ମନୋରଞ୍ଜନ

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ ଚିଲି ଆଉ ମଜା ନିଅନ୍ତୁ ଏକ ନିଆରା ସ୍ୱାଦର

ସାଧାରଣତଃ ଘରେ ବ୍ରେକଫାଷ୍ଟରେ ବ୍ରେଡ ସମସ୍ତେ ଖାଇଥାନ୍ତି କିନ୍ତୁ ଆପଣ କେବେ ବ୍ରେଡରେ କିଛି ରେସିପି ବନାଇ ଟେଷ୍ଟ କରିଛନ୍ତି କି ? ବର୍ତ୍ତମାନ ଆପଣ ଭାବୁଥିବେ ଯେ ବ୍ରେଡରେ ଏପରି କଣ ରେସିପି ପ୍ରସ୍ତୁତ ହୋଇପାରିବ କିନ୍ତୁ ଆପଣ ଜାଣିନଥିବେ ଯେ ବ୍ରେଡରେ ମଧ୍ୟ ବହୁତ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରାଯାଇପାରିବ। ତାହେଲେ ଆସନ୍ତୁ ଜାଣିବା କିପରି ଘରେ ବ୍ରେଡରେ ପ୍ରସ୍ତୁତ କରିବେ ବ୍ରେଡ ଚିଲି।

ଆବଶ୍ୟକୀୟ ସାମଗ୍ରୀ

୧୦ଟି ବ୍ରେଡର କଟା ବ୍ରାଉନ ଅଂଶ, ଗୋଟିଏ ବଡ଼ ପିଆଜ, ୩ଟି କଞ୍ଚାଲଙ୍କା, ଗୋଟିଏ ବଡ଼ ଟମାଟୋ, ୭/୮ ପାଖୁଡା ରସୁଣ, ୨ ଟେବୁଲ ସ୍ପୁନ କର୍ଣ୍ଣଫ୍ଲୋର, ଗୋଟେ ଚାମଚ ଗ୍ରୀନ ଓନିଅନ, ୩ ଚାମଚ ଟମାଟୋ କ୍ୟାଚପ, ଗୋଟେ ଚାମଚ ସୋୟାସସ, ଦୁଇ ଚାମଚ ରେଡ ଚିଲ୍ଲୀ ସସ, ଅଳ୍ପ ଭିନେଗାର, ଗୋଟିଏ ଛୋଟ କ୍ୟାପ୍ସିକମ, ୩ ଟିସ୍ପୁନ ବଟର, ଲଙ୍କାଗୁଣ୍ଡ, ଦୁଇ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ଚିଲ୍ଲି ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ବ୍ରେଡର ବ୍ରାଉନ ଅଂଶକୁ କାଢି ଛୋଟ ଛୋଟ ପିସ କରି କାଟିଦିଅନ୍ତୁ। ଏହାପରେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ବ୍ରେଡ ଗୁଡିକ ଭଲଭାବେ ଫ୍ରାଏ କରିଦିଅନ୍ତୁ। ତାପରେ ଏହାକୁ କାଢି ଗରମ ତେଲରେ କଟା ପିଆଜ ଓ ରସୁଣକୁ ଭାଜନ୍ତୁ। ତାପରେ ସେଥିରେ କଞ୍ଚାଲଙ୍କା ଓ କ୍ୟାପ୍ସିକମ ପକାଇ ଫ୍ରାଏ କରନ୍ତୁ। ଏହାପରେ ସେଥିରେ ଲଙ୍କାଗୁଣ୍ଡ, ଭିନେଗାର ଚିଲ୍ଲିସସ, ଟମାଟୋ କ୍ୟାଚଅପ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଓ କିଛି ସମୟ ପରେ ସେଥିରେ ଅଳ୍ପଟିକେ ପାଣି ଦିଅନ୍ତୁ । ସମସ୍ତ ଜିନିଷ ଭଲଭାବେ ଫ୍ରାଏ ହୋଇଗଲା ବେଳକୁ ଏକ ପାତ୍ରରେ ଅଧାକପ ପାଣି ନେଇ ସେଥିରେ କର୍ଣ୍ଣଫ୍ଲୋର ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ ଓ ଏହି ଘୋଳକୁ କଡ଼ାଇରେ ପକାଇ ସବୁକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଗ୍ରେଭି ଫୁଟି ଆସିବା ପରେ ସେଥିରେ ଲୁଣ ପକାନ୍ତୁ ଓ ତାପରେ ସେଥିରେ ଛାଣି ରଖିଥିବା ବ୍ରେଡକୁ ପକାଇ ଦିଅନ୍ତୁ। ଶେଷରେ ଏଥିରେ ଗ୍ରୀନ ଓନିଅନ ଅଥବା ଧନିଆ ପତ୍ର ମଧ୍ୟ ଆପଣ ବ୍ୟବହାର କରିପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବ୍ରେଡ ଚିଲି। ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button