IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜୀବନଘାତକ ହୋଇପାରେ ଟାଇପ୍‌ ୨ ଡାଇବେଟିସ୍‌, ଜାଣନ୍ତୁ ଏଥିରୁ ବର୍ତ୍ତିବା ଉପାୟ…

ମଧୁମେହ ବା ଡାଇବେଟିସ୍‌ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାଦ୍ୟପେୟରେ ଅନିୟମିତତା ଏବଂ ଅସନ୍ତୁଳିତ ଜୀବନଶୈଳୀ ଯୋଗୁ ଲୋକେ ଧୀରେ ଧୀରେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଭାରତରେ ଡାଇବେଟିସ୍‌ରେ ପୀଡ଼ିତ ୨୫ ବର୍ଷରୁ କମ୍‌ ବୟସର ପ୍ରତି ୪ ଜଣକରେ ଜଣେ ଟାଇପ୍‌ ୨ ମଧୁମେହର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ନିଜର ଠିକ୍‌ଭାବେ ଧ୍ୟାନ ନନେଲେ ବ୍ୟକ୍ତିର ଅବସ୍ଥା ଏତେ ସାଂଘାତିକ ହୋଇଯାଏ ଯେ ବେଳେ ବେଳେ ଜୀବନ ପାଇଁ ମଧ୍ୟ ବିପଦ ସୃଷ୍ଟି କରେ। ଟାଇପ୍‌ ୨ ମଧୁମେହର ଲକ୍ଷଣ ସମୟ ସହ ଧୀରେ ଧୀରେ ବିକଶିତ ହୋଇଥାଏ। କିନ୍ତୁ ଜୀବନ ଶୈଳୀରେ କେତେକ ଖାସ୍‌ ଅଭ୍ୟାସକୁ ସାମିଲ କରି ଏହି ରୋଗଠାରୁ ନିଜକୁ ରକ୍ଷା କରାଯାଇପାରିବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧.ମିଠା ଖାଇବାରୁ ବିରତ ରୁହନ୍ତୁ:

ଆପଣ ମିଠା ଖାଇବାକୁ ଯେତେ ପସନ୍ଦ କରନ୍ତୁ ନା କାହିଁକି କିନ୍ତୁ ଖାଇବା ବେଳେ ନିଜ ଉପରେ ନିୟନ୍ତ୍ରଣ ରଖିବା ନିତାନ୍ତ ଜରୁରୀ। ମିଠା ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜ୍‌ର ମାତ୍ରା ବୃଦ୍ଧି ପାଇଥାଏ। ଯଦି ଅତ୍ୟଧିକ ମିଠା ଖାଇବେ ତେବେ ଶରୀରରେ ଗ୍ଲୁକୋଜ୍‌ର ମାତ୍ରା ଅନିୟନ୍ତ୍ରିତ ହେବ। ଫଳରେ ଆପଣ ମଧୁମେହ ରୋଗର ଶିକାର ହୋଇପାରନ୍ତି।

୨.ଓଜନ ଉପରେ ଦିଅନ୍ତୁ ଧ୍ୟାନ:

ଓଜନ ବୃଦ୍ଧି ଘଟିବା ମଧ୍ୟ ଡାଇବେଟିସ୍‌ର ଏକ ପ୍ରମୁଖ କାରଣ। ଅଧିକ ଚର୍ବି ଯୋଗୁ ଇନ୍‌ସୁଲିନ୍‌ ସମ୍ବେଦନଶୀଳ କୋଷିକାକୁ ପ୍ରଭାବିତ କରିଥାଏ। ଫଳରେ ସୁଗାର ଲେବଲରେ ଅସନ୍ତୁଳନ ଦେଖାଦିଏ। ଏଥିରୁ ବର୍ତ୍ତିବା ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ।

୩.ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ:

ମାଦକଦ୍ରବ୍ୟ ଓ ନିଶା ଜାତୀୟ ପଦାର୍ଥ ସେବନ ଦ୍ୱାରା ଶରୀରରେ ମେଦବହୁଳତା ଭଳି ସମସ୍ୟା ଦେଖାଯାଏ। ଏଥିସହ ରକ୍ତଚାପ ଓ ଟାଇଗ୍ଲିସେରାଇଡ୍‌ ଚକ୍ର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ। ଗବେଷଣାରୁ ଜଣାଯାଇଛି ଯେ ଅତ୍ୟଧିକ ଧୂମପାନ ଓ ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ଠାରେ ଟାଇପ୍‌-୨ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ ରହିଥାଏ।

୪.ଫାଷ୍ଟଫୁଡ୍‌କୁ କୁହନ୍ତୁ ନା’:

ଫାଷ୍ଟଫୁଡ୍‌ ଖାଇବା ଦ୍ୱାରା ଶରୀରରେ କୋଲୋଷ୍ଟଲର ପରିମାଣ ବୃଦ୍ଧି ପାଇଥାଏ। ଫଳରେ ମଧୁମେହ ଭଳି ରୋଗ ଦେଖାଦିଏ। ଏଥିସହ ଅଧିକ ତେଲଛଣା ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଚର୍ବି ଅଂଶ ବୃଦ୍ଧିପାଏ। ଛଣାଛଣି ଖାଦ୍ୟ ଶରୀରରେ କୋଲେଷ୍ଟ୍ରୋଲ ସମେତ ଫ୍ୟାଟ୍‌, ରକ୍ତଚାପ ଓ ଗ୍ଲୁକୋଜ୍‌ ସ୍ତର ମଧ୍ୟ ବୃଦ୍ଧି କରିଥାଏ। ଯାହା ମଧୁମେହ ଭଳି ମାରାତ୍ମକ ରୋଗ ସୃଷ୍ଟିର କାରଣ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button