IBN ଓଡ଼ିଶା ଏକ୍ସକ୍ଲୁସିଭ୍

କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ କି? ଭୋଜନରୁ ବାଦ୍‌ ଦିଅନ୍ତୁ ଏହିସବୁ ଖାଦ୍ୟଦ୍ରବ୍ୟ, ତୁରନ୍ତ ମିଳିବ ଉପଶମ

କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରିବା ଅନୁଚିତ୍‌। ଜୀବନଶୈଳୀରେ ପରିବର୍ତ୍ତନ ସହ ଖାଦ୍ୟପାନୀୟରେ ଅନିୟମିତତା ଯୋଗୁ ଏହି ସମସ୍ୟା ଦେଖାଦେଇଥାଏ। କେତେକ ଖାଦ୍ୟ ଯୋଗୁ କୋଷ୍ଠକାଠିନ୍ୟ ସମସ୍ୟା ଗମ୍ଭୀର ଭାବେ ବୃଦ୍ଧି ପାଇଥାଏ। ସେହିପରି ଆଉ କିଛି ଖାଦ୍ୟ ଏହି ସମସ୍ୟାର ଉପଶମ ମଧ୍ୟ କରିଥାଏ। ତେବେ ଆଜି ଆମେ ଆପଣଙ୍କୁ କୋଷ୍ଠକାଠିନ୍ୟ ବୃଦ୍ଧି କରୁଥିବା କେତେକ ଖାଦ୍ୟ ସମ୍ପର୍କରେ କହିବାକୁ ଯାଉଛୁ। ଯାହାକୁ ଖାଦ୍ୟରୁ ବାଦ୍‌ ଦେଲେ ତୁରନ୍ତ ଉପଶମ ମିଳିବ। ଆସନ୍ତୁ ଜାଣିବା କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କେଉଁ ଖାଦ୍ୟ ଖାଇବା ମନା…

୧.ଦୁଗ୍ଧଜାତୀୟ ଉତ୍ପାଦ:

ଦୁଗ୍ଧଜାତୀୟ ଉତ୍ପାଦ ଖାଇବା ଦ୍ୱାରା କିଛି ଲୋକଙ୍କ ଠାରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ। ଦୁଗ୍ଧରେ ଲାକ୍ଟୋଜ୍‌ ରହିଛି, ଯାହା କୋଷ୍ଠକାଠିନ୍ୟର ମୂଳ କାରଣ। ଛେନା, ପନିର ଆଦିରେ ଏହାର ମାତ୍ରା ଅଧିକ ପରିମାଣରେ ଥିବାରୁ କୋଷ୍ଠକାଠିନ୍ୟ ଦେଖାଯାଏ।

୨.ଭାତ:

ଭାତ ସହଜରେ ହଜମ ହୋଇନଥାଏ। ନାଲି ଭାତ ଅପେକ୍ଷା ଧଳା ଭାତରେ ଅଧିକ ପରିମାଣରେ ଫାଇବର ରହିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଥିବା ବେଳେ ଧଳା ଭାତ ଖାଇବା ମନା।

୩.ଲାଲ୍‌ ମାଂସ:

ଲାଲ୍‌ ମାଂସ ଶରୀରକୁ ଅଧିକ ପରିମାଣରେ ଫାଇବର ଯୋଗାଇଥାଏ। ଅଧିକ ମାତ୍ରାରେ ଲାଲ୍‌ ମାଂସ ଖାଇବା ଦ୍ୱାରା ପେଟ ଭାରି ଭାରି ଲାଗିଥାଏ। ଏହା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦିଏ।

୪.ବେକେରୀ ଉତ୍ପାଦ:

କୁକିଜ୍‌, ପେଷ୍ଟ୍ରି, କେକ୍‌ ଆଦି ମଇଦାରେ ପ୍ରସ୍ତୁତ ଖାଦ୍ୟକୁ ସବୁବେଳେ ଖାଇବା ଅନୁଚିତ୍‌। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ବଢ଼ାଇଥାଏ। ଏହି ଖାଦ୍ୟଦ୍ରବ୍ୟରେ କମ୍‌ ପରିମାଣରେ ଫାଇବର ରହିଥାଏ। ଏଣୁ କୋଷ୍ଠକାଠିନ୍ୟ ସମସ୍ୟା ଥିବା ବେଳେ ବେକେରୀ ଉତ୍ପାଦ ଖାଇବା ଅନୁଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button