IBN ଓଡ଼ିଶା ଏକ୍ସକ୍ଲୁସିଭ୍

୬୫ ବର୍ଷର ବୟସ୍କ ବ୍ୟକ୍ତି ନିଜର ୨୧ ବର୍ଷର ବୋହୁ ସହିତ କରିଲା ବିବାହ, ପୁରା ଅଞ୍ଚଳରେ ମଚିଲା ବବାଲ, କଣ ଥିଲା ପୁରା ଘଟଣା

ଆଜିକାଲି ସୋସିଆଲ ମିଡିଆରେ ବହୁତ ଛୋଟ ବଡ ଆଶ୍ଚର୍ଯ୍ୟକର ଖବର ଶୁଣିବାକୁ ମିଳିଥାଏ ଓ କିଛି ଖବର ବହୁତ ଜଲ୍ଦି ଭାଇରାଲ ମଧ୍ୟ ହୋଇଯାଏ । ସେହିଭଳି ଏକ ଭାଇରାଲ ଖବର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯେତେବେଳେ କାହାର ବାହାଘର ହୋଇଥାଏ ତେବେ ବର ଓ କନ୍ୟାର ବୟସ ମଧ୍ୟରେ ଅଧିକରୁ ଅଧିକ ୪ କିମ୍ବା ୫ ବର୍ଷର ଫରକ ଥାଏ କିନ୍ତୁ ଆମେ ଯେଉଁ ବିବାହିତ ଯୋଡି ବିଷୟରେ କହିବାକୁ ଯାଉଛୁ ତାଙ୍କର ବୟସ ମଧ୍ୟରେ ୪୦ କିମ୍ବା ୪୨ ବର୍ଷର ଫରକ ଅଛି ।

ଏହି ବାହାଘରରେ ୬୫ ବର୍ଷର ବ୍ୟକ୍ତି ନିଜର ୨୧ ବର୍ଷର ବୋହୁ ସହ ବିବାହ କରି ନେଇଛି । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

୬୫ ବର୍ଷର ବୟସ୍କ ବ୍ୟକ୍ତି ନିଜର ୨୧ ବର୍ଷର ବୋହୁ ସହ କରିଲେ ବିବାହ

ଏହି ମାମଲା ବିହାର ସମସ୍ତୀପୁର ଜିଲ୍ଲାର ଅଟେ ଯେଉଁଠି ୬୫ ବର୍ଷର ରୋଶନ ଲାଲ ନିଜର ୨୧ ବର୍ଷର ବୋହୁ ସପନା ସହ ବିବାହ କରିଲେ । ଲୋକମାନେ  ତାଙ୍କୁ ପଚାରିବାରୁ ତାଙ୍କର ଉତ୍ତର ଥିଲା କି, ସେ ଏହି ବାହାଘରକୁ ବାଧ୍ୟ ହୋଇ କରିଛନ୍ତି, ଯାହା ଦ୍ଵାରା ସେହି ଝିଅ ଘରର ଇଜ୍ଜତ ଖରାପ ନ ହେବ । କହିବାକୁ ଗଲେ ରୋଶନ ଲାଲ ୟାଦବ ନିଜ ପୁଅ ପପୁ ସହ ସପନାଙ୍କର ବିବାହ ଠିକ କରିଥିଲେ, ଓ ବରଯାତ୍ରୀ ନେଇ ସେ ସପନା ଘରେ ପହଞ୍ଚିଥିଲେ ।

କିନ୍ତୁ ପପୁ ସବୁକିଛି ଛାଡି ପଳାଇଲା । କାରଣ ପପୁ ଅନ୍ୟ ଏକ ଯୁବତୀକୁ ଭଲ ପାଉଥିଲା । ପପୁ ରୋଶନ ଲାଲଙ୍କ ଡରରେ ବିବାହ ପାଇଁ ରାଜି ତ ହୋଇଗଲା କିନ୍ତୁ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ । ଏହା ପରେ ଦୁଇ ପରିବାରର ଇଜ୍ଜତ ରଖିବା ପାଇଁ ରୋଶନ ଲାଲ ସପନା ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ଓ ଦୁଇ ପରିବାରର ଲୋକମାନେ ମଧ୍ୟ ଏଥିରେ ସହମତି ଦେଲେ ।

ବର୍ତ୍ତମାନ ଏହି ଭାଇରାଲ ହୋଇଥିବା ଖବରର ସତ୍ୟତା କଣ, ପୋଲିସ ଏହାର ଯାଞ୍ଚ କରୁଛି । କିନ୍ତୁ ଲୋକମାନେ ଝିଅର ପରିବାରକୁ ହିଁ ଭୁଲ ବୋଲି କହୁଛନ୍ତି । କାରଣ ଏଥିରେ ଝିଅକୁ ହିଁ ଦଣ୍ଡ ମିଳିଲା । କେତେକ ଲୋକମାନଙ୍କର କହିବା ଅଟେ କି ବୟସ୍କ ବ୍ୟକ୍ତି ସହ ୨୧ ବର୍ଷର ଝିଅର ବିବାହ କରି ଝିଅର ଜୀବନ ବର୍ବାଦ ହୋଇଗଲା । ବର୍ତ୍ତମାନ ପୋଲିସ ବି ଏହି କଥାକୁ ଅପେକ୍ଷା କରିଛନ୍ତି କି ଝିଅ ଘର ଲୋକ ଏହି ବାହାଘରକୁ ନେଇ କଣ ବୟାନ ଦେଉଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button