ ଅନୁସାରେ ନାଭିରେ ଦେଶୀ ଘିଅ ମାଲିସ କରିବା ଦ୍ୱାରା ଶକ୍ତି ମିଳିଥାଏ। ଯେଉଁମାନଙ୍କୁ ଆର୍ଥ୍ରାଇଟିସ୍‌ ସମସ୍ୟା ରହିଥାଏ, ସେମାନେ ରାତିରେ ଶୋଇବା ପୂର୍ବରୁ ନାଭିରେ ଘିଅ ପକାଇ ହାଲକା ମସାଜ କରିଦିଅନ୍ତି। ଏପରି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ହାଡ ମଧ୍ୟ ମଜବୁତ ହେବ।

322

ତ୍ୱଚା ରୁକ୍ଷ ହୋଇଯାଉଥିଲେ ଘିଅରେ ଗ୍ଲିସେରିନ ମିଶା ନାଭିରେ ଲଗାନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା ଉଜ୍ୱଳ ହେବ। ଘିଅରେ ଥିବା ଫ୍ୟାଟି ଏସିଡ ଆପଣଙ୍କ ତ୍ୱଚାର ଗଭୀରତାକୁ ଯାଇ ହାଇଡ୍ରେଟ୍‌ କରିଥାଏ। ଏହାକୁ ଆଖି ତଳେ ଲଗାଇବା ଦ୍ୱାରା ମଧ୍ୟ କଳାଦାଗରୁ ମୁକ୍ତି ମିଳିଥାଏ।

ଯଦି ଆପଣଙ୍କର କେଶ ଝଡୁଛି କିମ୍ବା ଧଳା ହୋଇଯାଉଛି ,ତେବେ ଘିଅରେ ସିକାକାଇ ପାଉଡର ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା କେଶ ମଜବୁତ ହେବା ସହ ଘନ ଏବଂ କଳା ହୋଇଥାଏ।

43

ଘିଅରେ ଥିବା ଆଣ୍ଟି ଏନଜିଂ ତତ୍ତ୍ୱ ନାଭିରେ ପକାଇବା ଦ୍ୱାରା ତ୍ୱଚାରେ ଭାଙ୍ଗ ଆସିନଥାଏ। ଘିଅରେ ଲେମ୍ବୁର ରସ ମିଶାଇ ଲଗାଇବା ଦ୍ୱାରା ଚେହେରାରୁ ଦାଗ ଦୂର ହୁଏ।

ଥଣ୍ଡା, କାଶ ହେଉଥିଲେ ନାଭିରେ ଦେଶୀ ଘିଅ ମସାଜ କରନ୍ତୁ। ଏପରି କଲେ ଥଣ୍ଡା, କାଶରୁ ଆରାମ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button