IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ, ସକାଳେ ଖାଲି ପେଟରେ ପାଣି ପିଇଲେ ଶରୀରରେ କଣ କଣ ଲାଭ ହୋଇଥାଏ

ଆପଣମାନେ ସମସ୍ତେ ଜାଣିଥିବେ କି ଆମ ଶରୀର ୭୨ % ପାଣିରେ ତିଆରି ହୋଇଥାଏ ଓ ଏହି କାରଣରୁ ପାଣି ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ ଯାହା ଦ୍ଵାରା ଆମ ଶରୀରର ସବୁ ଅଙ୍ଗ ଭଲ ଭାବେ କାମ କରିପାରେ । ଆପଣ ସମସ୍ତେ ଶୁଣିଥିବେ କି ସକାଳେ ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ । କଣ ଆପଣ ଜାଣିଛନ୍ତି ଯେବେ ଆପଣ ଖାଲି ପେଟରେ ପାଣି ପିଅନ୍ତି ଆପଣଙ୍କ ଶରୀର ଉପରେ ଏହାର କଣ ପ୍ରଭାବ ପଡିଥାଏ ? ତେବେ ଚଲାନ୍ତୁ ଜାଣିବା ଆଜି ଏହି ଲେଖାରେ ଆପଣମାନଙ୍କ ପାଇଁ କଣ ବିଶେଷ କଥା ରହିଛି ।

ଓଜନ କମାଇଥାଏ

ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ଆପଣଙ୍କର ମେଟାବୋଲିଜ୍ମ ୨୪% ପର୍ଯ୍ୟନ୍ତ ବଢି ଯାଇଥାଏ ଯାହା ଦ୍ଵାରା ଆପଣଙ୍କର ଖାଦ୍ୟ ଜଲ୍ଦି ହଜମ ହୋଇଥାଏ ଓ ଆପଣଙ୍କର ଓଜନ କମ ହେବାକୁ ଲାଗେ ।

ପେଟ ସଫା କରିଥାଏ

ଆଜ୍ଞା ହଁ, ଯଦି ଆପଣଙ୍କର ପେଟ ଭଲ ଭାବେ ସଫା ହେଉ ନାହିଁ ଓ ଆପଣ ବହୁତ ପ୍ରକାରର ଉପାୟ କରି ଦେଖି ସାରିଛନ୍ତି ତଥାପି କୌଣସି ଫରକ ପଡୁନାହିଁ ତେବେ ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ଵାରା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗ୍ଲୋଇଙ୍ଗ ସ୍କିନ ବା ପିମ୍ପଲ ଫ୍ରୀ ସ୍କିନ

 

ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମ ତ୍ଵଚ୍ଚା ଚମକିଥାଏ ଓ ମୁହଁ ବ୍ରଣ ମଧ୍ୟ ଭଲ ହୋଇଯାଇଥାଏ କାରଣ ପେଟ ଭଲ ଭାବେ ସଫା ନ ହେବା କାରଣରୁ ମୁହଁରେ ବ୍ରଣ ଆଦି ହୋଇଥାଏ ଓ ଆମେ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ଵାରା ପେଟ ଭଲ ଭାବେ ସଫା ହୋଇଥାଏ ଓ ମୁହଁରେ ବ୍ରଣ ହୋଇ ନଥାଏ ।

ଶରୀରରୁ ବିଷାକ୍ତ ତତ୍ତ୍ଵକୁ ବାହାର କରିଥାଏ

ଯେବେ ଆମେ ସକାଳେ ପେଟ ସଫା କରିବା ପାଇଁ ଟଏଲେଟ ଯାଇଥାଉ ଆମ ଶରୀରରୁ ବହୁତ ସାରା ଟକ୍ସିନ ବାହାରି ଥାଏ । ଯଦି ଆମେ ଖାଲି ପେଟରେ ପାଣି ପିଇଥାଉ ତେବେ ଏହା ଅଧିକ ମାତ୍ରାରେ ବିଷାକ୍ତ ତତ୍ତ୍ଵକୁ ବାହାର କରିଦେଇଥାଏ ।

ଭୋକ ବଢାଇଥାଏ

ଯେବେ ଆପଣ ଖାଲି ପେଟରେ ପାଣି ପିଇବେ ଆପଣଙ୍କ ପେଟ ଭଲ ଭାବେ ସଫା ହେବ ଯାହା ଦ୍ଵାରା ଭୋକ ବି ବଢିବ ।

ରକ୍ତ ବଢାଇଥାଏ

ଖାଲି ପେଟରେ ପାଣି ପିଇଲେ ଆମର ପାଚନ ଶକ୍ତି ବଢିଥାଏ ଯାହା କାରଣରୁ ଆମ ଶରୀରରେ ରକ୍ତ ଅଧିକ ମାତ୍ରାରେ ତିଆରି ହେବାକୁ ଲାଗେ ଓ ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ଅଛି ତେବେ ଏଥିରୁ ରକ୍ତର ଆବଶ୍ୟକତା ପୂରଣ ହୋଇଥାଏ ।ଯଦି ଆପଣ ବି ଏହି ସବୁ ସମସ୍ୟାରେ ପୀଡିତ ତେବେ କିଛି ଦିନ ପାଇଁ ଖାଲି ପେଟରେ ପାଣି ପିଇ ଦେଖନ୍ତୁ ଆପଣଙ୍କ ସମସ୍ୟା ଶେଷ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button