ଅପରାଧ

୨୨୦ ଲିଟର ଦେଶୀ ରନ୍ଧା ମଦ ସହିତ ୩ ବାଇକ ସହ ୩ ଗିରଫ ।

IBN ଓଡିଶା
(ରିପୋର୍ଟ:ସୀତାକାନ୍ତ ପାଢ଼ୀ,ଭଦ୍ରକ)
ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ଗୋଟିଏ ହୋଣ୍ଡା ମୋଟର ସାଇକେଲ(ଓଡି-୦୧ଆର-୮୬୭୬) ଓ ଗୋଟିଏ ସ୍କୁଟିରୁ(ଓଡି-୦୧ଏଜେ-୮୯୬୯) ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ମଧୁସୂଦନ ମଳିକ ଓ ବାରାପୁର ଗ୍ରାମର ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ସେହିପରି ବାଂଶଡ଼ା ଥାନା ଅନ୍ତର୍ଗତ କୁଆମରା ଛକ ନିକଟରେ ଚଢାଉ କରାଯାଇ ଗୋଟିଏ ବାଜାଜ ପଲସର ମୋଟର ସାଇକେଲରୁ (ଓଡି-୨୨ଏସ-୮୫୯୦) ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାଂଶଡ଼ା ଥାନା ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମର ଦିଲ୍ଲୀପ କୁମାର ମହାଳିକଙ୍କୁ ଗିରଫ କରାଯାଇଛି ।ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ସମୁଦାୟ ୨୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଭବେଶ ଦାସ ଓ ପ୍ରହଲ୍ଲାଦ ସାମଲ , କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ବର ଜେନା, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button