IBN ଓଡ଼ିଶା ବ୍ୟୁରୋ

ସକାଳ ଜଳଖିଆରେ ଖାଆନ୍ତୁ କଦଳୀ ପ୍ୟାନ୍‌ କେକ୍‌, ଆଶ୍ଚର୍ଯ୍ୟଜନକ ଭାବେ କମ୍‌ ହେବ ଓଜନ

କଦଳୀରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ରହିଥାଏ, ଯାହା ଶରୀରରୁ ସୋଡିୟମ୍‌ର କୁପ୍ରଭାବକୁ କମ୍‌ କରିବାରେ ସାହାଯ୍ୟ କରେ ଓ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। କଦଳୀ ହେଉଛି କ୍ୟାଲସିୟମ୍‌, ଫୋଲଟ୍‌, ନିୟାସିନ୍‌, ରାଇବୋଫ୍ଲେବିନ୍‌, ବି୬ ଏବଂ ମ୍ୟାଗ୍ନେସିୟମ୍‌ର ଏକ ଉତ୍ତମ ସ୍ରୋତ। ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥିବାରୁ କଦଳୀ ଖାଇବାର ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ସେହିପରି ଆଇରନ୍‌ର ମଧ୍ୟ ମୁଖ୍ୟ ସ୍ରୋତ ହେବା କାରଣରୁ କଦଳୀ ଏନିମିଆ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରେ। କଦଳୀ ଏକ ଏଭଳି ଫଳ ଯାହାକୁ ଆପଣ ସ୍ମୁଦି, ତରକାରୀ, ସାଲାଡ ଏବଂ ଅନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରିପାରିବେ। ଆଜି ଆମେ ଆପଣଙ୍କୁ କଦଳୀରେ ତିଆରି ସେହିପରି ଏକ ସ୍ୱାସ୍ଥ୍ୟକାରୀ ରେସିପି କଦଳୀ ପ୍ୟାନ୍‌ କେକ୍‌ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଧି:

ଆବଶ୍ୟକୀୟ ସାମଗ୍ରୀ:

  • କଦଳୀ
  • ମଇଦା
  • ଗହମ ଅଟା
  • ଚିନି
  • ଲୁଣ
  • ଅଳେଇଚ
  • ବେକିଂ ପାଉଡ଼ର
  • କ୍ଷୀର
  • ଘିଅ

ଆବଶ୍ୟକୀୟ ସାମଗ୍ରୀ:

-କଦଳୀର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ନଚେତ୍‌ ମିକଶ୍ଚରରେ କ୍ଷୀର ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।
-କଦଳୀ ପ୍ୟାନ୍‌ କେକ୍‌ ତିଆରି କରିବା ପାଇଁ ଏକ ଛୋଟ ପାତ୍ରରେ ମଇଦା, ଗହମ ଅଟା, ଚିନି, ଲୁଣ, ଅଳେଇଚ ଏବଂ ବେକିଂ ପାଉଡ଼ର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
-କ୍ଷୀର ଓ କଦଳୀର ମିଶ୍ରଣକୁ ଏହି ସମସ୍ତ ସାମଗ୍ରୀ ସହ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
-ବ୍ୟାଟରରେ ୨ଟି ଛୋଟ ଚାମଚ ଘିଅ ମିଶାନ୍ତୁ। ଏହି ବ୍ୟାଟରକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ।
-ଏବେ ଗ୍ୟାସ୍‌ରେ ଏକ ନନ୍‌ ଷ୍ଟିକ୍‌ ତାଓ୍ଵା ଗରମ କରନ୍ତୁ। ଏବେ ଏଥିରେ ବ୍ୟାଟର ପକାଇ ମଧ୍ୟମ ଆଞ୍ଚରେ ହାଲକା ଲାଲ୍‌ ହେବା ପର୍ଯ୍ୟନ୍ତ ସେକନ୍ତୁ।
-ସେକି ହେବା ପରେ ପ୍ଲେଟ୍‌କୁ କାଢ଼ି ଛୋଟ ଛୋଟ ଖଣ୍ଡରେ କାଟି ଉପରେ ଚେରିରେ ସଜାଇ ପରଷନ୍ତୁ କଦଳୀ ପ୍ୟାନ୍‌ କେକ୍‌।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button